ଆଶିଷ ନେହେରା କହିଥିଲେ – ଧୋନି ଓ ଗାଙ୍ଗୁଳିଙ୍କ ଅଧିନାୟକ ମଧ୍ୟରେ ସବୁଠାରୁ ବଡ ଅନ୍ତର କଣ ଥିଲା ।

Spread the love

ପୂର୍ବତନ ଭାରତୀୟ ବୋଲର ଆଶିଷ ନେହେରା କହିଛନ୍ତି ଯେତେବେଳେ ମ୍ୟାଚ ସମାପ୍ତ ହୋଇଥାଏ ,ସେତେବେଳେ ଧୋନି ନିଜ ହୋଟେଲ ରୁମରେ ପ୍ରତେକ ଖେଳାଳି ସହ କଥାବାର୍ତ୍ତା କରିବା ପାଇଁ ପ୍ରସ୍ତୁତ ରାହିଥାନ୍ତି ।

Google

ଆଶିଷ ନେହେରା ମନ୍ତବ୍ୟକାରୀ ଅକାଶ ଚୋପ୍ରାଙ୍କ ଏକ ଶୋ ଆକାଶବାଣୀରେ କହିଥିଲେ, ପ୍ରାୟ ଲୋକ କୁହଁନ୍ତି ଧୋନି ବହୁତ କଥାବାର୍ତ୍ତା କରନ୍ତି ନାହିଁ । ଏମିତି କିଛି କଥା ନୁହେଁ, ମ୍ୟାଚ ପରେ ମଧ୍ୟ ରାତି ସମୟରେ ତାଙ୍କ ରୁମ କବାଟ ଖୋଲା ରହିଥାଏ । ଯିଏ ଯେକୌଣସି ସମୟରେ ଯାଇ ତାଙ୍କ ସହ ଆଲୋଚନା କରିପାରିବ ।

Google

ଆଶିଷ ନେହେରା କହିଛନ୍ତି ଯେ ଚେନାଇ ସୁପର କିଙ୍ଗସ ହେଉ କିମ୍ବା ଭାରତୀୟ ଦଳ ,ଧୋନି କଥାବାର୍ତ୍ତା ବେଳେ ଏହା ଉପଦେଶ ଦେଇଥାନ୍ତି କି ତାଙ୍କ ଅନୁସାରେ ଜଣେ ଖେଳାଳି କଣ କରିପାରିବ ଓ ତାକୁ କଣ କରିବା ଆବଶ୍ୟକ ଏହା କହିଥାନ୍ତି । ଯାହା ଜଣେ ଖେଳାଳୀକୁ ଆଗକୁ ବଢିବାକୁ ସାହାର୍ଯ୍ୟ କରିଥାଏ ।

Google

ଏହାସହିତ ନେହେରା ନିଜର ପୂର୍ବ ଅଧିନାୟକ ଅର୍ଥାତ ବର୍ତ୍ତମାନର BCCI ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କ ବିଷୟରେ ମଧ୍ୟ କହିଥିଲେ , ଗାଙ୍ଗୁଲି ଏକ ଏମିତି ଅଧିନାୟକ ଥିଲେ ଯିଏ କି ନିଜର ଖେଳାଳି ମାନଙ୍କ ମନୋବଳ ବଢାଇବା ସହ ତାଙ୍କର ସମର୍ଥନ ମଧ୍ୟ କରୁଥିଲେ ।

Google

ଆଶିଷ ନେହେରା କହିଥିଲେ , ଧୋନୀ ଯେତେବେଳେ ନିଜର ଅଧିନାୟକ ପଦ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ଦଳରେ ବହୁତ ବରିଷ୍ଟ ଖେଳାଳି ଖେଳୁଥିଲେ । ଯାହାଫଳରେ ଅଧିନାୟକ ପଦ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । କାରଣ ଅନେକ ବରିଷ୍ଟ ଖେଳାଳିଙ୍କ ଉପସ୍ଥିତିରେ ଧୋନୀ କିପରି ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି ଏହା ଦେଖିବାକୁ ସମସ୍ତେ ବ୍ୟାକୁଳ ରହିଥିଲେ ।

Google

ଗାଙ୍ଗୁଲି ଅଧିନାୟକ ଥିବା ସମୟରେ ତାଙ୍କ ନିୟନ୍ତ୍ରଣରେ ଅନେକ ଯୁବା ଖଳାଳୀ ରହିଥିଲେ । ଗାଙ୍ଗୁଲୀ ସେହି ଖେଳାଳୀ ମାନଙ୍କୁ ବହୁତ ସମର୍ଥନ କରିବା ସହ ସେମାନଙ୍କ ମନୋବଳ ବଢ଼ାଇବାରେ ସାହାର୍ଯ୍ୟ କରୁଥିଲେ ।

ଦେଖିବାକୁ ଗଲେ ଧୋନି ଓ ଗାଙ୍ଗୁଲିଙ୍କ ଅଧିନାୟକ ଭିତରୁ କିଛି ତଫାତ୍ ଜଣାପଡେ ନାହିଁ । ଦୁଇଜଣ ଅଧିନାୟକ ନିଜ ନିଜର ଦଳକୁ ବହୁତ ଭଲ ନିୟନ୍ତ୍ରଣ କରିବା ସହ, ଖେଳାଳି ମାନଙ୍କୁ ସମର୍ଥନ ଓ ମନୋବଳ ବଢାଇବାରେ ଵିଶେଷ ଦାୟିତ୍ୱ ରଖିଥାନ୍ତି ।