ବିବାହ ବେଦିର ଦୁଇ ଫେରା ନେବା ସମୟରେ ବରର ମାଆ କିଛି ଏମିତି ଦାବୀ କରିଥିଲେ ଯାହା ଫଳରେ କନ୍ୟା ପିତା ବହୁତ କାକୁତି ମିନତୀ ହୋଇଥିଲେ….

Spread the love

କନ୍ୟା ପିତା କହିଲେ ମୁ ବିବାହ ପାଇଁ ୩୫ ଲକ୍ଷ ଟଙ୍କା ଖର୍ଚ କରିସାରିଛି ବର୍ତମାନ ଆଉ ଟଙ୍କା ଖର୍ଚ କରିପାରିବି ନାହିଁ । ଜାଣନ୍ତୁ ଘଟଣାଟି କଣ ହୋଇଥିଲା ।

ଆଜିକାଲି ବିବାହର ରୁତୁ ଚାଲିଛି । ଏହିପରି ସ୍ଥିତିରେ ଆପଣଙ୍କୁ ମଧ୍ୟ କାହାର ଗୋଟିଏ ବିବାହର ମଣ୍ଡପରେ ଯୋଗ ଦେଇଥିବେ । ସତ କହିବାକୁ ଗଲେ ଏହିଗୁଡିକ ବିବାହ ନୁହେଁ କେବଳ ଗୋଟେ ବୁଝାମଣା ଅଟେ ଝିଅ ଓ ପୁଅଙ୍କ ମଧ୍ୟରେ । ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କାର ଦେଣନେଣ ହୋଇଥାଏ । ଭାରତରେ ଯେଉଁ ବାପ ମାଆମାନେ ନିଜ ଝିଅ ବୋଝକୁ ବୋଝ ବୋଲି ମନେ କରନ୍ତି, ଏହା ପଛରେ ଗୋଟିଏ କାରଣ ନିହିତ ରହିଛି । ସେହି କରନ୍ତି ହେଲା :- ସେହି ଝିଅଙ୍କୁ ଦେଖିବାକୁ ଆସୁଥିବା ପୁଅମାନଙ୍କ ଘରଲୋକ ଅଧିକ ଯୌତୁକ ମାଗିଥାନ୍ତି । ଝିଅ ଘରଲୋକଙ୍କ ସାମର୍ଥ୍ୟ ଯଦିଥାଏ ସେମାନେ ଯୌତୁକ ଦିଅନ୍ତି ସାମର୍ଥ୍ୟ ଯଦି ନଥାଏ, ତାହାହେଲେ ଝିଅଘର ଲୋକ ସମାଜରେ ନିଜର ଇଜ୍ଜତ ହରାଇଥାନ୍ତି । କିଛି ଏମିତି ହିଁ ହୋଇଥିଲା ଉତ୍ତର ପ୍ରଦେଶର ଆଗ୍ରା ସହରରେ ହୋଇଥିବା ବିବାହରେ ପୁଅ ଘର ଲୋକଙ୍କ ଆଗରେ କନ୍ୟା ପିତା ହାତ ଯୋଡି ପୁଅ ଘର ଲୋକଙ୍କୁ ବହୁତ ବୁଝାଇଥିଲେ ଏହି ପରିସ୍ଥିତି ଆପଣଙ୍କୁ ଚକିତ କରିପକାଇବ ।

ଏମିତି କିଛି ଦାବି ପାଇଁ କନ୍ୟା ପିତା ହାତ ଯୋଡିଥିଲେ :

ପିତା ନିଜର ସାରା ଜୀବନର ଜମା କରିଥିବା ପୁଞ୍ଜି ଧରି ନିଜ ଝିଅର ବିବାହର ସପ୍ନ ଦେଖିଥିଲେ । କିନ୍ତୁ ଯେତେବେଳେ ପୁଅଘର ଲୋକ ମୁହଁ ଖୋଲି ଯୌତୁକ ବିଷୟରେ କହିଥାନ୍ତି, ସେତେବେଲେ ଝିଅଙ୍କ ବାପା ଦୁଃଖରେ ଭାଙ୍ଗି ପଡିଥାଆନ୍ତି । ଆଗ୍ରାର ତାତଗଞ୍ଜ ପୁଲିସ ଥାନା ଅଞ୍ଚଳର ଏହି ଘଟଣା, ଯେଉଁଠି ବହୁତ ଧୂମଧାମରେ ଗୋଟିଏ ବିବାହ ଚାଲିଥିଲା । ବରଯାତ୍ରୀ ଖୁବ ମସ୍ତିରେ କନ୍ୟା ଘରକୁ ଆସିଲେ, ବିବାହର ନିୟମ ଅନୁଯାୟୀ ଫୁଲମାଳ ଅଦଳବଦଳ ହେଲା ଏବଂ ବରକନ୍ୟାଙ୍କ ଘେରା ସମୟରେ ହଠାତ ବରର ମାଆ ଆସି ବରକୁ କହିଥିଲେ “ରହି ଯା… ପୁଅ” ।

