ବନ୍ଧୁକ ଧରି ଟିକ୍-ଟକ୍ ଭିଡିଓ ବନାଇବା ଯୁବକଙ୍କ ପାଇଁ ମହଙ୍ଗା ପଡିଥିଲା ! ଉଜୁଡି ଗଲା ଘରର ଖୁସି, ଚାଲିଗଲା ଯୁବକର…. ।

Spread the love

ବନ୍ଧୁକ ଧରି ଟିକ୍-ଟକ୍ ଭିଡିଓ ବନାଇବା ଯୁବକଙ୍କ ପାଇଁ ମହଙ୍ଗା ପଡିଥିଲା ! ଉଜୁଡି ଗଲା ଘରର ଖୁସି, ଚାଲିଗଲା ଗୋଟିଏ ଯୁବକର ଜୀବନ …. ।

ଏପରି କୌଣସି ଆପ୍ ହେଉ କିମ୍ବା କୌଣସି ସ୍ଥାନ, ନିଜର ବାହାଦୁରି ଦେଖାଇ ନିଜ ଜୀବନକୁ ସଙ୍କଟରେ ପକାନ୍ତୁ ନାହିଁ ।

ଆଜିକାଲିର ମନୁଷ୍ୟ ପାଇଁ ସୋସିଆଲ ମିଡିଆର ଦୁନିଆ ଅଟେ ଓ ପ୍ରତିବ୍ୟକ୍ତି ସୋସିଆଲ ମିଡିଆ ମାଧ୍ୟମରେ ନିଜକୁ ତାରକା ବନାଇବା ପାଇଁ ଚେଷ୍ଠା କରିଥାନ୍ତି । ଆଜିକାଲିର ନୂଆନୂଆ ଆପ୍ ଗୁଡିକ, ଯାହା ଆପଣଙ୍କ ପ୍ରାୟ ସମସ୍ତ ପସନ୍ଦକୁ ପୂର୍ଣ୍ଣ କରିବାରେ, ଆପଣଙ୍କୁ ସାହାଯ୍ୟ କରିଥାଏ । ଆଜି ଏହିପରି ଏକ ଘଟଣା ବିଷୟରେ କହିବୁ; ଯାହା ଶୁଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଦେଶର ରାଜଧାନୀ ଦିଲ୍ଲୀର ଏହି ଘଟଣା, ଯାହା ଶୁଣି ସାରିବା ପରେ ଆପଣ ସ୍ତବ୍ଧ ହୋଇଯିବେ ।

ଟିକ୍-ଟକ୍ ଭିଡିଓକୁ ନେଇ ଜୀବନ ହରାଇବା ପାଇଁ ପଡିଛି :

ଚଳନ୍ତା କାରରେ ଭିଡିଓ ବନାଉଥିବା ଏକ ଯୁବକର ଜୀବନ ଚାଲିଯାଇଛି । ଏହି ଘଟଣା ଘଟାଇବା ପରେ ହତ୍ୟାର ଆରୋପରେ ପୋଲିସ ତିନି ଜଣ ଆରୋପିଙ୍କୁ ଗିରଫ କରିଛି । ଏହା ସହ ଘଟଣା ସ୍ଥାନରୁ ବନ୍ଧୁକ ମଧ୍ୟ ମିଳିଛି । କହିବା ପାଇଁ ଚାହୁଞ୍ଚୁ; ଜଣେ ଯୁବକ ଇଣ୍ଡିଆ ଗେଟ୍ ବୁଲିବା ପାଇଁ ଯାଇଥିଲେ ଓ ସେଠାରୁ ଘରକୁ ଫେରୁଥିଲେ । ଫେରୁଥିବା ବାଟରେ ଭିଡିଓ ବନାଉ ଥିଲେ କିନ୍ତୁ ଏହି ସମୟରେ ସେହି ଯୁବକଙ୍କ କାର ଭାରସାମ୍ୟ ହରାଇଥିଲା, ଯାହାଫଳରେ ଗୁଳି ଚାଲି ଯାଇଥିଲା । ଏହି ସମୟରେ ଜଣେ ଯୁବକର ମୃତ୍ୟୁ ହୋଇଥିଲା ।

