ବିମାନ ଅପହରଣ ପାଇଁ ଉଦ୍ୟମ, ଦେଖନ୍ତୁ ଭିଡିଓ

Spread the love

ବାଂଲାଦେଶ : ଢାକାରୁ ଦୁବାଇ ଅଭିମୂଖେ ଯାଉଥିବା ବିମାନ ‘Biman BG 147’କୁ କେତେକ ଦୁର୍ବୁର୍ତ୍ତମାନେ ଅପହରଣ କରିବା ପାଇଁ ଉଦ୍ୟମ କରିଥିଲେ । ଯାହାଫଳରେ ପାଇଲଟ ତତ୍କାଳୀନ ବିମାନକୁ ଚିଟାଗଙ୍ଗ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରିକାଳୀନ ଅବତରଣ କରିଥିଲେ । ପାଇଲଟ ମାନଙ୍କ ମଧ୍ୟରୁ ଜଣକୁ ଗୁଳି କରି ମାରିଲେ ଏହି ଦୁର୍ବୁତ୍ତମାନେ । ବିମାନ ଅବତରଣ ପରେ ଯାତ୍ରୀମାନକୁ ସୁରକ୍ଷିତ ଭାବରେ ଅଣାଯାଇଛି ଏବଂ ବଙ୍ଗଳାଦେଶର ସୁରକ୍ଷାକର୍ମୀ ଓ ପୋଲିସ ବିମାନର ଚାରିପାର୍ଶ୍ଵରେ ଘେରି ରହିଛନ୍ତି ।

ବଙ୍ଗଳାଦେଶର ଗଣମାଧ୍ୟମର ସୂଚନା ଅନୁସାରେ, ଏକ ବ୍ୟକ୍ତି ହତିଆର ନେଇ ବିମାନ ଭିତରକୁ ଚାଲିଗଲା ଏବଂ ସେହି ବ୍ୟକ୍ତି ଜଣକ ବିମାନକୁ ଅପହରଣ କରିବା ପାଇଁ ଚେଷ୍ଟା ମଧ୍ୟ କରିଲା । ଏହାପରେ ଚିଟାଗଙ୍ଗ ବିମାନ ବନ୍ଦରକୁ ବନ୍ଦ କରି ଦିଆଗଲା ଏବଂ କଡା ସୁରକ୍ଷା ପ୍ରହାର ଦିଆଗଲା ।

ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତି କହିଲେ- ଅପହରଣକାରୀ ମାନେ ଗୁଳି ଚାଳନା କରିଥିଲେ । ଗୋଟିଏ ପାଇଲଟ ଯେତେବେଳେ ଅପହରକର୍ତ୍ତାକୁ ରୋକିବା ପାଇଁ ଚେଷ୍ଟା କରିଲେ, ସେହି ଦୁର୍ବୁତ୍ତ ଅପହରଣକାରୀ, ପାଇଲଟକୁ ଗୁଳି କରିଥିଲା ଏବଂ ସେହି ସାକ୍ଷୀ ବ୍ୟକ୍ତି ଜଣକ କହିଲେ, ଅପହରଣକାରୀ ଜଣକ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବ ପାଇଁ ଜିଦ ଧରିଥିଲେ । ଅପହରଣକାରୀ ବର୍ତ୍ତମାନ ମଧ୍ୟ ବିମାନରେ ଅଛି ଏବଂ ସେ ନିଜ ନିଷ୍ପତିରେ ଅଟଳ, (ଧାନମନ୍ତ୍ରୀଙ୍କ ସହ କଥା ହେବ) । ପୋଲିସ ଏବଂ ବାଟାଲିୟନ ଦଳ ଏୟାରପୋର୍ଟକୁ ଆସିଯାଇଛନ୍ତି ।

ଗତ ଶନିବାର ଦିନ ଏକ ଫୋନ୍‌ କଲରେ ଧମକ ଆସିଥିଲା ଏୟାର୍‌ ଇଣ୍ଡିଆର ମୁମ୍ବାଇ କଣ୍ଟ୍ରୋଲ୍‌ ସେଣ୍ଟର୍‌କୁ ବିମାନ ଅପହରଣ ହେବା । ଏହା ପରେ ଦେଶର ସମସ୍ତ ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି ହୋଇଥିଲା । ଏବଂ ସମସ୍ତ ଏୟାର୍‌ଲାଇନ୍‌ ଓ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌)କୁ ସୁରକ୍ଷା ବ୍ୟବସ୍ଥା ପାଳନ କରିବାକୁ କୁହାଯାଇଥିଲା ।