ବିବାହିତ ମହିଳାମାନେ ଭୁଲ୍ ରେ ମଧ୍ୟ ଏହି ୩ଟି ଜିନିଷକୁ ପିନ୍ଧନ୍ତୁ ନାହିଁ ନଚେତ ସ୍ୱାମୀଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

Spread the love

କହିବାକୁ ଗଲେ ବିବାହିତ ମହିଳାମାନେ ସୁନ୍ଦର ଅଳଙ୍କାରରେ ସୁସଜ୍ଜିତ ହୋଇଥାନ୍ତି । ନିଜ ସୁନ୍ଦରତାକୁ ବଢ଼େଇବା ପାଇଁ ଅନେକ କାମ କରିଥାନ୍ତି । ପୁରୁଷ ମାନଙ୍କଠାରୁ ସ୍ତ୍ରୀମାନେ ଅଧିକ ସୁନ୍ଦର ଦିଶୁଥାନ୍ତି ଓ ତାହା ସହ ସେମାନେ ଯଦି ଅଳଙ୍କାର ପିନ୍ଧିବେ, ତେବେ ଆହୁରି ଅଧିକ ସୁନ୍ଦର ଦେଖା ଯାଇଥାନ୍ତି । ଏଥିପାଇଁ ମହିଳାମାନେ ବହୁତ କିଛି ଉପାୟକୁ ପ୍ରୟୋଗ କରିଥାନ୍ତି । କିନ୍ତୁ ବିବାହିତ ମହିଳାମାନେ କେତେକ ବିଷୟରେ ବିଶେଷ ରୂପେ ଧ୍ୟାନ ରଖିବା ନିହାତି ଆବଶ୍ୟକ । ସେମାନେ ନିଜର ସୁନ୍ଦରତାକୁ ବଢ଼େଇବା ପାଇଁ କିଛି ଏଭଳି ଆଭୁଷଣ ପରିଧାନ କରିବା ଆଦୌ ଉଚିତ ନୁହେଁ, ଯାହାର ଫଳସ୍ୱରୂପ ସେମାନଙ୍କ ସ୍ୱାମୀଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ବସ୍ତୁଶାସ୍ତ୍ରରେ ଏହି ତିନୋଟି ଜିନିଷକୁ ବିବାହିତ ମହିଳାମାନଙ୍କୁ ପିନ୍ଧିବା / ବ୍ୟବହାର କରିବାକୁ ମନା କରାଯାଇଛି । ଆସନ୍ତୁ ଆଜି ଆମେ ସେ ବିଷୟରେ ସମ୍ପୁର୍ଣ ରୂପେ ଜାଣିବା ।

ବିବାହିତ ମହିଳାମାନେ ଏହି ତିନୋଟି ଜିନିଷକୁ ପିନ୍ଧିବା ଉଚିତ ନୁହେଁ ।

୧) ସୁନାର ମୁଦି / ପାଉଁଜି –

ବିବାହିତ ମହିଳାମାନେ ସୁନାର ତିଆରି କୌଣସିବି ବସ୍ତୁ ପାଦରେ ପିନ୍ଧିବା ଉଚିତ ନୁହେଁ । କାରଣ ସୁନାର ପ୍ରତୀକ କୁବେର ଦେବତା ବୋଲି କୁହାଯାଏ । ତେଣୁ ଆପଣ ସୁନାର ପାଉଁଜି ବା ମୁଦି ପାଦରେ ପିନ୍ଧିଥାନ୍ତି, ଏହା ଆଦୌ ଉଚିତ ନୁହେଁ । ସୁନା ନିର୍ମିତ ଆଭୁଷଣ ପାଦରେ ପିନ୍ଧିବା ଦ୍ଵାରା କୁବେର ଦେବତା ରୁଷ୍ଟ ଯାଇଥାନ୍ତି ଏବଂ ଏହା ଦ୍ୱାରା ଆପଣଙ୍କ ସ୍ଵାମୀଙ୍କ ଉପରକୁ ବିପଦ ଆସିପାରେ ।

୨) କଳା ଚୁଡ଼ି –

କଳା ରଙ୍ଗ ନକରାତ୍ମକର ପ୍ରତୀକ ଅଟେ । ତେଣୁ କୌଣସି ମଧ୍ୟ ଶୁଭ କାର୍ଯ୍ୟରେ କଳା ରଙ୍ଗର ବ୍ୟବହାର କରାଯାଇ ନ ଥାଏ । ଯଦି କୌଣସି ସ୍ତ୍ରୀ ବା ମହିଳା କଳା ରଙ୍ଗର ଚୁଡ଼ି ପିନ୍ଧିଥାନ୍ତି, ତେବେ ତାହାର କୁପ୍ରଭାଵ ନିଜ ସ୍ୱାମୀଙ୍କ ଉପରେ ପଡ଼ିଥାଏ । ତେଣୁ ଆପଣ ଭୁଲ୍ ରେ ମଧ୍ୟ କଳା ରଙ୍ଗର ଚୁଡ଼ି ପିନ୍ଧନ୍ତୁ ନାହିଁ ।

୩) ଧଳା ଶାଢ଼ୀ –

ବିବାହିତ ମହିଳାମାନେ ଧଳା ଶାଢ଼ୀ ପିନ୍ଧିବା ଉଚିତ ନୁହେଁ । ବସ୍ତୁଶାସ୍ତ୍ରରେ ଲେଖା ହୋଇଛି ଯେ, ଧଳା ଶାଢ଼ୀ ପିନ୍ଧିବା ଅଶୁଭ ହୋଇଥାଏ ଏବଂ ଏହା ବିଧବା ମାନଙ୍କର ପ୍ରତୀକ ବୋଲି କୁହାଯାଇ ଥାଏ । ଯଦି ଏହି ଭୁଲ୍ କେହି କରୁଛନ୍ତି; ତେବେ ସେମାନଙ୍କୁ ଆଜି ହିଁ ମନା କରନ୍ତୁ । ଏହାକୁ କେବଳ ପୂଜା ବା କୌଣସି କାର୍ଯ୍ୟ କ୍ଷେତ୍ରରେ ଯେପରିକି ନର୍ସ କିମ୍ବା ଶିକ୍ଷକ ମାନେ ପିନ୍ଧି ପାରିବେ ।