ପାକିସ୍ତାନର ଭିଭିଆଇପି ଶୌଚଳୟରେ ଲଗାଯାଇଛି ବାୟୋମେଟ୍ରିକ ମେସିନ ! କାରଣ ଜାଣିଲେ ଆପଣ ନିଜ ହସ ଅଟକାଇ ପାରିବେ ନାହିଁ ।

Spread the love

ଆଜିକାଲି ପାକିସ୍ତାନ ଓ ଇମ୍ରାନ ଖାନ ଉଭୟଙ୍କ ବିଷୟରେ ଚର୍ଚ୍ଚାରେ ଲାଗି ରହୁଛନ୍ତି । ସେ ଟ୍ୱିଟର ହେଉ କିମ୍ବା ଫେସବୁକ ହେଉ ଅବା ଯେ କୌଣସି ସୋସିଆଲ ମିଡିଆରେ, କେବଳ ଏମାନଙ୍କର ଗୁଣଗାନ ହେଉଛି । ବାସ୍ତବରେ, ଯେଉଁଠି କଙ୍ଗାଳ ଅର୍ଥ ବ୍ୟବସ୍ଥା ଏବଂ ଆତଙ୍କବାଦୀର ଅପମାନ ଧୋଇବା ପାଇଁ ଇମ୍ରାନ ଖାନ ଆମେରିକାରେ ପହଞ୍ଚି ତ ଗଲେ କିନ୍ତୁ ତାଙ୍କର ସ୍ୱାଗତ କରିବା ପାଇଁ କିଏ ଆସିଲେ ନାହିଁ; ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ପ୍ରଚାର ହେବାରେ ଲାଗିଛି ।

ପୁଣି ଅନ୍ୟପଟେ ପାକିସ୍ତାନର ନୂତନ ଯୋଜନାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବଜାର ଗରମ ରହିଛି । ଭିଆଇପି ସଂସ୍କୃତି ବିରୋଧି ଶାସନକୁ ଆସିଥିବା ପାକିସ୍ତାନ ତହରିକ-ଏ-ଇନସାଫ ପାର୍ଟିର ସରକାର ଭିଆଇପି ସଂସ୍କୃତିର ଏକ ନୂଆ ନିୟମ ଗଢିଛନ୍ତି ।

ପାକିସ୍ତାନର ଇମ୍ରାନ ଖାନ ସରକାର ଆଜିକା ଦିନରେ ନିଜ ଭିଆଇପି ନେତାମାନଙ୍କ ପାଇଁ ଭିଆଇପି ଶୌଚଳୟ ନିର୍ମାଣ କରିଛନ୍ତି । ଏହି ଶୌଚଳୟକୁ ନେଇ ବିଶେଷ କଥା ଏମିତି ରହିଛି ଯେ, ଏହାର ବ୍ୟବହାର କେବଳ ଅତିରିକ୍ତ ସଚିବ କିମ୍ବା ଏମାନଙ୍କ ଠାରୁ ବଡ଼ ଅଧିକାରୀମାନେ ହିଁ ବ୍ୟବହାର କରି ପାରିବେ । କିନ୍ତୁ ସେଠାକାର ମିଡିଆ ଖବର ଅନୁସାରେ, ଗୋଟେପଟେ ଭିଆଇପି ମାନଙ୍କ ପାଇଁ ଶୌଚଳୟର ବ୍ୟବସ୍ଥା କରାଗଲା ତ ଅନ୍ୟପଟେ ମନ୍ତ୍ରାଳୟର ଅନ୍ୟ ବାଥରୁମ ମାନଙ୍କରେ କର୍ମଚାରୀମାନଙ୍କ ପାଇଁ ସାବୁନ ଭଳି ଜିନିଷର ଅଭାବ ପରିଲକ୍ଷିତ ହୋଇଛି ।

ପାକିସ୍ତାନର ଏହି ବ୍ୟବସ୍ଥାକୁ ସୋସିଆଲ ମିଡ଼ିଆରେ ଖୁବ ଉପହାସ କରାଯାଉଛି…..