ଘଟଣା ସ୍ଥଳ ଯାଞ୍ଚ କରୁଥିବା ପୋଲିସ କହିଛି; ଘଟଣାଟି ଶନିବାର ଦିନ ରାତ୍ରି ସମୟରେ ଯେତେବେଳେ ତିନି ଜଣ ଯୁବକ ମଜାମସ୍ତି କରିବା ପାଇଁ ଇଣ୍ଡିଆ ଗେଟ୍ ବୁଲିବା ପାଇଁ ଯାଇଥିଲେ, ସେଠାରୁ ସେମାନେ ନିଜ ଘର ଜାଫରାବାଦ୍ ଫେରିବା ବେଳେ ରାତି ୧୦.୩୦ ସମୟରେ ବାରଖମ୍ବା ରାସ୍ତାର ବ୍ରିଜ୍ ଉପରେ ଟିକ୍-ଟକ୍ ଆପ୍ଲିକେସନରେ ଭିଡିଓ ଲୋଡ କରିବା ପାଇଁ କହିଥିଲେ ଓ ନିଜ ପାଖରେ ରହିଥିବା ବନ୍ଧୁକକୁ କାର ଚଳାଉଥିବା ସଲମାନର ଗାଲ ଉପରେ ରଖିଥିଲେ ଓ ପଛରେ ବସିଥିବ ଅମିର ଭିଡିଓ ବନାଇବା ପାଇଁ ଯିବା ସମୟରେ ବ୍ରିଜ୍ ଉପରେ କାରଟି ଭାରସାମ୍ୟ ହରାଇଥିଲା ଓ ସୋହେଲର ହାତରୁ ଟ୍ରିଗର୍ ଦାବି ଯାଇଥିଲା ଓ ଯାହାଫଳରେ ଗୁଳି ସଲମାନକୁ ବାଜିଥିଲା । ଗୁଳି ବାଜିବା ପରେ ସୋହେଲ, ସଲମାନକୁ ସିଟକୁ ଟାଣିଥିଲା । ନିଜେ ଡ୍ରାଇଭିଙ୍ଗ ସିଟରେ ବସି ଗାଡି ଚଳାଇ ତୁର୍କନାମ୍ ଗେଟ ପାଖରେ ପହଞ୍ଚି, ନିଜ ପିତା ଅକ୍ରମକୁ ଫୋନ କରିଥିଲା । ପରେ ସେମାନେ ନିଜ ସାଙ୍ଗ ସାକିର ଘରକୁ ଯାଇ ରକ୍ତ ଲାଗିଥିବା ପୋଷାକ ବଦଳାଇ ଥିଲେ, ପରେ ସେହି ପୋଷାକକୁ ନାଳରେ ଫୋପାଡି ଦେଇଥିଲେ ।

ବର୍ତ୍ତମାନ ପୋଲିସ ପୋଷକକୁ ଖୋଜୁଛି । ଆରୋପିଙ୍କ ପରିବାର ଲୋକ କହିଛନ୍ତି; ବନ୍ଧୁକ ନିଜର ପ୍ରାଧାନ୍ୟ ଜାହିର କରିବା ପାଇଁ ଆଣିଥିଲା କିନ୍ତୁ ଏହା କିପରି ହୋଇଗଲା ଆମେ ବୁଝିପାରୁ ନାହୁଁ । ନିଜକୁ ସୋସିଆଲ ମିଡିଆରେ ପ୍ରଖ୍ୟାତ କରିବା ପାଇଁ ଆଜିକାଲିର ଯୁବପିଢୀ କିଛି ଏପରି କରିଥାନ୍ତି; ଯାହାଫଳରେ ନିଜ ଜୀବନ ହରାଇ ବସନ୍ତି । ଆପଣମାନଙ୍କୁ କହି ରଖିବାକୁ ଚାହୁଞ୍ଚୁ; ଏପରି କୋଣସି ଆପ୍ ହେଉ କିମ୍ବା କୌଣସି ସ୍ଥାନରେ ନିଜର ବାହାଦୁରି ଦେଖାଇ ନିଜ ଜୀବନକୁ ସଙ୍କଟରେ ପକାନ୍ତୁ ନାହିଁ ।

ଏହି ଘଟଣାରୁ ଆଜିକାଲିର ଯୁବପିଡି ଶିକ୍ଷା ନେଇ ବିପଦପୂର୍ଣ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।

ପୋଲିସ ଏହି ଘଟଣାରେ ସୋହେଲର ସାଙ୍ଗମାନଙ୍କୁ ଗିରଫ କରିଛି ଓ ସେମାନଙ୍କ ଉପରେ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଠା କରିବା ଥିବାରୁ, ଆଇପିସିର ଧାରା ୩୦୨, ୨୦୧ ଓ ଆର୍ମ ଏକ୍ଟ ଅନୁସାରେ ତିନି ଜଣଙ୍କୁ ଗିରଫ କରିଛି ।