୪୦ ବର୍ଷର ତଳର କଥା । ଥରେ ଶତ୍ରୁଘ୍ନ ସିଂହ୍ନ।ଙ୍କୁ ମାରିବା ପାଇଁ ବିଗ୍-B ଯାଉଥିଲେ, ଶତ୍ରୁଘ୍ନଙ୍କୁ ବଞ୍ଚାଇବାକୁ ଆସିଥିଲେ ଶଶୀ କପୂର୍ ।

Spread the love

୪୦ ବର୍ଷର ତଳର କଥା । ଥରେ ଶତ୍ରୁଘ୍ନ ସିଂହ୍ନ।ଙ୍କୁ ମାରିବା ପାଇଁ ବିଗ୍-B ଯାଉଥିଲେ, ଶତ୍ରୁଘ୍ନଙ୍କୁ ବଞ୍ଚାଇବାକୁ ଆସିଥିଲେ ଶଶୀ କପୂର୍ ।

ଶତ୍ରୁଘ୍ନ ସିଂହ୍ନ।ଙ୍କ ବାୟୋଗ୍ରାଫି “ସମଥିଙ୍ଗ୍ ବଟ୍ ଖାମୋସ୍”ରେ ଶତ୍ରୁଘ୍ନଙ୍କ ଜୀବନ ସହିତ ଜଡିତ ଘଟଣାକୁ ପ୍ରକାଶ କରାଯାଇଛି । ଯେଉଁଥିରେ ଅମିତାଭ ବଚନଙ୍କ ବିଷୟରେ ଚର୍ଚ୍ଚା କରାଯାଇଛି ।

ବଲିଉଡ ଅଭିନେତା ଶତ୍ରୁଘ୍ନ ସିଂହ୍ନ। ୨ୟ ଥର ରାଜନୀତି ଜୀବନରେ ଭାଗ୍ୟ ପରୀକ୍ଷା କରିବା ପାଇଁ କଂଗ୍ରେସରେ ସାମିଲ ହୋଇଛନ୍ତି । ଶତ୍ରୁଘ୍ନ ବିଜେପି ଛାଡ଼ି ବର୍ତ୍ତମାନ ଗତ ଶନିବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହାପରେ ସେ ବିଜେପି ବିରୁଦ୍ଧରେ ଜବରଦସ୍ତ ପ୍ରଚାର କରିବା ପାଇଁ ଆରମ୍ଭ କରିଦେଇଛନ୍ତି । ଶତ୍ରୁଘ୍ନ ଅବିବେକି ଭାବରେ କହିବା ପାଇଁ ସେ ସୁପରିଚିତ । ଯେଉଁଥିପାଇଁ ତାଙ୍କୁ ବାଗୀ ନେତାର ଉପାଧି ମଧ୍ୟ ଦିଆଯାଇଛି । କିନ୍ତୁ ଆମେ ଏଠାରେ ତାଙ୍କର ବଲିଉଡ କ୍ୟାରିୟର ବିଷୟରେ ଆଲୋଚନା କରୁଛେ । ବର୍ତ୍ତମାନ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ।

ଶତ୍ରୁଘ୍ନ ସିଂହ୍ନ। ନିଜ ବାୟୋଗ୍ରାଫିରେ ନିଜ ଜୀବନର ବହୁତ କିଛି କଥାକୁ ଖୋଲା ଖୋଲି ଆଲୋଚନା କରିଛନ୍ତି । ଯେଉଁଥିରେ ଅମିତାଭ ବଚନ ଓ ତାଙ୍କ ମଧ୍ୟରେ ଥିବା ସମ୍ପର୍କର ବଡ ଖୁଲାସା କରିଛନ୍ତି । ଶତ୍ରୁଘ୍ନ ସିଂହ୍ନ।ଙ୍କ ବିୟୋଗ୍ରାଫି “ଏନିଥିଙ୍ଗ୍ ବଟ୍ ଖାମୋସ୍”ରେ ନିଜ ଜୀବନ ସହିତ ଜଡିତ ଅନେକ କଥା ଖୋଲା ଖୋଲି କହିଛନ୍ତି । ଯେଉଁଥିରେ ଅମିତଭଙ୍କ ବିଷୟରେ କିଛି ଚର୍ଚ୍ଚା କରିଛନ୍ତି । ଅମିତାଭ ଓ ଶତ୍ରୁଘ୍ନଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ସେଥିପାଇଁ ଦୁଇଜଣଙ୍କୁ କେବେ ମଧ୍ୟ ଏକାଠି ଦେଖିବାକୁ ମିଳେନାହିଁ । କହିବାକୁ ଗଲେ ଦୁଇଜଣ ପରସ୍ପରର ଶତ୍ରୁ ଅଟନ୍ତି ।

