ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଶୁଣିବାକୁ ମିଳିଛି ଏକ ନୂଆ ଖବର ।

Spread the love

ଆବେଦକ ମାନଙ୍କୁ ୩ ବର୍ଷ ଅପେକ୍ଷା କରିବାକୁ ପଡିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଖିବାକୁ ମିଳିଛି ଅସଫଳତା ।

ନାଗୋର ସହରରେ ଦରକାରୀ ହିତାଧିକାରୀଙ୍କ ସପ୍ନର ଘର ପାଇଁ ୩ ବର୍ଷ ଅପେକ୍ଷା କରିବାକୁ ପଡିଛି । ନଗର ପରିଷଦ ଅନୁସାରେ ଜୁନ ୨୦୧୬ରେ ଜୟପୁର ପଠାଯାଇଥିବା ଆବେଦନ ପତ୍ର ଉପରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ନିଜସ୍ଵ ଘରର ସପ୍ନ ଦେଖିଥିବା ଲୋକଙ୍କ ଆଶା ଆଶାରେ ହିଁ ରହିଯାଇଛି । ଆଗକୁ ନିର୍ବାଚନ ଅଛି ନୂଆ ସରକାରଙ୍କ ପାର୍ଥୀ ଚୟନ କରିବାରେ ସହର ପରିଷଦ ପାର୍ଥୀ ଚୟନରେ ବଦଳି କରିବାରେ ଆଶା ଆଶାରେ ହିଁ ରହି ଯିବ । ରାଜସ୍ଥାନରେ ସରକାର ପରିବର୍ତନ ହେବା ପରେ ବହୁତ ଗୁଡିଏ ଯୋଜନାରେ ପରିବର୍ତନ ଦେଖା ଯାଇଛି ।

ପୁଣିଥରେ ଆରମ୍ଭ ହୋଇଛି ଯୋଜନା :

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଆବାସହିନ ପରିବାର ଗୁଡିକୁ ଆବାସ ଯୋଗାଇ ଦେବାର ଚେଷ୍ଟା କରାଯାଉଛି । ନଗର ପରିଷଦ ରାଜ୍ୟ ସରକାରଙ୍କ ଅଧିକୃତ ଏଜେନ୍ସି ମାଧ୍ୟମରେ ନଗର ପରିଷଦ କ୍ଷେତ୍ର ଗୁଡିକରେ ଜୁନ ୨୦୧୬ ରେ ବୋର୍ଡ ବାର ଶିବିର ଲଗାଇ ଆବଶ୍ୟକ ତଥ୍ୟ ଅନୁସାରେ ପ୍ରଥମ ସ୍ତରରେ ୬୨୧୨ ଆବେଦନ ପତ୍ର ଗ୍ରହଣ କରିଥିଲେ । ଆବେଦନର ସୂଚୀ କୁ ଅଗ୍ରୀମ ରୁଡଶିକୋ ଜଯପୁରର ଏଜେନ୍ସିକୁ ପଠାଯାଇଥିଲା କିନ୍ତୁ ଆବେଦନ ଅଧିକାରୀଙ୍କ ଟେବୁଲ ଉପରେ ଆବେଦନ ପତ୍ର ପଡି ରହିଛି । ପୁଣିଥରେ ଯୋଜନା ଗୁଡିକର ଆରମ୍ଭ ପାଇଁ ପ୍ରସ୍ତୁତି ହେବାରେ ଲାଗିଛି ।

ତ୍ରୁଟିଯୁକ୍ତ ଆବେଦନ ପତ୍ର ଗୁଡିକୁ ସଂଶୋଧନ କରାଯିବ :

ସରକାରଙ୍କ ନିର୍ଦେଶ ଅନୁସାରେ ନଗର ପରିଷଦ ସାହାଯ୍ୟରେ ପ୍ରତ୍ୟକ ବ୍ୟକ୍ତିଙ୍କ ଆବେଦନ ପତ୍ରକୁ ପୁଣିଥରେ ସଂଶୋଧନ କରାଯାଉଛି । ୩ବର୍ଷ ପୂର୍ବରୁ କରିଥିବା ଆବେଦନ ପାର୍ଥୀଙ୍କୁ ଏହି ଯୋଜନାରେ ହଇରାଣ ହେବାକୁ ପଡୁଛି । ଆବେଦନ ପତ୍ର ଗୁଡିକର ସଂଶୋଧନ ପ୍ରକ୍ରିୟା ଅନଲାଇନ ହୋଇଛି ନା ନାହିଁ ସେହି ବିଷୟରେ କିଛି ସ୍ଵଷ୍ଠ କରାଯାଇ ନାହିଁ । ବର୍ତମାନ ଏହି ବିଷୟରେ ଜାଣିବା ପାଇଁ ଲୋକଙ୍କର ଲମ୍ବା ଧାଡି ଲାଗିବାରେ ଲାଗିଛି ।

