Birthday Special: ବଲିଉଡରେ ଫ୍ଲୋପ କିନ୍ତୁ ସାଉଥରେ ଜଣେ ସୁପରହିଟ ଅଭିନେତ୍ରୀ ହେଉଛନ୍ତି କାଜଲ ଅଗ୍ରୱାଲ, ରାଜା ମୌଲିଙ୍କ ଚଳଚ୍ଚିତ୍ରରୁ ଭାଗ୍ୟ ବଦଳିଗଲା !

Spread the love

ଅଜୟ ଦେବଗନଙ୍କ ସହ ‘ସିଂଘମ’ ଓ ରାଜା ମୌଲିଙ୍କ ଚଳଚ୍ଚିତ୍ର ‘ମଗଧିରା’ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ଜୁନ ୧୯ ରେ ତାଙ୍କର ଜନ୍ମ ଦିନ ପାଳନ କରନ୍ତି । ବଲିଉଡରେ ‘ସିଂଘମ’ ବ୍ୟତୀତ ସେ ‘ସ୍ପେଶାଲ ୨୬’ ଓ ‘ଦୋ ଲଫଜ କି କାହାଣୀ’ ରେ ମଧ୍ୟ ଅଭିନୟ କରିଛନ୍ତି । କାଜଲ ବଲିଉଡରେ ସଂଘର୍ଷ କରିଥାଇପାରନ୍ତି କିନ୍ତୁ ସାଉଥ ଇଣ୍ଡଷ୍ଟ୍ରିରେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ କାଜଲଙ୍କ ନାମ ନିଆଯାଏ ।

Google

କାଜଲଙ୍କୁ ସର୍ବପ୍ରଥମେ ବଲିଉଡ ଚଳଚ୍ଚିତ୍ର ‘କ୍ୟୁ! ହୋ ଗୟା ନା’ ରେ ଦେଖିବାକୁ ମିଳିଥିଲେ । କାଜଲଙ୍କୁ ବଲିଉଡରେ ଅଜୟ ଦେବଗନ୍ ସହ ‘ସିଂଘମ’ ଚଳଚ୍ଚିତ୍ରରୁ ଲୋକପ୍ରିୟତା। ମିଳିଥିଲା । ଚଳଚ୍ଚିତ୍ରଟି ହିଟ୍ ମଧ୍ୟ ହୋଇଥିଲା କିନ୍ତୁ କାଜଲଙ୍କ ଭାଗ୍ୟ କିଛି ବିଶେଷ ସମର୍ଥନ କଲା ନାହିଁ, ସିଂଘମ ପରେ କାଜଲଙ୍କୁ ଅନ୍ୟ ପ୍ରୋଜେକ୍ଟ ମିଳିବାରେ ବିଳମ୍ବ ହେଲା । ବର୍ତ୍ତମାନ କାଜଲଙ୍କୁ ବଲିଉଡ ଚଳଚ୍ଚିତ୍ରରେ ବହୁତ କମ୍ ଦେଖିବାକୁ ମିଳୁଛି । ଯଦିଓ ତାଙ୍କ ପାଖରେ ସାଉଥ ଚଳଚ୍ଚିତ୍ରର ଅଭାବ ନାହିଁ । କୁହାଯାଉଛି ଯେ କାଜଲ ହେଉଛନ୍ତି ଟୋଲିଉଡ଼ରେ ନିର୍ଦେଶକମାନଙ୍କ ପ୍ରଥମ ପସନ୍ଦ । ଯଦିଓ ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡିଥିଲା ।

