ବିଧବା ମାଆର ସଂଘର୍ଷ ! ତିନି ଝିଅ ଏକା ସାଙ୍ଗରେ ଆର.ଏ.ଏସ ଅଧିକାରୀ ହେବାରେ ସଫଳ ହୋଇଛନ୍ତି । ପରିସ୍ଥିତି ଜାଣିଲେ ଆଖିରୁ ଲୁହ ଝରି ଆସିବା

Spread the love

ନା ଝିଅ ମାନେ ବୋଝ ଅଟନ୍ତି ଏବଂ ନା ଝିଅମାନେ ନିଜର ପ୍ରତିଭା ବଳରେ ପ୍ରଶଂସାରେ କମ ଅଟନ୍ତି । ନିଜ ଦୃଢ ଆତ୍ମବିଶ୍ୱାସ ବଳରେ ଆଜି ଝିଅ ମାନେ ପୁଅ ସହ ତାଳ ଦେଇ ଉର୍ନ୍ନତିର ଚରମ ସୀମାରେ ପହଞ୍ଚି ପାରିଛନ୍ତି । ଗୋଟିଏ ଘରେ ବିଧବା ମାଙ୍କ ତିନି ଝିଅ, ତଥାପି ଦୁନିଆ ଆଗରେ ମୁଣ୍ଡ ନ ନୁଆଇଁ ସାହସର ତିନି ଝିଅଙ୍କୁ “ମଣିଷ ପରି ମଣିଷ”ଟି ଗଢି ତୋଳିଛନ୍ତି । ରାଜସ୍ଥାନର ରାଜଧାନୀ ଜୟପୁର ପାଖରେ ସାରାଙ୍ଗର ବାସ ନାମକ ଗୋଟେ ଛୋଟ ଗାଁଟି ଅଛି । ଆସନ୍ତୁ ଜାଣିବା :

ଆଜି ପର୍ଯ୍ୟନ୍ତ ଏହି ଗାଁଟିର ନାଁ ବହୁତ ଲୋକ ଜାଣି ନ ଥିଲେ, କିନ୍ତୁ ରାଜସ୍ଥାନର ପବ୍ଲିକ ସର୍ବିସ୍ କମିଶନ RAS ଅର୍ଥାତ ରାଜସ୍ଥାନ ଏଡମିନିସ୍ଟ୍ରେଟିବ ସର୍ବିସେଜ ନିକଟରେ ଘୋଷିତ ହେବା ପରେ ଏହି ଗାଁ ଚର୍ଚ୍ଚାରେ ଅଛି ଏବଂ ଏହି ଚର୍ଚ୍ଚାର କାରଣ ଅଟେ ତିନି ଭଉଣୀ । ଆଜ୍ଞା ହଁ, ଏହି ପରୀକ୍ଷାରେ ତିନି ଭଉଣୀ ଏକା ସାଙ୍ଗରେ ଆରଏଏସ ଅଧିକାରୀ ହେବାରେ ସଫଳ ହୋଇଛନ୍ତି ।

ମା’ଙ୍କ କହିବା କଥା ଯେ, ତାଙ୍କ ସ୍ୱାମୀଙ୍କ ଅନ୍ତିମ ଇଚ୍ଛା ପୁରା କରିଛନ୍ତି । ଯି ଏକି ଚାହୁଁଥିଲେ ତିନି ଝିଅ ବଡ଼ ଅଫିସର ହୁଅନ୍ତୁ ।

