ବିଦେଶୀ ବୋହୁ କରି ଦେଖାଇଲେ ଏମିତି ଦେଶୀ ଅନ୍ଦାଜ, ଗାଁ ଲୋକେ ପଛରେ ପଡିଗଲେ….

Spread the love

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଖବର ଜଣେଇବୁ ଯାହାକୁ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ମଧ୍ୟପ୍ରଦେଶର ଜଣେ ବିଦେଶୀ ମହିଳା ନିଜର ଘର ନିଜେ ତିଆରି କରୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ମହିଳାଙ୍କର ନାମ “ମାରୀ” ଅଟେ । ସେହିଁ ବିଦେଶୀ ମହିଳା ଜଣକ 7 ବର୍ଷ ପୂର୍ବରୁ ଆମ ଦେଶ ଭାରତ ବୁଲିବା ପାଇଁ ଆସି ଥିଲେ । କିନ୍ତୁ ତାଙ୍କୁ ବୁଲାଉ ଥିବା ଗାଇଡ଼ ସହିତ ତାଙ୍କର ପ୍ରେମ ହୋଇଗଲା । ଆଉ ସେ ଏହି ଭାରତରେ ହିଁ ରହିଗଲେ ଆଉ ଗାଇଡ଼କୁ ବିବାହ କରି ନେଲେ । ସେହି ବିଦେଶୀ ମହିଳା ଜଣକ ବର୍ତ୍ତମାନ ଦୁଇଟି ଛୁଆର ମାଆ ।

ଏବେ ଏହି ମହିଳା ନିଜ ସ୍ୱାମୀଙ୍କ ସହିତ ମିଶି ନିଜର ଘର ନିଜେ ତିଆରି କରିବାରେ ଲାଗିଛନ୍ତି । ଯାହାର ଏକ ଫୋଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଯାହାକୁ କି ଲୋକମାନେ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି । ଲୋକମାନେ କହୁଛନ୍ତି ଯେ, ଏ ବିଦେଶୀ ବୋହୁ ଭାରତରେ କାମାଲ ହିଁ କରି ଦେଲା । ଆଉ ଲୋକମାନେ ଶ୍ରଦ୍ଧା ସେହି ବିଦେଶୀ ମହିଳାକୁ ଭେରୀ ୱେଲ କମ୍ ଆପଣଙ୍କୁ ଭାରତରେ, ଭାଉଜ ତୁମକୁ ଆମ ଭାରତକୁ ସ୍ୱାଗତ । ମିଳିଥିବା ସୂଚନା ଅନୁସାରେ 7 ବର୍ଷ ପୂର୍ବରୁ ମାରି ଫ୍ରାନ୍ସ ରୁ ଭାରତ ବୁଲିବା ପାଇଁ ଆସି ଥିଲେ । ଏଠାରେ “ଧୀରଜ” ନାମକ ଜଣେ ଯୁବକ ସହିତ ଫ୍ରେଞ୍ଚ ରେ ତାଙ୍କ ବିଷୟରେ ଶୁଣୁ ଶୁଣୁ ତାଙ୍କ ସହିତ ପ୍ରେମ ହୋଇ ଗଲା । ଏଇ ମହିଳା ପେଷାରେ ଜଣେ ଶିକ୍ଷୟତ୍ରୀ ଅଟନ୍ତି ।

ଆଉ ଏହା ପରେ ଦୁହେଁ ବିବାହ କରି ନେଲେ । ବର୍ତ୍ତମାନ “ମାରୀ” ଭାରତୀୟ ସଭ୍ୟତାକୁ ସମ୍ପୂର୍ଣ୍ଣ ଆପଣାଇ ସାରିଲେଣି ଓ ଭାରତ ସଭ୍ୟତା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ ସାରିଲେଣି । ସେ ଦୁଇଟି ଛୁଆର ମାଆ ମଧ୍ୟ ହୋଇ ଗଲେଣି । ମାରୀଙ୍କର ବାପା ଜଣେ ଡାକ୍ତର ଆଉ ତାଙ୍କର ମା’ ଜଣେ ଶିକ୍ଷୟତ୍ରୀ ଅଟନ୍ତି ।  ଆଉ ସେ ଦୁହେଁ ମଧ୍ୟ ସମ୍ୟକ ଭାରତୀୟ ଭାଷା କହି ପାରନ୍ତି ଓ ବୁଝି ପାରନ୍ତି । ଆମ ଦେଶର ସଲୱାର ସୁଟ ପିନ୍ଧି ଗର୍ବ ଅନୁଭବ କରୁଛନ୍ତି । ବର୍ତ୍ତମାନ ମଧ୍ୟ ମାରୀ ତାଙ୍କର ଶିକ୍ଷକତା ଛାଡି ନାହାନ୍ତି, ପିଲାମାନଙ୍କୁ ପାଠ ପଢେଇବା ଜାରି ରଖିଛନ୍ତି । ଆଜି ବି ସେ ପ୍ୟାରିସର ପିଲା ମାନଙ୍କୁ ଅନଲାଇନ ଶିକ୍ଷା ଦିଅନ୍ତି । ଆଉ ତା’ଛଡା ପାଠ ପଢା ପାଇଁ ଆବଶ୍ୟକ ନୋଟ (Note) ବନେଇ ପିଲାଙ୍କୁ ସାହାଯ୍ୟ କରି ଥାନ୍ତି ।

ଆମର ଏହି ପୋଷ୍ଟ ଯଦି ଆପଣ ମାନଙ୍କୁ ଭଲ ଲାଗିଲା ତେବେ Like ଆଉ ସେଆର ବି କରି ଦିଅନ୍ତୁ ।।