ବହୁତ ଗ୍ଲେମରେସ ଅଟନ୍ତି “ବିଗ ବି”ଙ୍କ ଛୋଟ ଭାଇଙ୍କ ପତ୍ନୀ । ସୌନ୍ଦର୍ଯ୍ୟତାରେ ଜୟା ଏବଂ ଏଶ୍ଚର୍ଯ୍ୟାଙ୍କୁ ମଧ୍ୟ ପଛରେ ପକାଇ ଦିଅନ୍ତି ।

Spread the love

ବଲିଉଡ଼ରେ ଯେବେ ମଧ୍ୟ ମହାନ କଳାକାରଙ୍କ କଥା ହୋଇଥାଏ, ତେବେ ଅମିତାଭ ବଚ୍ଚନଙ୍କ ନାମ ସବୁଠାରୁ ଉପରେ ରହିଥାଏ । ଅମିତାଭଙ୍କୁ ବଲିଉଡ଼ର ମହାନାୟକ ଏବଂ ଶାହାଂଶାହ ମଧ୍ୟ କୁହାଯାଏ । ସେ ନିଜ ଅଭିନୟର ଯାଦୁ ସମସ୍ତ ଚଳଚ୍ଚିତ୍ରରେ ଦେଖାଇଥାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୋଟି କୋଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅମିତାଭ ବଚ୍ଚନ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବର୍ତ୍ତମାନ ବିଦେଶରେ ତାଙ୍କର ବହୁତ ଫେନ ଫୋଲୋଇଂଗ ରହିଛି । ଛୋଟରୁ ଆରମ୍ଭ କରି ବଡ଼ ଲୋକଙ୍କ ପସନ୍ଦିତ କଳାକାର ମାନଙ୍କ ମଧ୍ୟରେ “ବିଗ ବି”ଙ୍କ ନାମ ନିଶ୍ଚୟ ସାମିଲ ହୋଇଥାଏ । ୭୬ ବର୍ଷ ବୟସରେ ବର୍ତ୍ତମାନ ମଧ୍ୟ ମହାନାୟକ ବଲିଉଡ଼ର ନୂତନ କଳାକାର ମାନଙ୍କୁ ଟକ୍କର ଦେଉଛନ୍ତି । ଅମିତାଭ ବଚ୍ଚନଙ୍କୁ ତାଙ୍କ ଚଳଚ୍ଚିତ୍ର ଗୁଡ଼ିକରୁ ‘ଏଙ୍ଗରି ୟଙ୍ଗ ମେନ’ର ଉପାଧି ମିଳିଛି ।

୩ ଥର ମିଳି ସାରିଛି ରାଷ୍ଟ୍ରୀୟ ପୁରସ୍କାର :

ଅମିତାଭ ବଚ୍ଚନ ସ୍ନେହରେ ସମସ୍ତେ ବିଗ-ବି ବୋଲି ଡାକନ୍ତି । ସର୍ବଶ୍ରେଷ୍ଠ ଅଭିନେତା ଭାବରେ ସେ ୩ ଥର ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହୋଇ ସାରିଛନ୍ତି । କେବଳ ଏତିକି ନୁହେଁ, ସେ ୧୪ ଥର ଫିଲ୍ମ ଫେୟରର ପୁରସ୍କାରକୁ ମଧ୍ୟ ନିଜର କରିପାରିଛନ୍ତି । ଭାରତ ସରକାରଙ୍କ ତରଫରୁ ଅମିତାଭ ବଚ୍ଚନଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଛି । କହିବାକୁ ଗଲେ ଅମିତାଭଙ୍କ ଘରର ସମସ୍ତ ସଦସ୍ୟ ବହୁତ ପ୍ରସିଦ୍ଧ ଅଟନ୍ତି କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏକ ଏପରି ସଦସ୍ୟ ବିଷୟରେ ଜଣାଇବୁ ଯାହାକୁ ଆପଣ ବୋଧ ହୁଏ ଜାଣିଥିବେ ।

ଅମିତାଭଙ୍କ ଛୋଟ ଭାଇ ଅଟନ୍ତି ଅଜିତାଭ :