google

ଅବଶ୍ୟ କାଜଲ ବଲିଉଡରେ ହୁଏତ ଚଳଚ୍ଚିତ୍ର କରୁନାହାନ୍ତି କିନ୍ତୁ ସେ ବିଳାସମୟ ଜୀବନଯାପନ ଅତିବାହିତ କରୁଛନ୍ତି । କାଜଲଙ୍କ ପାଖରେ ମିନି କୁପର, ଅଡ଼ି ଭଳି ତିନୋଟି ବିଳାସପୂର୍ଣ ଗାଡି ଅଛି । ଯାହାର ମୂଲ୍ୟ ୩ କୋଟି ଟଙ୍କାରୁ ମଧ୍ୟ ଅଧିକ । ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିବା ପୂର୍ବରୁ, କାଜଲ ଅନେକ ବିଜ୍ଞାପନରେ ମଧ୍ୟ କାମ କରିଥିଲେ । କାଜଲ ସେଣ୍ଟ ଏନି ହାଇସ୍କୁଲରେ ନିଜର ଶିକ୍ଷା ଲାଭ କରିଥିଲେ । କାଜଲ ମୁମ୍ବାଇର କେସି କଲେଜରୁ ମାସ ମିଡିଆରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

google

କାଜଲଙ୍କ କ୍ୟାରିୟରର ସବୁଠାରୁ ବଡ ହିଟ୍ ଚଳଚ୍ଚିତ୍ର ‘ମଗଧିରା’ ବୋଲି ବିବେଚନା କରାଯାଉଛି । ଏହା ରାଜା ମୌଲିଙ୍କ ଚଳଚ୍ଚିତ୍ର ଥିଲା ଯାହା ରିଲିଜ ହେବା ସହିତ ବକ୍ସ ଅଫିସର ସମସ୍ତ ରେକର୍ଡ ଭାଙ୍ଗିଥିଲା । ଚିରଞ୍ଜିବିଙ୍କ ପୁଅ ରାମଚରଣ ଏହି ଚଳଚ୍ଚିତ୍ରରେ ନାୟକ ଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କର ଦୁଇଟି ଜନ୍ମର କାହାଣୀ ଉପରେ ଆଧାରିତ ହୋଇଥିଲା । ମଗଧିରା କାଜଲଙ୍କ କ୍ୟାରିୟରରେ ସେହି ସମୟରେ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ଥିଲା । ଖବର ଅନୁସାରେ କାଜଲ ଗୋଟିଏ ଚଳଚ୍ଚିତ୍ର ପାଇଁ ୨ କୋଟି ନେଉଥିଲେ ।

google

କାଜଲ ଅନେକ ପ୍ରସିଦ୍ଧ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଛନ୍ତି । ସେ ଲକ୍ସ ସିସିଏଲର ବ୍ରାଣ୍ଡ ଆମ୍ବସେଡ଼ର ଅଟନ୍ତି । ଚଳଚ୍ଚିତ୍ର ବ୍ୟତୀତ ବିଜ୍ଞାପନରେ ମଧ୍ୟ କାଜଲ ବହୁତ ରୋଜଗାର କରନ୍ତି । ଗଣମାଧ୍ୟମର ଖବର ଅନୁସାରେ କାଜଲ ସାଉଥର ବାହୁବଳୀର ଅଭିନେତା ପ୍ରଭାସଙ୍କ ଗାର୍ଲଫ୍ରେଣ୍ଡ ମଧ୍ୟ ଥିଲେ । ଗୋଟିଏ ସମୟରେ ଦୁଇଜଣଙ୍କ ସମ୍ପର୍କ ବହୁତ ଚର୍ଚ୍ଚାରେ ଆସିଥିଲା । ଯଦିଓ ଏହି ସମ୍ପର୍କ କୋୖଣସି ଶିଖରରେ ପହଞ୍ଚିବା ପୂର୍ବରୁ ହିଁ ଭାଙ୍ଗି ଯାଇଥିଲା । ଏକ ଇଣ୍ଟରଭ୍ୟୁରେ କାଜଲ ପ୍ରଭାସଙ୍କୁ ବିବାହ କରିବା ପାଇଁ ମଧ୍ୟ କହିଥିଲେ ।