ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କର ଡିମ୍ପଲ ଉପରେ କୋଟି କୋଟି ପ୍ରଶଂସକ ମୁଗ୍ଧ ହୋଇ ଯାଆନ୍ତି, ତୃତୀୟ ଜଣଙ୍କ ଡିମ୍ପଲ ସବୁଠାରୁ BEST ଅଟେ ।

Spread the love

ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କର ଡିମ୍ପଲ ଉପରେ କୋଟି କୋଟି ପ୍ରଶଂସକ ମୁଗ୍ଧ ହୋଇଯାଆନ୍ତି, ଜଣେ ଅଭିନେତ୍ରୀଙ୍କୁ ଡିମ୍ପଲ ଗାର୍ଲର ଉପାଧି ମଧ୍ୟ ମିଳିଛି ।

“ତେରେ ଚେହେରେ ସେ ନଜର ନାହିଁ ହଟତି ନଜାରେ ହମ୍ କ୍ୟା ଦେଖେ”, ଏହି ଗୀତ ଆମ ବଲିଉଡ ଅଭିନେତ୍ରୀମାନଙ୍କ ଉପରେ ସମ୍ପୂର୍ଣ୍ଣ ରୂପରେ ଲାଗୁ ହେଉଛି । ବଲିଉଡ ଦୁନିଆରେ ଜଣଙ୍କ ଠାରୁ ଅନ୍ୟ ଜଣେ ସୁନ୍ଦର ଅଭିନେତ୍ରୀ ଅଛନ୍ତି । ଯେଉଁମାନେ ନିଜର ସୁନ୍ଦରତା ଏବଂ ବିଚକ୍ଷଣ ଭଙ୍ଗୀ ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଉପରେ ରାଜୁତି କରନ୍ତି । ଦେଖିବାକୁ ଗଲେ ଯୁବକମାନେ ସୁନ୍ଦରୀ ଯୁବତୀଙ୍କୁ ପସନ୍ଦ କରନ୍ତି । ସେହି ସୁନ୍ଦର ଯୁବତୀଙ୍କ ସୁନ୍ଦରତାର ରହସ୍ୟ ସେମାନଙ୍କର ଗାଲ ଉପରେ ପଡୁଥିବା ଡିମ୍ପଲ ଯୋଗୁଁ ଆହୁରି ବଢିଥାଏ । ଯୁବତୀମାନଙ୍କୁ ଆହୁରି ସୁନ୍ଦର କରିଦିଏ, ସେମାନଙ୍କର ଗାଲ ଉପରେ ପଡୁଥିବା ଡିମ୍ପଲ । ତେବେ ଆଜି ଆମେ ଆମର ଏହି ଲେଖାରେ ବଲିଉଡର ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯେଉଁ ମାନଙ୍କର ଡିମ୍ପଲ ସେମାନଙ୍କର ସୁନ୍ଦରତାକୁ ଆହୁରି ସୁନ୍ଦରତା କରିଦେଇଛି ।

ପ୍ରିତୀ ଜିଣ୍ଟା :

ଏକ ସମୟ ଥିଲା, ଯେତେବେଳେ ପ୍ରିତୀ ଜିଣ୍ଟାଙ୍କୁ ଡିମ୍ପଲ ଗାର୍ଲର ଉପାଧି ମିଳିଥିଲା । ଯଦ୍ୟପି ପ୍ରିତୀ ଜିଣ୍ଟା ଅଧିକ ସୁନ୍ଦର ଥିଲେ କିନ୍ତୁ ଗାଲ ଉପରେ ପଡୁଥିବା ଡିମ୍ପଲ ତାଙ୍କର ବିଚକ୍ଷଣ ଏବଂ ନିରୀହତାର ଚେହେରା ଦେଖିବାକୁ ମିଳିଥିଲା । ଯଦ୍ୟପି ପ୍ରିତୀ ଜିଣ୍ଟା ଫିଲ୍ମି ଦୁନିଆ ଠାରୁ ଦୁରରେ ଅଛନ୍ତି କିନ୍ତୁ ଏହାଛଡା ତାଙ୍କର ଡିମ୍ପଲକୁ ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକ ପସନ୍ଦ କରୁଛନ୍ତି ।

