ବିବାହିତା ମହିଳାମାନେ ଭୁଲରେ ମଧ୍ୟ ଏହି ୩ଟି ଜିନିଷ ପିନ୍ଧନ୍ତୁ ନାହିଁ । ନଚେତ ସ୍ଵାମୀଙ୍କ ଉପରେ ମହାବିପଦ ଆସିପାରେ ।

Spread the love

କହିବାକୁ ଗଲେ ସମସ୍ତ ମହିଳାଙ୍କ ଇଚ୍ଛା ଥାଏ ନିଜକୁ ସୁନ୍ଦର ଅଳଙ୍କାରରେ ସୁସଜ୍ଜିତ କରିବା । ନିଜ ସୁନ୍ଦରତାକୁ ବଢେଇବା ପାଇଁ ବିଭିନ୍ନ ପ୍ରକାର ଉପାୟମାନ ଆପଣାଇଥାନ୍ତି । ପୁରୁଷ ମାନଙ୍କ ଠାରୁ ମହିଳା ମାନେ ଅଧିକ ସୁନ୍ଦର ଦେଖାଯାଆନ୍ତି । ତା’ସହିତ ଯଦି ସେମାନେ ଅଳଙ୍କାର ପିନ୍ଧନ୍ତି; ତେବେ ଆହୁରି ଅଧିକ ସୁନ୍ଦର ଦେଖା ଯାଇଥାନ୍ତି । ଏଥିପାଇଁ ମହିଳାମାନେ ବହୁତ କିଛି ଉପାୟ ପ୍ରୟୋଗ କରିଥାନ୍ତି । କିନ୍ତୁ ବିବାହିତା ମହିଳା କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଦରକାର । ସେମାନେ ନିଜ ସୁନ୍ଦରତାକୁ ବଢ଼େଇବା ପାଇଁ କିଛି ଏହିପରି ଆଭୂଷଣ ପରିଧାନ କରିବା ଆଦୌ ଉଚିତ ନୁହେଁ । ଯାହାର ଫଳ ସ୍ୱରୂପ ସେମାନଙ୍କ ସ୍ୱାମୀଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିପାରେ । ବାସ୍ତୁ ଶାସ୍ତ୍ରରେ ଏହି ୩ଟି ଜିନିଷକୁ ବିବାହିତା ମହିଳା ପିନ୍ଧିବା ବା ବ୍ୟବହାର କରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ତେବେ ଚାଲନ୍ତୁ; ସେହି ୩ଟି ଵସ୍ତୁ କଣ କଣ ସେହି ବିଷୟରେ ଜାଣିବା :-

୧. ସୁନାର ମୁଦି ବା ପାଉଁଛି :

ମହିଳାମାନେ ନିଜକୁ ଅଧିକ ସୁନ୍ଦର ଦେଖିବା ପାଇଁ ବିଭିନ୍ନ ପ୍ରକାର ଅଳଙ୍କାର ଆଭୁଷଣ କରନ୍ତି । କିନ୍ତୁ ବିବାହିତା ମହିଳା ସୁନାର ତିଆରି କୌଣସି ବି ଵସ୍ତୁ ପାଦରେ ପିନ୍ଧିବା ଉଚିତ ନୁହେଁ । କାରଣ ସୁନାର ପ୍ରତୀକ କୁବେର ଦେବତା ବୋଲି କୁହାଯାଏ । ତେଣୁ ଆପଣ ସୁନାର ପାଉଁଛି କିମ୍ବା ମୁଦି ପାଦରେ ପିନ୍ଧିବା ଉଚିତ ନୁହେଁ । ସୁନାର ନିର୍ମିତ ଆଭୂଷଣ ପାଦରେ ପିନ୍ଧିବା ଦ୍ୱାରା କୁବେର ଦେବତାଙ୍କୁ ଅପମାନ କରିବା ସହ ସମାନ ହୋଇଥାଏ, ଯାହାଫଳରେ କୁବେର ଦେବ କ୍ରୋଧ ପ୍ରକାଶ କରିଥାନ୍ତି ଏବଂ ଏହା ଦ୍ଵାରା ଆପଣଙ୍କ ସ୍ୱାମୀଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।

୨. କଳା ଚୁଡ଼ି :

କଳା ରଙ୍ଗ ନକାରାତ୍ମକର ପ୍ରତୀକ ଅଟେ । ତେଣୁ କୌଣସି ମଧ୍ୟ ଶୁଭ କାମରେ କଳା ରଙ୍ଗ ବ୍ୟବହାର କରାଯାଏ ନାହିଁ । ଯଦି କୌଣସି ବିବାହିତ ସ୍ତ୍ରୀ ବା ମହିଳା କଳା ରଙ୍ଗର ଚୁଡ଼ି ପିନ୍ଧିଥାନ୍ତି; ତେବେ ତାହାର କୁପ୍ରଭାବ ତାହାର ସ୍ୱାମୀ ଉପରେ ପଡିଥାଏ । ତେଣୁ ଆପଣଙ୍କ କଳା ରଙ୍ଗର ଚୁଡି ପିନ୍ଧନ୍ତୁ ବା ବ୍ୟବହାର କରନ୍ତୁ ନାହିଁ ।

୩. ଧଳା ଶାଢ଼ୀ :

ବନ୍ଧୁଗଣ ବିବାହିତା ମହିଳାମାନେ ଧଳା ଶାଢ଼ୀ ପିନ୍ଧିବା ମଧ୍ୟ ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ରରେ ଲେଖା ହୋଇଛି ଯେ, ଧଳା ଶାଢ଼ୀ ପିନ୍ଧିବା ବହୁତ ଅଶୁଭ ଅଟେ । ଏହା ବିଧବା ମାନଙ୍କ ପ୍ରତୀକ ବୋଲି କୁହାଯାଏ । ଯଦି ଏହି ପରି ଭୁଲ କରୁଛନ୍ତି; ତେବେ ଏହାକୁ ଶୀଘ୍ର ହିଁ ବନ୍ଦ କରିଦିଅନ୍ତୁ । ଯଦି ଆପଣ ଜଣାତରେ ଅନ୍ୟ କେହି ଏହିପରି ଭୁଲ କରୁଛନ୍ତି, ତେବେ ସେମାନଙ୍କୁ ମନା କରନ୍ତୁ । ଏହାକୁ କେବଳ ପୂଜା ବା କୌଣସି କାର୍ଯ୍ୟ କ୍ଷେତ୍ରରେ ଯେପରି ନର୍ସ କିମ୍ବା ଶିକ୍ଷକମାନେ ପିନ୍ଧି ପାରିବେ ।

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରି ଦିଅନ୍ତୁ ଓ ସେୟାର କରି ଦିଅନ୍ତୁ ।