ବିବାହ ପରେ ସବୁ ମହିଳା ଙ୍କର ଏହି 3ଟି ଇଚ୍ଛା ହୋଇ ଥାଏ, ଯାହା ବିଷୟରେ ସ୍ୱାମୀଙ୍କୁ ଜଣା ନ ଥାଏ

Spread the love

ପ୍ରତି ଝିଅର ଏହା ସ୍ବପ୍ନ ରହିଥାଏ ଯେ ତା’ର ବିବାହ ଧୁମଧାମରେ ହେଉ ଆଉ ତା’କୁ ଗୋଟିଏ ଭଲ ମଣିଷଟି ସ୍ୱାମୀ ମିଳୁ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ବିବାହ ପରେ ବି ମହିଳା ମାନଙ୍କର ଏମିତି ତିନି ଇଚ୍ଛା ରହିଥାଏ ଯାହାକି ତା’ର ସାଥିକୁ ମଧ୍ୟ ଜଣା ନ ଥାଏ । ଏହି ପୋଷ୍ଟଟିକୁ ସମ୍ପୂର୍ଣ୍ଣ ପଢନ୍ତୁ କାରଣ ଆଜିର ଏହି ପୋଷ୍ଟରେ ଆମେ ମହିଳାମାନଙ୍କର ସେଇ ତିନିଟି ଇଚ୍ଛା ବିଷୟରେ ଜଣାଇବୁ ।

1) ସ୍ୱାମୀ ତା’ର ଯତ୍ନ ନିଅନ୍ତୁ :-

ପ୍ରତି ଝିଅର ଏହା ସ୍ବପ୍ନ ରହିଥାଏ ଯେ ବିବାହ ପରେ ତା’ର ଜୀବନ ସାଥି ତା’ର ସମ୍ପୂର୍ଣ୍ଣ ଦେଖାଚାହାଁ କରୁ ଓ ତା’ର ଯତ୍ନ ମଧ୍ୟ ନେଉ । କାହିଁକି ନା ପ୍ରେମର ଦ୍ଵିତୀୟ ରୂପ ହେଉଛି ପତ୍ନୀର ଯତ୍ନ ନେବା । ବି ହୋଇ ଥାଏ ଆଉ ଯଦି ଆପଣଙ୍କର ନୂଆ ନୂଆ ବିବାହ ହୋଇଛି ତୋ ଆପଣଙ୍କର ସ୍ତ୍ରୀଙ୍କର ସମ୍ପୂର୍ଣ୍ଣ ଯତ୍ନ ରଖିବା ନିହାତି ଜରୁରୀ ଯଦି ଅବହେଳା କରୁଛନ୍ତି ତେବେ ଆଜି ଠାରୁ ହିଁ ଯତ୍ନ ନେବା ଆରମ୍ଭ କରି ଦିଅନ୍ତୁ ।ତାଙ୍କୁ ଏହା ନିଶ୍ଚିତ ଭଲ ଲାଗିବ ଆଉ ଆପଣଙ୍କର ସମ୍ପର୍କ ଆହୁରି ନିବିଡ଼ ଓ ମଜବୁତ ହେବ ।

2) ଶାଶୁ ମା’ଆ ଭଳି ବ୍ୟବହାର କରନ୍ତୁ :-

ପ୍ରତିଟି ଝିଅର ବିବାହ ପୂର୍ବରୁ ଏହା ଡର ଥାଏ ଯେ ତା’ର ଶାଶୁଙ୍କ ବ୍ୟବହାର କିଭଳି ? ଆଉ ବିବାହ ପରେ ତା’ ସହିତ କେମିତି ବ୍ୟବହାର କରିବ । ଯଦି ମା’ଆ ପରି ଶାଶୁଟିଏ ମିଳିଯାଏ ତୋ ସେ ତାକୁ ଏକ ସୌଭାଗ୍ୟ ମାନି ନିଜକୁ ଗର୍ବ ଅନୁଭାବ କରିଥାଏ । ଏଥିପାଇଁ ଯଦି ଆପଣଙ୍କ ଘରକୁ ନୂଆ ବୋହୁ ଆସିଛି ଆଉ ଆପଣ ଜଣେ ନୂଆ ଶାଶୁ ହୋଇଛନ୍ତି କିମ୍ବା ଆପଣ ଶାଶୁ ବୋହୁ ଏକାଠି ଅଛନ୍ତି ତେବେ ଆପଣଙ୍କ ବୋହୁକୁ ଆପଣଙ୍କର ଝିଅ ପରି ବ୍ୟବହାର କରନ୍ତୁ । ଆପଣ ଦୁହିଁଙ୍କ ଭିତରେ ସମ୍ପର୍କ ମଜବୁତଫା ରହିବ ଓ ପରିବାରରେ ହସଖୁସି ସର୍ବଦା ବଜାୟ ରହିବ । ଏହା ସଂଗେ ସଂଗେ ପରିବାରର ସମସ୍ତ ସମସ୍ୟାକୁ ମିଳିମିଶି ସମାଧାନ କରିପାରିବେ ।

3) କ୍ୟାରିଅରରେ ଆଗକୁ ବଢ଼ିବା ପାଇଁ ସ୍ୱାଧୀନତା ମିଳୁ:-

ଅଧିକାଂଶ ମାମଲାରେ ଏହା ଦେଖାଯାଏ କି ବିବାହ ପରେ ଝିଅମାନଙ୍କୁ ଚାକରି କରିବାକୁ ଦିଆ ଯାଇ ନ ଥାଏ, ନ ହେଲେ ସେ ତାର ମନ ପସନ୍ଦର ଯଦି କିଛି କାମ କରିବାକୁ ଚାହେଁ ତେବେ ତାକୁ ରୋକି ଦିଆଯାଇଥାଏ । ଆଉ ତାକୁ ଘର କାମରେ ହିଁ ବ୍ୟସ୍ତ ରଖା ଯାଇଥାଏ । କିନ୍ତୁ ପ୍ରତି ଝିଅର ସ୍ୱପ୍ନ ଥାଏ ଯେ ସେ ବାହାଘର ପରେ ମଧ୍ୟ କିଛି କରିବ ! ଆଉ ଯାହାଫଳରେ ସେ ତାର ସ୍ୱାମୀକୁ ସାହାଯ୍ୟ କରିପାରିବ ଏବଂ ଆତ୍ମନିର୍ଭରଶୀଳ ହୋଇପାରିବ । ଯଦି ଆପଣଙ୍କର ବି ବିବାହ ହୋଇ ନାହିଁ ତୋ ତେବେ ଆପଣ ଆପଣଙ୍କର ସ୍ତ୍ରୀ କୁ ଏହା ପଚାରିବା ଦରକାର ଅଟେ ଯେ ତା’ର ଜୀବନରେ ସେ କ’ଣ କରିବାକୁ ଚାହୁଁଛି ? ଆଉ ତାଙ୍କୁ ତାଙ୍କ ଜୀବନରେ କିଛି କରିବା ପାଇଁ ପ୍ରେରିତ ନିଶ୍ଚିତ କରିବା ଆବଶ୍ୟକ ଅଟେ । ସେଥିପାଇଁ ତାଙ୍କୁ ଆପଣ ସହାୟତା କରିବା ଦରକାର ଅଟେ । ଏହା କରିବା ଦ୍ୱାରା ତାଙ୍କ ମନରେ ଆପଣଙ୍କ ପ୍ରତି ସମ୍ମାନ, ଇଜ୍ଵତ ବଢିବ ଆଉ ଆପଣ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ଆହୁରି ଗାଢ଼ ମଜବୁତ ହେବ ।