ବିଜେପି ଅସମ୍ଭବକୁ ସମ୍ଭବ କରିଛି । ଭୋଟିଂ ପୂର୍ବରୁ ହିଁ ୩ଟି ସିଟ୍ ଜିତି ସରିଛି । ଜାଣନ୍ତୁ ଏପରି କିପରି ହୋଇପାରିଛି ।

Spread the love

କଂଗ୍ରେସକୁ ଏକ ବଡ ଝଟକା ଲାଗିଥିବ, ଯେତେବେଳେ ସେ ଜାଣିଲା ବିନା ନିର୍ବାଚନରେ ବିଜେପି ୩ଟି ବିଧାନସଭା ସିଟ୍ ଜିତି ସରିଛି । କଂଗ୍ରେସର ପ୍ରତିକ୍ରିୟା ଆସିବା ବାକି ରହିଛି ।

ଦେଶରେ ବର୍ତ୍ତମାନ ନିର୍ବାଚନର ବାତାବରଣ ଚାଲିଛି ଓ ଲୋକମାନେ ରାଜନୀତିକୁ ନେଇ ବହୁତ ଚର୍ଚ୍ଚା କରୁଛନ୍ତି । କେତେକ ଲୋକଙ୍କ ଧାରଣା ରହିଛି କଂଗ୍ରେସ କ୍ଷମତାକୁ ଆସିପାରେ ତ କେହି କେହି ବିଜେପି କ୍ଷମତାକୁ ଆସିବ ବୋଲି ଧାରଣା ରଖିଛନ୍ତି । କିନ୍ତୁ ଏହି ବିଷୟ ୨୩ ମେ’ରେ ହିଁ ଜଣାପଡିବ, ଯେତେବେଳେ ନିର୍ବାଚନର ଫଳ ଘୋଷଣା ହେବ, କିନ୍ତୁ ଦେଶସାରା ଲୋକସଭା ଓ ୪ଟି ରାଜ୍ୟରେ ବିଧାନସଭା ପାଇଁ ହେଉଥିବା ନିର୍ବାଚନ ପୂର୍ବରୁ ବିଜେପି ୩ଟି ବିଧାନସଭା ସିଟ୍ ଜିତି ସାରିଛି । ବିଜେପି ଅସମ୍ଭବକୁ ସମ୍ଭବ କରି ଦେଖାଇଛି ଭୋଟିଂ ପୂର୍ବରୁ ହିଁ ୩ଟି ସିଟ୍ ଜିତି ସାରିଛି । ଜାଣନ୍ତୁ ପୁରା ଘଟଣା ।

ବିଜେପି ଅସମ୍ଭବକୁ ସମ୍ଭବ କରିଦେଖାଇଛି । ଭୋଟିଂ ପୂର୍ବରୁ ହିଁ ଜିତି ନେଇଛି ୩ଟି ବିଧାନସଭା ସିଟ :