ଆଲୋଚନା କରିବା ଯେବେ ଅମିତାଭ ବଚ୍ଚନଙ୍କ ଘର ବିଷୟରେ, ତେବେ ତାଙ୍କ ଘରେ ପୁଅ ଅଭିଷେକ ବଚ୍ଚନ, ଝିଅ ଶ୍ୱେତା ନନ୍ଦା, ବୋହୂ ଏଶ୍ଚର୍ଯ୍ୟା ରାୟ, ପତ୍ନୀ ଜୟା ବଚ୍ଚନ ଏବଂ ନାତୁଣୀ ଆରାଧ୍ୟା ଅଟନ୍ତି । ଆଲୋଚନା କରିବା ଯଦି ତାଙ୍କ ଭାଇ ବିଷୟରେ ତେବେ ଅମିତାଭ ବଚ୍ଚନ ଗୋଟିଏ ଭାଇ ମଧ୍ୟ ଅଛନ୍ତି, ଯାହାଙ୍କ ନାମ ହେଉଛି ଅଜିତାଭ ବଚ୍ଚନ ଅଟେ । ଅମିତାଭ ବଚ୍ଚନଙ୍କ ଘରର ସମସ୍ତ ସଦସ୍ୟଙ୍କ ବିଷୟରେ ଜାଣିଥିବେ କିନ୍ତୁ ତାଙ୍କ ଭାଇ ଏବଂ ବିଶେଷ କରି ତାଙ୍କ ପତ୍ନୀଙ୍କ ବିଷୟରେ ବହୁତ କମ ଲୋକଙ୍କୁ ଜଣା । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅମିତାଭ ବଚ୍ଚନ ଛୋଟ ଭାଇ ଅଜିତାଭଙ୍କ ପତ୍ନୀଙ୍କ ନାମ ରମୋଲା ବଚ୍ଚନ ଅଟେ । ରମୋଲା ବଚ୍ଚନଙ୍କ ସୁନ୍ଦରତା ବିଷୟରେ ଚର୍ଚ୍ଚା କରିବା; ତେବେ ସେ ଦେଖିବାକୁ ବହୁତ ସୁନ୍ଦର ଓ ଗ୍ଲେମରେସ ଏବଂ ଷ୍ଟାଇଲିସ ଅଟନ୍ତି । ସୁନ୍ଦରତା ମାମଲାରେ ସେ ଜୟା ବଚ୍ଚନଙ୍କୁ ମଧ୍ୟ ଟକ୍କର ଦେଉଥିବାର ନଜର ଆସନ୍ତି ।

ବହୁତ ସୁନ୍ଦରୀ ଅଟନ୍ତି ଜୟା ବଚ୍ଚନଙ୍କ ଜା (ଦେବରାନୀ) :

ଜୟା ବଚ୍ଚନ ମଧ୍ୟ ନିଜ ସମୟର ଗୋଟିଏ ସୁନ୍ଦରୀ ଅଭିନେତ୍ରୀ ଥିଲେ । କିନ୍ତୁ ସମୟର ଗତିରେ ତାଙ୍କର ସୌନ୍ଦର୍ଯ୍ୟତା ଢଳି ଢଳି ଗଲା ଏବଂ ବର୍ତ୍ତମାନ ସେ ବହୁତ ବୟସ୍କାଙ୍କ ପରି ନଜର ଆସନ୍ତି । ଯଦିଓ, ତାଙ୍କ ବୟସର ଅନ୍ୟ ଅଭିନେତ୍ରୀ ଯେପରି କି ରେଖା ନିଜକୁ ଭଲ ଭାବରେ ବ୍ୟବସ୍ଥିତ କରିଛନ୍ତି । କିନ୍ତୁ ଜୟା ନିଜ ଉପରେ ସେତିକି ଧ୍ୟାନ ଦିଅନ୍ତି ନାହିଁ । ସେଠାରେ ତାଙ୍କ ଦେବରାନୀ ରମୋଲା ବଚ୍ଚନଙ୍କ ସୁନ୍ଦରତା କହିଲେ ନ ସରେ । ବୟସ ଅଧିକ ସତ୍ତ୍ୱେ ବର୍ତ୍ତମାନ ସମୟରେ ମଧ୍ୟ ସେ ନିଜକୁ ମେଣ୍ଟେନ ରଖନ୍ତି ଏବଂ ବହୁତ ଗ୍ଲେମରସ ମଧ୍ୟ ନଜର ଆସନ୍ତି । ସୂଚନା ପାଇଁ ଜଣାଇ ଦେଉଛୁ ଯେ, ରମୋଲା ବଚ୍ଚନ ଜୀବିକାରେ ଗୋଟିଏ ସଫଳ ବ୍ୟବସାୟୀ ମହିଳା ଅଟନ୍ତି ଏବଂ ସୋସିଆଲ ମିଡ଼ିଆରେ ମଧ୍ୟ ସକ୍ରିୟ ଥାଆନ୍ତି । ରମୋଲା ଏବଂ ଅଜିତାଭଙ୍କ ଚାରୋଟି ଶିଶୁ ଅଛନ୍ତି; ଏହା ସତ୍ତ୍ୱେ ମଧ୍ୟ ସେ ବହୁତ ଗ୍ଲେମରେସ ଦେଖାଯାନ୍ତି ।