ବିବାହ ପୂର୍ବରୁ ସାଥୀଙ୍କୁ ପରଖି ନିଅନ୍ତୁ- ସାଂସାରିକ ଜୀବନରେ ଖୁସି ହିଁ ଖୁସି

Spread the love

ବିବାହ, ଉଭୟ ପୁଅ ତ ଝିଅଙ୍କ ପାଇଁ ଜୀବନର ଏକ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଯାହାକି ପୂରଣ ହେବାକୁ ଯାଉଛି । ତେଣୁ ବିବାହ ପୂର୍ବରୁ ଜାତକ ମିଳାଇବା ଯେତିକି ଜରୁରୀ ଠିକ ସେହିଭଳି ବିଭିନ୍ନ ମେଡିକାଲ ଟେଷ୍ଟ କରାଇନେବା ମଧ୍ୟ ସେତିକି ଜରୁରୀ । ବିବାହ ପୂର୍ବରୁ ଉଭୟ ଉଭୟଙ୍କୁ ପରଖି ନେବାଦ୍ୱାରା ଜୀବନରେ ଆଗକୁ ଉପୁଜିବାକୁ ଥିବା ସମସ୍ୟା ଦୂରେଇଯାଏ ।

ବିଳମ୍ବରେ ବିବାହ କରୁଥିବା ଯୁବତୀ ଯୁବକ ନିଜର ବୟସ ପରଖି ନେବା ସହିତ ଯାହାଙ୍କୁ ବିବାହ କରିବେ ତାଙ୍କର ବୟସ ବିଷୟରେ ମଧ୍ୟ ଭଲ ଭାବେ ଜାଣିନେବା ଆବଶ୍ୟକ। । ଏହା ବ୍ୟତିତ ଯୁବତୀମାନେ ନିଜର ଗର୍ଭାଶୟ ମଧ୍ୟ ପରୀକ୍ଷା କରାଇ ନେବା ଭଲ । ଏହାଦ୍ୱାରା ସେମାନେ ପରର୍ବତ୍ତୀ ସମୟରେ ମା’ ହୋଇପାରିବେ କି ନାହିଁ ତାହା ଜଣା ପଡିଯିବ । ସାଧାରଣତଃ ମହିଳାମାନଙ୍କ କ୍ଷେତ୍ରରେ ୩୫ବର୍ଷ ପର୍ଯ୍ୟନ୍ତ ମା’ ହେବାର ସୁଯୋଗ ରହିଥାଏ । ୩୫ବର୍ଷରୁ ଊର୍ଦ୍ଧ୍ୱ ହୋଇଯିବା ପରେ ମାତୃତ୍ୱ ଲାଭ କ୍ଷେତ୍ରରେ ନାନା ସମସ୍ୟା ଉପୁଜେ। ଏଡସ୍‌ ଜଣଙ୍କ ନିକଟରୁ ଅନ୍ୟ ଜଣଙ୍କ ନିକଟକୁ ସଂକ୍ରମିତ ହୋଇଥାଏ । ତେଣୁ ବିବାହ ପୂର୍ବରୁ ଏଚ୍‌ଆଇଭି ପରୀକ୍ଷଣ କରାଇ ନେବା ନିହାତି ଜରୁରୀ । ହେମୋଫିଲିୟା, ଥାଲାସେମିୟା ରୋଗରେ ପୀଡିତ ପୁରୁଷ କିମ୍ବା ମହିଳାଙ୍କ ଠାରୁ ଜନ୍ମିତ ଶିଶୁର ବୃଦ୍ଧି ସ୍ବାଭାବିକ ଭାବେ ଘଟି ନ ଥାଏ । ତେଣୁ ବିବାହ ପୂର୍ବରୁ ଏହାର ପରୀକ୍ଷଣ କରାଇ ନେଲେ ