ବିନା କୌଣସି ସର୍ତ୍ତରେ ଇସ୍ରାଇଲ, ଭାରତକୁ ଦେଲା ପୂର୍ଣ୍ଣ ସହଯୋଗ, ଯାହା ଚାହିଁବ ତାହା ଦେବି….

Spread the love

ପୁଲୱାମା ଅତଙ୍କୀ ଆକ୍ରମଣ ପରେ ଭାରତକୁ ଦୁନିଆରେ ସମର୍ଥନ ମିଳୁଛି । ଆମର ମିତ୍ର ଇସ୍ରାଇଲ ବିଶେଷ ରୂପରେ ଆତଙ୍କବାଦଙ୍କ ବିରୋଧରେ ନିଜକୁ ବଞ୍ଚାଇବା ପାଇଁ ବିନା ସର୍ତ୍ତ ରେ ସାହାଯ୍ୟ କରିବା ପାଇଁ ହାତ ବଢାଇଛି । ଆଉ ଇସ୍ରାଇଲ କହିଛି ସହାୟତାର କୌଣସି ସୀମା ନାହିଁ । ଇସ୍ରାଇଲ ର ଏହି ଭରସା ପୃଷ୍ଠଭୂମି ରେ ବହୁତ ମହତ୍ୱପୂର୍ଣ୍ଣ ରହିଛି । ସରକାର ଆତଙ୍କି ହାମଲାରୁ ବାହାରିବା ପାଇଁ ଇସ୍ରାଇଲ ପଦ୍ଧତି ଉପରେ ବିଚାର କରିବା ଦରକାର ।

ଇସ୍ରାଇଲର ନବନିଯୁକ୍ତ ରାଜଦୂତ ଦା ରୋନ ମଲକାଙ୍କ ଟିପ୍ପଣୀ ଏକ ପ୍ରଶ୍ନର ଉତ୍ତରରେ ଆସିଛି କି ତାଙ୍କ ଦେଶ ଆତଙ୍କବାଦରେ ପୀଡିତ ଭାରତକୁ କେଉଁ ସୀମା ପର୍ଯ୍ୟନ୍ତ ସାହାଯ୍ୟ କରିପାରିବ ।

ମଲକା ଏକ ସାକ୍ଷାତକାର ରେ କହିଛନ୍ତି ” ଭାରତ ନିଜ ରକ୍ଷା ପାଇଁ ଯାହା ଆବଶ୍ୟକତା ଅଛି ” ତାହାର କୌଣସି ସୀମା ନାହିଁ । ଆମେ ଆମ ଭଲ ମିତ୍ର ଭାରତକୁ ବିଶେଷ ରୂପେ ଆତଙ୍କବାଦଙ୍କ ବିରୋଧରେ ବଞ୍ଚାଇବା ସାହାଯ୍ୟରେ ସେ ପ୍ରସ୍ତୁତ ଅଛନ୍ତି । କାହିଁକିନା ଆତଙ୍କବାଦ ଖାଲି ଭାରତ ଓ ଇସ୍ରାଇଲର ନୁହେଁ ପୁରା ବିଶ୍ଵର ସମସ୍ୟା ଅଟେ ।

ସେ କହିଛନ୍ତି କି ଦୁନିଆ ଏହାକୁ ସହଯୋଗ କରି ଆତଙ୍କବାଦମାନଙ୍କ ସହିତ ଲଢ଼ିବା ଆଉ ଏହାର ଅନ୍ତ କରିବା ଉଚିତ । ସେ କହିଛନ୍ତି ଏଥିପାଇଁ ଆମେ ଭାରତକୁ ସାହାଯ୍ୟ କରିବୁ ଓ ଆମର ଟେକନିକ କୁ ସେୟର କରୁଛୁ । କାହିଁକିନା ଆମେ ବାସ୍ତବରେ ଆମ ମହତ୍ୱପୂର୍ଣ୍ଣ ମିତ୍ର କୁ ସାହାଯ୍ୟ କରିବାକୁ ଚାହୁଁଛୁ ।

ମଲକା (52) ପ୍ରଥମେ ଇସ୍ରାଇଲର ସୈନ୍ୟ ସେବାରେ ଥିଲେ ଓ ସେଠାରେ ” ଫୁଲ କର୍ଣ୍ଣଲ ” ପଦରୁ ଅବସରପ୍ରାପ୍ତ ହୋଇଥିଲେ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ଜଣାଇଲେ କି ଭାରତ ଏକ” ମହତ୍ୱପୂର୍ଣ୍ଣ ସାଥି, ବହୁତ ମହତ୍ୱପୂର୍ଣ୍ଣ ସାଙ୍ଗ ଅଟନ୍ତି । ତଥା ସମ୍ବନ୍ଧ କୁ ଆହୁରି ମଜବୁତ କରିବା ପାଇଁ ସହଯୋଗ କରିବାକୁ ଚାହୁଁଛୁ ।

ସେ କହିଛନ୍ତି କି ଭାରତକୁ ମଜବୁତ କରି,ଇସ୍ରାଇଲ ପୃଥିବୀ ସ୍ଥିରତାରେ ଯୋଗଦାନ ଦେଉଅଛି । କାହିଁକିନା ପୃଥିବୀ ସ୍ଥିରତାରେ ଭାରତର ବହୁତ ବଡ଼ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ” ଆମେ କେବଳ ବିଶ୍ଵରେ ବଞ୍ଚିବା ପାଇଁ ଇସ୍ରାଇଲର ଏକ ଭଲ ସ୍ଥାନ ବନାଇବା ପାଇଁ ଏହା କରୁଛୁ ।