ଭାଜପାର ଚର୍ଚ୍ଚା ଦେଶ ସାରା ଚାଲିଛି । ଭୋଟିଂ ପୂର୍ବରୁ ହିଁ ବିଜୟ ହାସଲ କରିବାର ଭିତରି କଥା କିଛି ରହିଛି ଯାହାଫଳରେ ବିନା ନିର୍ବାଚନରେ ମଧ୍ୟ ଭାଜପା ୩ଟି ସିଟ୍ ଜିତି ନେଇଛି । ଏହି ୩ଟି ସିଟ୍ ମଧ୍ୟରୁ ୨୬ ମାର୍ଚ୍ଚରେ ହିଁ ୨ଟି ସିଟ୍ ନିଜ ନାମରେ କରିଦେଇଛି ଓ ପରେ ଗୁରୁବାର ଦିନ ଅନ୍ୟ ଗୋଟିଏ ସିଟ୍ ନିଜ ନାଁରେ କରିଛି ବିଜେପି । ଏହି ଥର କେନ୍ଦ୍ରୀୟ ମନ୍ତ୍ରୀ ଓ ଅରୁଣାଚଳ ପ୍ରଦେଶର ଭାଜପା ସାଂସଦ କିରଣ ରିଜିଜୁ ଗୋଟେଏ ଟୁଇଟ୍ କରି ଏହି ବିଷୟ ଜଣାଇଛନ୍ତି । ରିଜିଜୁ ନିଜ ଟୁଇଟରେ ଲେଖିଛନ୍ତି ଭାଜପାର ସମସ୍ତ କାର୍ଯ୍ୟକର୍ତାଙ୍କୁ ଅଭିନନ୍ଦନ । ଅରୁଣାଚଳ ପ୍ରଦେଶର ୪ ଦିରାଙ୍ଗ ବିଧାନସଭାରୁ ଭାଜପା ଆଶାୟୀପ୍ରାର୍ଥୀ ଶ୍ରୀ ଫୁରୁପା ସେରିଙ୍ଗ ନିର୍ବାଚିତ ହୋଇଛନ୍ତି । ଏହା ସହ ଅନ୍ୟ ୩ ଭାଜପା ଆଶାୟୀ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଭାଜପାକୁ ମିଳିଥିବା ଜୟକୁ ନେଇ ଭାଜପା ମହାସଚିବ ଗୁରୁବାର ଦିନ ଟୁଇଟ୍ କରି ଲେଖିଛନ୍ତି; ଭାରତୀୟ ଜନତା ପାର୍ଟି ଅରୁଣାଚଳ ପ୍ରଦେଶରେ ୩ୟ ବିଧାନସଭା ଆସନ ଜିତି ନେଇଛି ଓ ଭାଜପା ଆଶାୟୀ ପ୍ରାର୍ଥୀ ଫୁରପା ସେରିଙ୍ଗ ଦିରାଙ୍ଗ ଆସନରେ ବିନା ନିର୍ବାଚନ ଲଢ଼ି ଜିତି ନେଇଛନ୍ତି । କାରଣ ଫୁରପାଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ୁଥିବା ଅନ୍ୟ ୨ ପ୍ରାର୍ଥୀ ନିଜ ନାମ ନିର୍ବାଚନରୁ ହଟାଇ ଦେଇଥିଲେ ।

ଏହା ପୂର୍ବରୁ ୨୬ ମାର୍ଚ୍ଚରେ ପ୍ରଦେଶର ଆଲୋ ଇଷ୍ଟ ବିଧାନସଭା ଆସନ ଓ ୟାଚୁଲି ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଏହା ମଧ୍ୟରୁ ଲୋ ଇଷ୍ଟ ବିଧାନସଭା ଆସନରୁ ପାର୍ଟିର ପ୍ରାର୍ଥୀ କେଟୋ ଜିନି ଜୟଯୁକ୍ତ ହୋଇଛନ୍ତି ଓ ୧୬-ୟାଚୁଲି ଆସନରୁ ତାବା ତେଦିର ଜୟଲାଭ କରିଛନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ; ଅରୁଣାଚଳ ପ୍ରଦେଶରେ ୧୧ ଏପ୍ରିଲରେ ଲୋକସଭା ସହ ଵିଧାନସଭାର ୬୦ଟି ଆସନ ଲାଗି ନିର୍ବାଚନ ହେବାର ଥିଲା କିନ୍ତୁ ବର୍ତ୍ତମାନ ୫୭ଟି ଆସନ ପାଇଁ ନିର୍ବାଚନ ହେବ ।

ମୋଦି ସରକାରଙ୍କୁ ପୁରା ଆଶା ରହିଛି :

କହିବାକୁ ଚାହୁଁଛୁ କଂଗ୍ରେସ ଭାବୁଛି ଦେଶ ଏହିଥର କଂଗ୍ରେସକୁ ଜିତାଇବ କିନ୍ତୁ ବିଜେପି ମଧ୍ୟ ଆଶା ରଖିଛି; ଏହିଥର ପୁଣି ଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ । ଭାଜପା ନିଜର ସବୁ ଶକ୍ତି ଲଗାଉଛି, କିପରି ଏହିଥର ମଧ୍ୟ ଜିତିବ କିନ୍ତୁ ଦେଶର ପ୍ରତିକ୍ରିୟା ଉଭୟ ପଟକୁ ରହିଛି । ୨୩ ମଇରେ ନିର୍ବାଚନ ଫଳାଫଳ ଆସିବା ପରେ ହିଁ ସବୁ ଜଣା ପଡିଯିବ । ନରେନ୍ଦ୍ର ମୋଦି ଆଶା ରଖିଛନ୍ତି; ସେ ଦେଶ ପାଇଁ ଯାହା ସବୁ କରିଛନ୍ତି ସେହି ସବୁକୁ ନଜରରେ ରଖି ଦେଶବାସୀ ପୁଣି ଥରେ ତାଙ୍କୁ ଜିତାଇବେ ।

Source : newstrend.news