ଏକମାତ୍ର ପୁଅ ମଧ୍ୟ ପିତାଙ୍କ ଇଛା ପୁରଣ କରିବା ପାଇଁ ପଢ଼ା ଛାଡ଼ି ଦେଇ କଠିନ ପରିଶ୍ରମରେ ଲାଗିଗଲା, ଯେମିତିକି ଭଉଣୀମାନେ ପଢ଼ି ପାରିବେ । ଉତ୍ସାହରେ ଭରା ଏହି କାହାଣୀ ଜୟପୁର ଜିଲ୍ଲାର ସାରଙ୍ଗର ବାସ ଗାଁରୁ ଆସିଛି । ଯେଉଁଠି 55 ବର୍ଷ ବୟସ୍କ ବୟସର ମୀରା ଦେବୀଙ୍କ ତିନୋଟି ଝିଅ କମଳା ଚୌଧୁରୀ, ମମତା ଚୌଧୁରୀ ଏବଂ ଗୀତା ଚୌଧୁରୀ । ଏହି ତିନିଜଣ ରାଜସ୍ଥାନ ପ୍ରଶାସନିକ ସେବା (ଆରଏଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ମୀରା ଦେବୀଙ୍କ କହିବା କଥା ସ୍ୱର୍ଗତ ପତି ଗୋପାଳଙ୍କ ଅଧୁରା ଇଛା ପୁରା କରିବା ତାଙ୍କର ଉଦେଶ୍ୟ ଥିଲା । ସ୍ୱର୍ଗତ ପତି ଗୋପାଲ ତାଙ୍କ ନିଜ ତିନି ଝିଅଙ୍କୁ ବଡ ଅଫିସର କରିବାକୁ ଚାହୁଁଥିଲେ ।

ବିଧବା ମାଆ ପତିଙ୍କର ଏହି ସ୍ୱପ୍ନକୁ ପୁରା କରିବା ପାଇଁ ଦରିଦ୍ରତାକୁ ଯେପରି ତାଙ୍କ ଝିଅମାନେ ସାମ୍ନା ନ କରିବେ ସେଥିପାଇଁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ପୁଅ ବି ତ୍ୟାଗ କଲା । ତିନି ଝିଅ ଗୋଟିଏ ଦିନ ମଧ୍ୟ ଦରିଦ୍ରତାକୁ ଅନୁଭବ କରି ନ ଥିଲେ । ଗାଁର ଛୋଟ ଘରେ ରହିଥିବା ତିନି ଝିଅ ମନଧ୍ୟାନ ଦେଇ ପାଠ ପଢିଲେ । ତିନି ଜଣ ମିଶି ଯୋଜନା କରିଲେ ଏବଂ ତିନି ଜଣ ମିଶି ଦୁଇ ବର୍ଷ ଧରି କଠିନ ପରିଶ୍ରମ କରି ମାଆ ବାପାଙ୍କ ସ୍ୱପ୍ନକୁ ପୁରା କରିଛନ୍ତି । ତିନି ଝିଅ ପ୍ରଶାସନିକ ସେବା ପଦ ପାଇଁ ପ୍ରସ୍ତୁତି କରିଲେ । ସେମାନେ ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷାର ମଧ୍ୟ ଦେଇଥିଲେ, କିନ୍ତୁ କିଛି ମାର୍କ ପାଈଁ ପଛରେ ରହିଗଲେ । ପୁଣି ରାଜସ୍ଥାନ ପ୍ରଶାସନିକ ସେବାରେ ପରୀକ୍ଷାରେ ଦେଲେ ଏବଂ ସେଥିରେ ସେମାନେ ସଫଳ ହୋଇଗଲେ । ତିନି ଜଣଙ୍କ ମଧ୍ୟରୁ ସବୁଠୁ ବଡ଼ କମଲା କୁ OBC ରେଙ୍କରେ 32ତମ ସ୍ଥାନ ମିଳିଲା, ସେମିତି ଗୀତାକୁ 64ତମ ସ୍ଥାନ ମିଳିଲା ଏବଂ ମମତା କୁ 128ତମ ସ୍ଥାନ ମିଳିଲା । ମୀରା ଦେବୀଙ୍କ କହିବା କଥା ହେଉଛି ଯେ, ବହୁତ ବର୍ଷ ଧରି ରୋଗରେ ପୀଡ଼ିତ ହୋଇ ପତିଙ୍କର ଦୁଇ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା ।

