ବିଲେଇ କହିଥାଏ ଆପଣଙ୍କର ଭବିଷ୍ୟତ, ଇସାରା ଗୁଡ଼ିକୁ ଯଦି ବୁଝିଯିବେ ତେବେ ଜୀବନର ସବୁ ସମସ୍ୟା ଦୁରେଇ ଯିବ ।

Spread the love

ଆମ ଭାରତ ଏକ ଧାର୍ମିକ ଦେଶ ଅଟେ । ଆମ ଦେଶରେ ଅନେକ ପ୍ରକାରର ମାନ୍ୟତା ରହିଛି । ଯେପରିକି ବିଲେଇଟି ଆପଣଙ୍କ ରାସ୍ତା କାଟି ଚାଲିଗଲେ ଅଶୁଭ ହୋଇଥାଏ ଏବଂ ସେହି ରାସ୍ତାରୁ ଅନ୍ୟ ଲୋକ ଯିବା ପରେ ହିଁ ଆପଣ ଯିବେ । ଏଭଳି କିଛି ଘଟଣାକୁ ଲୋକମାନେ ଶୁଭ ଓ ଅଶୁଭ ବୋଲି ମାନିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ବିଲେଇ ବିଷୟରେ କିଛି ଖାସ୍ କହିବାକୁ ଯାଉଛୁ ।

ବିଲେଇ ରାସ୍ତା କାଟିବା ଅଶୁଭ ହୋଇନଥାଏ ବିଲେଇ ଯଦି ବାମ ରୁ ଡାହାଣ କୁ କାଟି ଯାଇଥାଏ, ତେବେ ଲୋକମାନେ ଏହାକୁ ଅଶୁଭ ବୋଲି ମାନିଥାନ୍ତି । ପ୍ରତ୍ୟେକ ସମୟରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇନଥାଏ, ଏହା ଶୁଭ ସଙ୍କେତ ମଧ୍ୟ ହୋଇଥାଏ । ଶାସ୍ତ୍ର ଅନୁସାରେ ରାହୁଙ୍କ ବାହନ ହେଉଛି ବିଲେଇ । ରାହୁଙ୍କ ଖରାପ ପ୍ରଭାବ ଦ୍ୱାରା ଆପଣଙ୍କର ଖରାପ ସମୟ ସୃଷ୍ଟି ହୋଇଥାଏ ।

● ଯଦି ଆପଣଙ୍କ ଘରେ ବିଲେଇ କାନ୍ଦିବାର ଶବ୍ଦ ଶୁଣନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ସହ କିଛି ଅଘଟଣ ଘଟିପାରେ ।

● ଘର ପାଖରେ ଯଦି ଦୁଇ ବିଲେଇ ଝଗଡ଼ା ହେଉଛନ୍ତି, ତେବେ ଏହାର ଅର୍ଥ ହେଉଛି, ଅନ୍ୟ କାହା ସହିତ ଆପଣଙ୍କର ଝଗଡ଼ା ହୋଇପାରେ ।

● ଦୀପାବଳି ଦିନ ଯଦି ବିଲେଇ ଘରକୁ ଆସିଥାଏ, ତେବେ ଏହା ଶୁଭ ହୋଇଥାଏ । ଏହି ଦିନ ବିଲେଇ ଘରକୁ ଆସିଲେ ମାତା ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷି ଥାଏ ।

● ଯଦି ଶୋଇଥିବା ବ୍ୟକ୍ତି ଚାରିପଟେ ବିଲେଇ ଯଦି ଚାଲିଥାଏ, ତେବେ ସେହି ବ୍ୟକ୍ତି କୌଣସି ସରକାରୀ ସମସ୍ୟାରେ ବୁଡି ରହିପାରେ ।

● ଯଦି ବିଲେଇ ଗୋଡ଼ ଚାଟିଥାଏ, ତେବେ ଏହା ରୋଗର ସଙ୍କେତ ଅଟେ । ଭବିଷ୍ୟତରେ ଆପଣ କୌଣସି ରୋଗରେ ପୀଡିତ ହୋଇପାରନ୍ତି ।

● ଯଦି ଆପଣଙ୍କ ମୁଣ୍ଡ ଉପରୁ ବିଲେଇ ଡେଇଁ ଚାଲିଯାଏ ତେବେ ଆପଣ କୌଣସି ସମସ୍ୟାରେ ପଡ଼ି ପାରନ୍ତି ।

● ଘରେ ଥିବା କ୍ଷୀରକୁ ଯଦି ବିଲେଇ ଲୁଚିକରି ପିଇ ଥାଏ, ତେବେ ଆପଣଙ୍କ ଘରର ଧନ ହାନି ହେବାର ମୁଖ୍ୟ ସଙ୍କେତ ଅଟେ ।

ଆଶ କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ ।