ବିନା କୌଣସି ପାର୍ଶ୍ୱ ପ୍ରତିକ୍ରିୟାରେ ଚନ୍ଦାପଣ ସମସ୍ୟା ଦୂର କରିଥାଏ, ଏହି ୫ଟି ଉପାୟରେ

Spread the love

ଚନ୍ଦାପଣର ସମସ୍ୟା ବିଶେଷ ଭାବରେ ପୁରୁଷ ମାନଙ୍କ ଠାରେ ଅଧିକ ଦେଖିବାକୁ ମିଳେ । ଅନେକ ସମୟରେ ବହୁତ କମ ବୟସରେ ପୁରୁଷମାନଙ୍କ କେଶ ଅଧିକ ମାତ୍ରାରେ ଝଡ଼ିବାରେ ଲାଗିଥାଏ ଓ ଧୀରେ ଧୀରେ ଗୋଟିଏ ଭାଗ କେଶ ପୁରା ଝଡି ଯାଇଥାଏ, ତ କିଛି ଲୋକଙ୍କ ପୁରା ମୁଣ୍ଡରୁ କେଶ ଝଡ଼ିଥାଏ ଓ ଚନ୍ଦାପଣ ଆସିଯାଇଥାଏ ।

ଆସନ୍ତୁ ଆମେ ଆପଣଙ୍କୁ କିଛି ଏମିତି ଘରୋଇ ଉପାୟ କହିବୁ ଯାହାକୁ ଆପଣାଇ ଆପଣ ଚନ୍ଦାପଣ ସମସ୍ୟା ଠାରୁ ଦୁରେଇ ଯାଇପାରିବେ ଓ ଏହି ସମସ୍ୟାକୁ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ :-

1. ଆପଣ ଧନିଆ ରସକୁ ନିୟମିତ ଆପଣ ନିଜ ମୁଣ୍ଡରେ ମାଲିସ କରିପାରିବେ ।

2. ଆପଣ ଅଁଳା ପାଉଡର (Amla Powder)ରେ ନଡ଼ିଆ କିମ୍ବା ଜସ୍-ମିନ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଓ ଏହି ମିଶ୍ରଣକୁ ମୁଣ୍ଡରେ ମାଲିସ କରନ୍ତୁ । ଏହି ଉପାୟ ଦ୍ୱାରା ଚନ୍ଦାପଣ ଠାରୁ ଦୂରେଇ ରହିପାରିବେ ।

3. ଅଁଳାକୁ ନିୟମିତ ଭାବରେ ଯେକୌଣସି ଭାବରେ ସେବନ କରନ୍ତୁ ।

4. ଡାଲିମ୍ବର ମଞ୍ଜି, ଡାଲିମ୍ବ ଗଛର ପତ୍ର ଓ ଡାଲିମ୍ବର ଚୋପାକୁ ଏକ ସହ ପେଷି ଦିଅନ୍ତୁ । ବର୍ତ୍ତମାନ ଏହି ପେଷ୍ଟରେ ସୋରିଷ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଓ ଏହାକୁ ଧୀର ଧୀରେ ଗରମ କରନ୍ତୁ । ଯେତେବେଳେ ସବୁ ମିଶିଯିବ, ଏହାକୁ ଛାଣିକରି ରଖିଦିଅନ୍ତୁ । ଏବଂ ଏହି ତେଲକୁ ନିୟମିତ ଭାବରେ କେଶରେ ବ୍ୟବହାର କରନ୍ତୁ । ଏହା ଦ୍ୱାରା ଆପଣଙ୍କୁ ବହୁତ ସାହାଯ୍ୟ ହୋଇପାରିବ ।

5. ନିମ ତେଲ 4-4 ବୁନ୍ଦା ଲେଖାଏଁ ନିୟମିତ ଭାବେ ନାକ ପୁଡାରେ ପକାନ୍ତୁ, ଦେଖିବେ ଚାନ୍ଦାପଣ ଦୂର ହୋଇଯିବ ।

ବନ୍ଧୁଗଣ ଆଶା କରୁଛି ଏହି ଆର୍ଟିକିଲଟି ଆପଣଙ୍କୁ ଭଲ ଲାଗିଥିବ ଆଉ ଏହାର ପ୍ରୟୋଗ କରି ଆପଣ ଏହି ଚନ୍ଦାପଣ ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଆଉ ଡେରି ନ କରି ଏହି ଆର୍ଟିକିଲକୁ Like କରନ୍ତୁ ଓ Sahre କରନ୍ତୁ । ଯାହା ଫଳରେ ଅନ୍ୟମାନେ ବି ଏହାର ଉପକୃତ ହୋଇ ପାରିବେ ।