ବ୍ୟାଙ୍କ ମାଧ୍ୟମରେ ଋଣ ଆବାସ ନିର୍ମାଣ ପାଇଁ ଯୋଗାଇ ଦିଆ ଯାଉଛି :

ଯୋଜନା ଅନୁସାରେ ହିତାଧିକାରୀଙ୍କୁ ୪ଟି ଶ୍ରେଣୀରେ ଲାଭାନିତ କରାଯିବ । ଯେଉଁ ଯୋଜନାରେ ସିଏଲଏସ ଶ୍ରେଣୀରେ ୬୨୨ ଆବେଦନ ପତ୍ର ମିଳିଥିଲା । ଯୋଜନା ଅନୁସାରେ ବ୍ୟାଙ୍କ ମାଧ୍ୟମରେ ୬ ଲକ୍ଷ ୫୦ ହଜାର ଟଙ୍କା କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ବୀକୃତି ହେବାପରେ ହିତାଧିକାରୀଙ୍କୁ ଦିଆଯିବ । ଏହି ଟଙ୍କା ଉପରେ ହିତାଧିକାରୀ ୬.୫୦ ପ୍ରତିଶତ ସୁଧ ବାର୍ଷିକ ଦେବେ । ଏ.ଏଚ୍.ପି ଶ୍ରେଣୀରେ ୧୩୭୬ ଆବେଦନ ପତ୍ର ମିଳିଥିଲା । ଭୂମିହୀନ ବ୍ୟକ୍ତିଙ୍କ ପାଇଁ ଭୂମି ଚୟନ କରି ଆବେଦନ ପତ୍ର କେନ୍ଦ୍ର ସରକାରଙ୍କୁ ପଠାଯାଇ ଥାଏ । ଏହି ଶ୍ରେଣୀର ହିତାଧିକାରୀଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଥାଏ ।

୧ଲକ୍ଷ ୫୦ହଜାର ଟଙ୍କାର ରାଶି ସରକାର ଦେବେ :

ବିଏଲସି (ଏନ) ଶ୍ରେଣୀରେ ୧୬୭୯ ଆବେଦନ ପତ୍ର ମିଳିଥିଲା । ଏହି ଶ୍ରେଣୀର ଆବେଦନ କରି ନିଜସ୍ଵ ଭୂମି ଉପରେ ନିଜେ ହିଁ ଆବାସ ତିଆରି କରାଇବେ । ଏହି ଆବେଦନକାରୀଙ୍କୁ ୧ଲକ୍ଷ ୫୦ହଜାର ଟଙ୍କାର ରାଶି ଅନୁଦାନ ଦିଆଯିବ । ବିଏଲସି (ଈ) ଶ୍ରେଣୀରେ ୨୫୩୫ ଆବେଦନ ପତ୍ର ମିଳିଥିଲା । ଏହି ଯୋଜନା ଅନୁସାରେ ହିତାଧିକାରୀଙ୍କ ପାଇଁ ନିବାସ ତିଆରି ହୋଇଛି କିନ୍ତୁ ସେହି ହିତାଧିକାରୀଙ୍କ ପରିବାର ପାଇଁ ନିବାସ ପର୍ଯ୍ୟାପ୍ତ ନୁହେଁ । ଏହି ହିତାଧିକାରୀଙ୍କ ପାଖରେ ଥିବା ନିଜସ୍ଵ ଜମିରେ ନିବାସ କରିବା ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କାର ରାଶି ଅନୁଦାନ ଦିଆଯାଇଥାଏ । ଶେଷ ରାଶି ଆବେଦକ ନିଜେ ହିଁ ବହନ କରିବେ ।

ଅପ୍-ଡେଟ୍ ଇନଫର୍ମେଶନ :

ଯୋଜନା ଅନୁସାରେ ଆବେଦନ ପତ୍ର ରୁଡସିକୋ କୁ ପଠାଯାଇଥିଲା କିନ୍ତୁ କୌଣସି କାର୍ଯ୍ୟକାରି ହୋଇନଥିଲା । ବର୍ତମାନ ଆବେଦନ ପତ୍ର ଗୁଡିକରେ ରହିଥିବା ତ୍ରୁଟି ଗୁଡିକୁ ଠିକ କରିବା ପାଇଁ କାର୍ଯ୍ୟ କରାଯାଉଛି । ବେଙ୍କ ଖାତା ସହ ଆଧାର ଅପଡେଟ କରାଯିବା ପ୍ରକ୍ରିୟା ଚାଲୁ ରହିଛି ।