ଅମିତାଭ ମୋତେ ବହୁତ ମାରି ଥିଲେ : ଶତ୍ରୁଘ୍ନ ସିଂହ୍ନ।

ନିଜ ବାୟୋଗ୍ରାଫିରେ ଶତ୍ରୁଘ୍ନ ଲେଖିଛନ୍ତି ଫିଲ୍ମ “କାଲା ପଥର”ର ସୁଟିଙ୍ଗରେ ଅମିତାଭ ତାଙ୍କୁ ମାରିବା ଆରମ୍ଭ କରିଥିଲେ, ଯାହାର କାରଣ କଣ ତାଙ୍କୁ ଜଣାନାହିଁ । ଶତ୍ରୁଘ୍ନ ସିଂହ୍ନ। କହିଛନ୍ତି, “କାଲା ପଥର”ର ଗୋଟିଏ ଦୃଶ୍ୟର ସୁଟିଙ୍ଗ୍ ସେଟରେ ଖୁବ୍ ଜୋର ସେ ପିଟିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ଗୋଟିଏ ସୁଟିଙ୍ଗ୍ ସେଟରେ ଯେଉଁ ପ୍ରକାରର ପିଟି ଥିଲେ, ସୁଟିଙ୍ଗ୍ ସେଟରେ ଏପରି ହେବା କଥା ନୁହେଁ । ସତେ ଯେମିତି ଲାଗୁଥିଲା, ସେ ତାଙ୍କର କୌଣସି ଶତ୍ରୁକୁ ପିଟୁଛନ୍ତି ।

ବଞ୍ଚାଇବା ପାଇଁ ଶଶୀକପୂରଙ୍କୁ ଆସିବାକୁ ପଡିଲା :

ଶତ୍ରୁଘ୍ନ ସିଂହ୍ନ। ନିଜ ଆତ୍ମକାହାଣୀରେ ଲେଖିଛନ୍ତି, ସୁଟିଙ୍ଗ୍ ସେଟରେ ଅଚାନକ ଯେପରି ପିଟିବା ଆରମ୍ଭ କଲେ, ମୋତେ ଜଣା ହିଁ ନଥିଲା ଯେ, ସୁଟିଙ୍ଗରେ ଏପରି ସିନ୍ ଅଛି । ଅମିତାଭ ଏପରି ପିଟିବାରେ ଲାଗିଲେ, ଯେତେବେଳେ ପର୍ଯ୍ୟନ୍ତ ଶଶୀ କପୂର୍ ଆସି ଅମିତାଭଙ୍କୁ ସେଥିରୁ ନିବୃତ୍ତ କରାଇଲେ । ଶଶୀ କପୂର୍ ଆସି ଦୁଇଜଣଙ୍କ ମଧ୍ୟରେ ଛିଡ଼ା ହୋଇ ଆମକୁ ଅଲଗା କରିଥିଲେ । ସେତେବେଳେ ଯାଇ ଅମିତାଭ ଶତ୍ରୁଘ୍ନଙ୍କୁ ପିଟିବା ଛାଡ଼ିଥିଲେ ।

ଅମିତାଭ ମୋତେ ପସନ୍ଦ କରୁନଥିଲେ : ଶତ୍ରୁଘ୍ନ ସିଂହ୍ନ।

ଆତ୍ମକାହାଣୀରେ ଲେଖାଯାଇଛି, ଆମେ ଦୁଇଜଣ ଗୋଟିଏ ସୁଟିଙ୍ଗ୍ ସେଟରେ ମିଶି ସୁଟିଂ କରୁଥିଲୁ । କିନ୍ତୁ କେବେ ମଧ୍ୟ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା କରୁନଥିଲୁ । ସତେ ଯେପରି ମୋତେ ଲାଗୁଥିଲା “କାଲା ପଥର”ରେ ମୁଁ ଅଭିନୟ କରିବା ଅମିତାଭ ଚାହୁଁନଥିଲେ । କାରଣ ମୋ ଅଭିନୟକୁ ସମସ୍ତେ ପ୍ରଶଂସା କରୁଥିଲେ । ଯାହାକି ବଚନଙ୍କୁ ପସନ୍ଦ ନଥିଲା । ଏହାପରେ ଆମ ଦୁଇଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା ।ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ ଦୁଇଜଣଙ୍କ ସମ୍ପର୍କରେ ତିକ୍ତତା ଲାଗି ରହିଛି ।