ବିଷ୍ଣୁ ପୁରାଣ ଅନୁସାରେ ବିନାବସ୍ତ୍ରରେ କେବେବି କରନ୍ତୁ ନାହିଁ ଏହି ୪ଟି କାମ ।

Spread the love

ବିଷ୍ଣୁ ପୁରାଣ ଆମ୍ଭମାନଙ୍କୁ ଠିକ୍ ଭାବରେ ଜୀବନଯାପନ କରିବା ଶୈଳୀ ଶିଖାଇ ଥାଏ । ମନୁଷ୍ୟକୁ କଣ କରିବା ଆବଶ୍ୟକ ? ଓ କଣ କରିବା ଉଚିତ ନୁହେଁ, ବିଷ୍ଣୁ ପୁରାଣରେ ଏହିସବୁ ଉଲ୍ଲେଖ ରହିଛି । ଏଠାରେ ଖାଇବା-ପିଇବା ଠାରୁ ଆରମ୍ଭ କରି ବସ୍ତ୍ର ପିନ୍ଧିବା ପର୍ଯ୍ୟନ୍ତ ସବୁ ପ୍ରକାରର ନିୟମମାନ ଉଲ୍ଲଖ ଅଛି । ବିଷ୍ଣୁ ପୁରାଣରେ କିଛି ଏଭଳି ବିଷୟରେ ମଧ୍ୟ ଲେଖାହେଇଛି କି, ବିନାବସ୍ତ୍ରରେ କେତେକ କାମ କରିଲେ, ସେହି କାମ ଗୁଡିକୁ ଅପମାନ କରିବା ସହ ବହୁତ ପାପର ଭାଗିଦାର ମଧ୍ୟ ହେଇଥାଉ । ତେବେ ଆସନ୍ତୁ ଜାଣିବା କେଉଁ କାମ ଗୁଡ଼ିକୁ ନଗ୍ନ ଅବସ୍ଥାରେ କରିବା ଉଚିତ ନୁହେଁ ।

୧) କେବେମଧ୍ୟ ନିର୍ବସ୍ତ୍ର ହେଇ ସ୍ନାନ କର ନାହିଁ –

ବିଷ୍ଣୁ ପୁରାଣର ୧୨ତମ ଅଧ୍ୟାୟରେ ଲେଖା ହୋଇଛି, କୌଣସି ବ୍ୟକ୍ତି କେବେମଧ୍ୟ ସମ୍ପୁର୍ଣରୂପେ ନଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ । ସ୍ନାନ କରିବା ସମୟରେ ଶରୀରରେ କିଛି ନା କିଛି କପଡା ରହିବା ନିହାତି ଆବଶ୍ୟକ । ଭଗବାନ କୃଷ୍ଣ ମଧ୍ୟ ଗୋପୀମାନଙ୍କ ବସ୍ତ୍ର ଚୁରେଇ ଏହି ସନ୍ଦେଶ ଦେବାକୁ ଚାହୁଁଥିଲେ କି, ମନୁଷ୍ୟ କେବେମଧ୍ୟ ନିର୍ବସ୍ତ୍ର ହେଇ ସ୍ନାନ କରିବା ଉଚିତ ନୁହେଁ । କାରଣ ଏହାଦ୍ୱାରା ଜଳ ଭଗବାନଙ୍କ ଅପମାନ ହେଇଥାଏ ।

୨) ନିର୍ବସ୍ତ୍ର ହେଇ ଶୋଇବା ଉଚିତ ନୁହେଁ –

ବିଷ୍ଣୁ ପୁରାଣ ଅନୁସାରେ କେବେମଧ୍ୟ ନଗ୍ନ ହେଇ ଶୋଇବା ଉଚିତ ନୁହେଁ । ଏଭଳି କରିଲେ ଚନ୍ଦ୍ର ଭଗବାନଙ୍କ ଅପମାନ ହେଇଥାଏ । ଏହା ସହ ରାତ୍ର ସମୟରେ ପିତୃ ଲୋକମାମେ ମଧ୍ୟ ଆସିଥାନ୍ତି, ନିଜ ପରିବାରଙ୍କୁ ଦେଖିବାକୁ, ସେମାନେ ନଗ୍ନ ଅବସ୍ଥାରେ ଥିବା ଦୃଶ୍ୟ ଦେଖିଲେ ବହୁତ ଦୁଃଖି ହେଇଥାନ୍ତି ଓ ସେମାନେ ବିନା ଆଶୀର୍ବାଦ ସେଠାରୁ ଚାଲିଯାନ୍ତି । ଏଭଳି ମଧ୍ୟ କିଛି କହିଥାନ୍ତି କି, ନଗ୍ନ ହୋଇ ଶୋଇଲେ ଖରାପ ଶକ୍ତି ଆକ୍ରମଣ କରିଥାଏ ।

୩) ଜପ କରିବା ସମୟରେ ନିର୍ବସ୍ତ୍ର ରହିବା ଉଚିତ ନୁହେଁ –

ବ୍ୟକ୍ତିକୁ ଜପ କରିବା ସମୟରେ ନଗ୍ନ ରହିବା ଉଚିତ ନୁହେଁ । ଏଭଳି କରିବା ନିୟମର ବିରୁଦ୍ଧ ହୋଇଥାଏ । ଆଚମମ କରିବାଦ୍ୱାରା ଆନ୍ତରିକ ଶୁଦ୍ଧ ହେଇଥାଏ ଓ ଏହିଭଳି ଶୁଦ୍ଧ ମନ ଏବଂ ହୃଦୟରେ କରାଯାଇଥିବା ପୂଜା ସଫଳ ହୋଇଥାଏ ।

୪) ନିର୍ବସ୍ତ୍ର ହେଇ ପୂଜା କରିବା ଉଚିତ ନୁହେଁ –

ଅନେକ ଲୋକମାନେ ନିର୍ବସ୍ତ୍ର ହୋଇ ପୂଜା କରିଥାନ୍ତି, କିନ୍ତୁ ବିଷ୍ଣୁ ପୁରାଣରେ ଏହାକୁ ସମ୍ପୁର୍ଣରୂପେ ଭୁଲ ବୋଲି କୁହାଯାଇଛି । ପୂଜା ବା ଯଜ୍ଞ କରିବା ସମୟରେ ମନୁଷ୍ୟକୁ ଦୁଇଟି ବିନା ସିଲେଇ ହୋଇଥିବା କପଡ଼ାକୁ ପିନ୍ଧିବା ବିଧାନ ଅଟେ । ଶାସ୍ତ୍ରରେ କୁହାଯାଇଛି କି, ସିଲା ଯାଇଥିବା କପଡାକୁ ସଂସାରର ମୋହ ମାୟାର ପ୍ରତୀକ ଅଟେ । ସବୁ ବନ୍ଧନରୁ ଅଲଗା ହୋଇ ଭଗବାନଙ୍କ ପୂଜା କରିବା ଆବଶ୍ୟକ ।