“ବିଗ ବି” ନିଜକୁ ନେଇ ଏହି ଆଶ୍ଚର୍ଯ୍ୟଜନକ ରହସ୍ୟର ପର୍ଦାଫାଶ କରିଛନ୍ତି ! ସମର୍ଥକମାନେ ତାଙ୍କର କୁଶଳ ମଙ୍ଗଳର ଆଶୀର୍ବାଦ କାମନା କରୁଛନ୍ତି !

Spread the love

ବଲିଉଡର ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନଙ୍କୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି ଏବଂ ଏହି ଖବର ଆସିଲା ପରେ ତାଙ୍କର ସମର୍ଥକମାନେ ଆକସ୍ମିକ ଆଘାତରେ ବୁଡି ଯାଇଛନ୍ତି । ହଁ ଆଜ୍ଞା, ନିକଟରେ ହିଁ ଅମିତାଭ ବଚ୍ଚନକୁ ନେଇ ତାଙ୍କ ବିଷୟରେ ଏମିତି କିଛି ଖୁଲାସା ହୋଇଛି ଯେ, ତାଙ୍କ ପ୍ରତି ଲୋକଙ୍କର ଭଲ ପାଇବା ଆହୁରି ଅଧିକ ବଢିଯାଇଛି କିନ୍ତୁ ଲୋକେ ତାଙ୍କର କୁଶଳ ମଙ୍ଗଳ ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛନ୍ତି । ଆପଣଙ୍କୁ କହିଦେଉଛୁ ଯେ, ନିକଟରେ ଅମିତାଭ ନିଜେ ଏହି କଥାକୁ ସ୍ୱୀକାର କରିଛନ୍ତି ଯେ, ‘ତାଙ୍କର ଲିଭର୍ ବା ଯକୃତର ୭୫ ପ୍ରତିଶତ ନଷ୍ଟ ହୋଇ ଗଲାଣି’ ।

ହଁ ଆଜ୍ଞା, ନିକଟରେ ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ, “ମୁଁ ସର୍ବଦା ମୋର ବ୍ୟକ୍ତିଗତ ବିଷୟରେ ଉଦାହରଣ ମାଧ୍ୟମରେ କହି ଥାଉଛି ଏବଂ ଆପଣମାନଙ୍କୁ ଏହି ସବୁ ଘଟଣା ବିଷୟରେ ଜାଗୃତ କରିବା ପାଇଁ ଚେଷ୍ଟା କରୁଛି ଏବଂ ସାର୍ଵଜନିକ ମାଧ୍ୟମରେ ମୋତେ ଏହା କହିବା ପାଇଁ ଖରାପ ଅନୁଭବ ହୁଏ ନାହିଁ ଯେ, ମୁଁ ଜଣେ ଟିବି ଏବଂ ହିପଟାଇଟିସ ରୋଗୀ ଅଟେ । ଖରାପ ରକ୍ତ ପ୍ରବାହିତ ହେଉଥିବା ଯୋଗୁଁ ମୋର ଯକୃତର ୭୫ ଭାଗ ନଷ୍ଟ ହୋଇ ଗଲାଣି । ତେଣୁ ଆଜିକୁ ଦୀର୍ଘ ୨୦ ବର୍ଷ ମଧ୍ୟରେ ମୋର ୭୫ ପ୍ରତିଶତ ଯକୃତ ନଷ୍ଟ ହୋଇଗଲା ଏହା ସତ୍ତ୍ୱେ ମଧ୍ୟ ମୁଁ ମାତ୍ର ୨୫ ପ୍ରତିଶତ ଯକୃତରେ ଜୀବିତ ରହିଛି ।”

ଏହା ସହିତ ଅମିତାଭଙ୍କ କଥା ଯଦି କହିବା ତେବେ ସେ ପୋଲିଓ, ହେପଟାଇଟିସ ବି, ଟିବି ଏବଂ ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଭିଯାନ ସହ ଜଡିତ ଅଛନ୍ତି । ବର୍ତ୍ତମାନ ଅମିତାଭଙ୍କୁ ୭୬ ବର୍ଷ ବୟସ ହୋଇଗଲାଣି ଏବଂ ସେ ଲୋକମାନଙ୍କର ରୋଗର ପରିକ୍ଷଣ ଏବଂ ତାହାର ନିଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି । ଅମିତାଭ ବଲିଉଡର ଅନେକ ହିଟ ଚଳଚ୍ଚିତ୍ରରେ କାମ କରିଛନ୍ତି କିନ୍ତୁ ଯେବେ ଠାରୁ ତାଙ୍କ ସମର୍ଥକମାନେ ଏହି ବିଷୟରେ ଜାଣିଲେ ଯେ, ତାଙ୍କର ୭୫ ପ୍ରତିଶତ ଯକୃତ ନଷ୍ଟ ହୋଇଯାଇଛି; ସେବେଠାରୁ ତାଙ୍କର ସମର୍ଥକମାନେ ତାଙ୍କର କୁଶଳ ମଙ୍ଗଳର କାମନା କରୁଛନ୍ତି ଏବଂ ଲୋକମାନେ ତାଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କହୁଛନ୍ତି ଏବଂ ଆଉ କିଛି ସମର୍ଥକଙ୍କୁ ଏହି ଜାଣି ଆଘାତ ଲାଗିଛି ।