ଏହା ପରେ ଝିଅମାନେ ପିତାଙ୍କ ଇଛା ପୂରଣ କରିବା ପାଇଁ ଦିନ-ରାତି ପଢିବା ଆରମ୍ଭ କରିଥିଲେ । ତିନିଜଣଙ୍କ ଲକ୍ଷ୍ୟ ଥିଲା ଭାରତୀୟ ପ୍ରଶାସନିକ ସେବାରେ ଯିବା ପାଈଁ ଏବଂ ସେମାନେ ସେହି କାମ ପାଈଁ ଲାଗିଥିଲେ । ନିଜର ତିନି ଭଉଣୀଙ୍କ ସ୍ୱପ୍ନକୁ ପୁରା କରିବା ପାଇଁ ମୀରା ଦେବୀଙ୍କ ପୁଅ ରାମ ସିଂହ ଅଧାରୁ ପଢ଼ା ଛାଡିଦେଲା । ରାମ ସିଂହଙ୍କ କହିବା କଥା ଯେ, ପିତାଙ୍କ ରୋଗର କାରଣ ଯୋଗୁଁ ପିଲାଟି ଦିନରୁ ହିଁ ଘରର ଦାୟିତ୍ୱ ନେବାକୁ ସ୍ଥିର ହୋଇଗଲା ଏବଂ ବାପାଙ୍କ ସ୍ବପ୍ନ, ଭଉଣୀମାନଙ୍କୁ ଉଚ୍ଚ ପଦବୀରେ ଅଧିଷ୍ଠିତ କରାଇବା ଏଥିଲାଗି ଆମେ ମାଆ ପୁଅ ଦୁହେଁ ମିଶି, ସେମାନଙ୍କୁ କୌଣସି ପ୍ରକାର ଅସୁବିଧା ଅନୁଭବ କରିବାକୁ ଦେଇନାହୁଁ ।

ମା ଅଶିକ୍ଷିତା ଓ ଖେତବାଡ଼ି ଏବଂ ପଶୁମାନଙ୍କୁ ପାଳିବା ବ୍ୟତିତ ଆଉ କୌଣସି କାମ ଆସେ ନାହିଁ । ଏହା ପରେ ବି ତିନି ଝିଅମାନେ ହାର ମାନିଲେ ନାହିଁ, ମନକୁ ଦୃଢ ରଖିଲେ ଏବଂ ଲୟ ଲକ୍ଷ୍ୟ ଉପରେ ଥିଲା । ଏହାର ପରିଣାମବି ବହୁତ ସକାରତ୍ମକ ହୋଇଥିଲା । ଶେଷରେ ଆରପିଏସସି ଦ୍ୱାରା ଘୋଷଣା ହେବା ରେଜଲ୍ଟରେ ତିନି ଭଉଣୀଙ୍କୁ ଏକା ସାଙ୍ଗରେ ଆରଏଏସ ଅଫିସର ହେବାର ସଫଳତା ପ୍ରାପ୍ତ କଲେ ।

ମାଆ ମୀରା ଦେବୀଙ୍କ ଛଡା ଭଉଣୀମାନଙ୍କର ସଫଳତା ପାଇଁ ଭାଇ ରାମ ସିଂହଙ୍କର ବି ଯୋଗଦାନ କିଛି କମ୍ ନୁହେଁ । ଭାଇ, ବାପାଙ୍କ ଭଳିଆ ଦାୟିତ୍ୱ ତୁଲେଇଛନ୍ତି ଆଉ ତାଙ୍କ ଭଉଣୀମାନଙ୍କୁ ସବୁବେଳେ ପଢ଼ାରେ ଧ୍ୟାନ ଲଗେଇବା ପାଇଁ କହୁଥିଲେ । ପରିବାରର ଅନ୍ୟ ଜିନିଷରେ ଉଣା କଲେ ଚାଲୁଥିଲା କିନ୍ତୁ ଭଉଣୀଙ୍କର ପଢ଼ାରେ କେବେ ଅବହେଳା କରି ନ ଥିଲେ । ଏବେ ରାମ ସିଂହଙ୍କର ଇଚ୍ଛା ଯେ ତିନି ଭଉଣୀ ଆରଏଏସ ତୋ ହୋଇ ଗଲେ, ଏବେ ତାଙ୍କୁ ଆଇଏଏସ ପାଇଁ ପ୍ରସ୍ତୁତି ଆରମ୍ବ କରିବା ଦରକାର ଅଟେ ଆଉ ସେ ସେଥିପାଇଁ ନିଜ ତରଫରୁ ସମ୍ପୂର୍ଣ୍ଣ ସହାୟତା ପାଇଁ ପ୍ରସ୍ତୁତ ଅଛି ।