ବିଶ୍ୱର ଦ୍ଵିତୀୟ ବଡ ସଂଗଠନ- ଵାଲାକୋଟ ଆକ୍ରମଣର କରିଲା ନିନ୍ଦା, ଭାରତ କୁ ଲାଗିଲା ଝଟକା ।

Spread the love

ଅର୍ଗାନାଇଜେସନ ଅଫ ଇସଲାମିକ କୋଓପେରସନ (ଓଆଇସି) ଭାରତ ତରଫରୁ ହୋଇଥିବା ନିୟନ୍ତ୍ରଣ ରେଖା ପାର ରେ କରାଯାଇଥିବା ଆକ୍ରମଣ ର କଡା ଶବ୍ଦରେ ନିନ୍ଦା କରିଛି। ଓଆଇସି ହେଉଛି ବିଶ୍ୱର ଦ୍ଵିତୀୟ ବଡ ସଂଗଠନ। ସଂଯୁକ୍ତ ରାଷ୍ଟ୍ର ସବୁଠୁ ବଡ ସଂଗଠନ। ଓଆଇସି ଏକ ଟ୍ୱିଟ ରେ ଲେଖିଛି କି ନିଜର କୌଣସି ବି ସଂସ୍ଥାପକ ସଦସ୍ୟ ଦେଶ ଉପରେ ହୋଇଥିବା ଏହି ଆକ୍ରମଣ ର ଜେନେରଲ ସେକ୍ରେଟାରୀଏଟ ଭସତ୍ସନା କରୁଛି।

ଓଆଇସି ର ଉପଦେଶ

ଓଆଇସି ଦୁଇଟି ଦେଶ ମଧ୍ୟର ପରିସ୍ଥିତି କୁ ସୁଧାରିବା ପାଇଁ ଓ ଏପରି କିଛି ପଦକ୍ଷେପ ନ ଉଠାଇବା ପାଇଁ ଆଗ୍ରହ ଦେଇଛି ଯେଉଁଥିରେ ଭାରତ ଓ ପାକିସ୍ତାନ ର କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷା ଅସୁବିଧା ରେ ପଡିବ।ଏହି ବୟାନ ରୁ ନିଶ୍ଚୟ ଭାରତକୁ ଝଟକା ଲାଗିବ।

ଆତଙ୍କୀ ଜାଗା ଗୁଡିକରେ ବୋମାବର୍ଷଣ ନିନ୍ଦନୀୟ :

ପାକିସ୍ତାନ ର ବାଲାକୋଟ ରେ ଥିବା ଜୈସ ର ସବୁଠୁ ବଡ ଆତଙ୍କୀ ଶିବିର ଉପରେ ମଙ୍ଗଳବାର ଦିନ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲେ ଓ ବହୁତ ଆତଙ୍କୀ ମୃତ୍ୟୁବରଣ କରିଥିଲେ।ଏହାର ନିନ୍ଦା କରି ଓଆଇସି ଟ୍ୱିଟ କରିଛି।

ଟ୍ୱିଟ ରେ ଲେଖା ହୋଇଛି କି, ‘ଇସଲାମୀକ ସଂଗଠନ ୨୬ ଫେବ୍ରୁଆରୀ ଦିନ ଭାରତର ଘୁଷୁଫେଟ , ବିମାନ ଉଲଂଘନ, ବୋମା ପକାଇବା କାର୍ଯ୍ୟାନୁଷ୍ଠାନ ର ଆଲୋଚନା କରୁଛି। ଓଆଇସି ଦୁଇ ଦେଶ ରେ ଶାନ୍ତି ଆଣିବା ପାଇଁ ଓ ଏହିପରି କିଛି ପଦକ୍ଷେପ ନ ନେବାକୁ ଆଗ୍ରହ କରୁଛି ଯେଉଁଥିରେ ଦୁଇ ଦେଶର ଶାନ୍ତି ସୁରକ୍ଷା ବିପତ୍ତି ରେ ପଡିପାରେ।’

ଓଆଇସି ସହ ଭାରତ ର ସମ୍ପର୍କ

ଏହି ସଂଗଠନ ର ସଦସ୍ୟ ଭାରତ ନୁହେଁ କିନ୍ତୁ ପାକିସ୍ତାନ ଅଟେ। ଓଆଇସି ଏହିବର୍ଷ ନିଜ ସମ୍ମାନରେ ଭାରତକୁ ଆମନ୍ତ୍ରିତ କରିଛି। ଆବୁଧାବି ରେ ଚାଲୁଥିବା ଓଆଇସି ର ବୈଠକରେ ଭାରତ ପ୍ରଥମ ଥର ଶିରକତ କରିବ। ଏହି ବୈଠକ ୨ରୁ୩ ମାର୍ଗରେ ହେବ। ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ବୈଠକର ଉଦ୍ଘାଟନ କରିବା ପାଇଁ ଡକାଯାଇଛି।