ମାଆ ଓ ପୁଅଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ହୋଇଥିଲା ପରେ ଦୁଇଜଣ (ବାର ଓ ବରର ମାଆ) କନ୍ୟା ପିତାଙ୍କୁ ୩୫ ଲକ୍ଷ ଟଙ୍କାର ପଯେରୋ କାର ମାଗିଥିଲେ । ପ୍ରଥମରୁ ହିଁ ୩୫ ଲକ୍ଷ ଟଙ୍କା ଖର୍ଚ କରିସାରିଥିବା କନ୍ୟା ପିତାଙ୍କ ପାଇଁ ଏହା ଆଉ ସମ୍ଭବ ହୋଇନଥିଲା ଓ ସେ ଏପରି ଦାବିକୁ ପୁରା କରିପାରିବେ ନାହିଁ ବୋଲି କହିଥିଲେ । କିନ୍ତୁ ବର ପକ୍ଷ ନିଜ ଜିଦରେ ଅଟଳ ହୋଇଥିଲେ । କନ୍ୟାପିତା ବହୁତ ନେହୁରା ହୋଇଥିଲେ କିନ୍ତୁ ବରପକ୍ଷ ଫେରି ଯିବା ପାଇଁ ନିଜ ଜିଦରେ ଅଟଳ ଥିଲେ । ଠିକ ସେହି ସମୟରେ କନ୍ୟା ଘରଲୋକ ୧୦୦ ନମ୍ବର ଡାଏଲ କରିଥିଲେ କିନ୍ତୁ କିଛି ବି ହୋଇନଥିଲା । ପରେ ଏହି ଘଟଣା ସମାଜର ପଞ୍ଚାୟତରେ ପହଞ୍ଚି ଯାଇଥିଲା ଏବଂ ପଞ୍ଚାୟତ ନିଜ ରାୟ ଦେଇଥିଲା ଯେ ବର ପକ୍ଷ କନ୍ୟା ପକ୍ଷଙ୍କୁ ବିବାହରେ ଖର୍ଚ ହୋଇଥିବା ଟଙ୍କା ଫେରସ୍ତ କରି ଦିଅନ୍ତୁ । ଏହି ଘଟଣାରେ ବରପକ୍ଷ ୩ଦିନ ପର୍ଯ୍ୟନ୍ତ କନ୍ୟା ପକ୍ଷଙ୍କୁ ଭଣ୍ଡାଉଥିଲେ ପରେ ବହୁତ ଚାଳକ୍ କରି ପୁଲିସରେ ମାମଲା ରୁଜ୍ଜ କରି ଦେଇଥିଲେ । ପରେ ଏହି ଘଟଣା ବାହାରକୁ ଆସିଯାଇଥିଲା ।

କନ୍ୟାପିତା ନ୍ୟାୟ ମାଗିଥିଲେ :

ଘଟଣାଟି ଥାନାରେ ରୁଜ୍ଜ ହୋଇଥବା ଖବର ଝିଅପକ୍ଷ ଜଣାବା ପରେ କନ୍ୟାପକ୍ଷ, ବରପକ୍ଷ ବିରୁଦ୍ଧରେ ପୁଲିସ ଥାନାରେ ଏକ ମାମଲା ରୁଜ୍ଜ କରିଥିଲେ । ପରେ କନ୍ୟା ପିତା ସମସ୍ତ ଘଟଣା ପୁଲିସକୁ କହିଥିଲେ । ଏହାପରେ ପୁଲିସ ବରପକ୍ଷ ବିରୁଦ୍ଧରେ ମାମଲା ରୁଜ୍ଜ କରି ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରିଥିଲେ । କନ୍ୟା ପିତା କହିଛନ୍ତି, “ଦୋଷୀଙ୍କୁ ଦଣ୍ଡ ମିଳୁ” ଯାହା ଫଳରେ ଅନ୍ୟ କାହାର ଝିଅଙ୍କ ସହ ଏପରି ଘଟଣା ଘଟିବ ନାହିଁ । ମୁଁ (କନ୍ୟା ପିତା) ଭଗବାନଙ୍କୁ ଧନ୍ୟବାଦ ଜଣାଉଛି ଏପରି ଯୌତୁକ ଲୋଭୀଙ୍କ ଘରକୁ ମୋ ଝିଅ ଯିବାରୁ ବଞ୍ଚି ଯାଇଛି ।