ଦୀପିକା ପଦୁକୋଣ :

ଫିଲ୍ମ ‘ଓଁ ଶାନ୍ତି ଓଁ’ ମାଧ୍ୟମରେ ବଲିଉଡରେ ପାଦ ରଖିଥିବା ଦୀପିକା ପଦୁକୋଣ ଆଜିର ସମୟରେ ବଲିଉଡର ସବୁଠାରୁ ମହଙ୍ଗା ଅଭିନେତ୍ରୀ ଅଟନ୍ତି । ସେ ନିଜର ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ଅନେକ ଲୋକଙ୍କୁ ଦିୱାନା କରି ଦେଇଛନ୍ତି । ଏପରିକି ରଣବୀର ସିଂଙ୍କୁ ମଧ୍ୟ ତାଙ୍କର ଏହି ସୁନ୍ଦରତା ହୃଦବୋଧ ହୋଇଛି । ସେହିପରି ଦୀପିକାଙ୍କ ଗାଲ ଉପରେ ପଡୁଥିବା ଡିମ୍ପଲ ତାଙ୍କର ସୁନ୍ଦରତାକୁ ଆହୁରି ବଢାଇ ଦେଉଛି ।

ଆଲିଆ ଭଟ୍ଟ :

ବହୁତ କମ୍ ବୟସରେ ବଲିଉଡରେ ପାଦ ଥାପି ନିଜର ଗୋଟିଏ ଭିନ୍ନ ପରିଚୟ ତିଆରି ସାରିଛନ୍ତି । ନିଜର ବଳିଷ୍ଟ ଅଭିନୟ ଦ୍ଵାରା ସେ ପ୍ରମାଣ କରି ଦେଇଛନ୍ତି ଯେ, ଯେଉଁ ଶିଖର ଅଧିକାର କରିଛନ୍ତି । ତାହା ଏକ ଶିଶୁ ତାରକା କାରଣରୁ ନ ହୋଇ ବରଂ ତାହା ପଛରେ ତାଙ୍କର ଅଭିନୟ ଏବଂ ଦୃଢ଼ ପରିଶ୍ରମ ଯୋଗୁଁ ହୋଇଛି । ଆଲିଆ ନିଜ ଜୀବନରେ ବହୁତ ଗୁଡିଏ ସୁନ୍ଦର ଅଭିନୟ କରିଛନ୍ତି । ଏକ ଚଞ୍ଚଳମତୀ ଯୁବତୀ ଠାରୁ ଆରମ୍ଭ କରି ଏକ ସିରିୟସ ଭୂମିକାକୁ ମଧ୍ୟ ସୁନ୍ଦର ଭାବରେ ଅଭିନୟ କରିଛନ୍ତି । ଆଲିଆ ନିଜର ଅଭିନୟ ସହ ନିଜର ବିଚକ୍ଷଣ ହସ ପାଇଁ ଜଣା ଯାଆନ୍ତି । ତାଙ୍କର ମୁଖର ଡିମ୍ପଲ ତାଙ୍କ ସୁନ୍ଦରତାକୁ ଆହୁରି ବଢ଼ାଇଦିଏ ।

ବିପାଶା ବସୁ :

ବଲିଉଡର ବଙ୍ଗାଳୀ ଅଭିନେତ୍ରୀ ଯିଏକି ନିଜର ହଟ୍ ଏବଂ ବୋଲ୍ଡ଼ ଅଭିନୟ ପାଇଁ ଜଣାଯାଆନ୍ତି । ବିପାଶା ବସୁ ଅନେକ ସୁପରହିଟ୍ ଫିଲ୍ମଗୁଡିକରେ କାମ କରିଛନ୍ତି । ସେ ଯେତିକି ହଟ୍ ଏବଂ ବୋଲ୍ଡ଼ ଅଟନ୍ତି ତାଙ୍କ ମୁଖର ଡିମ୍ପଲ ତାଙ୍କ ସୁନ୍ଦରତାକୁ ଆହୁରି ବଢ଼ାଇଦିଏ ।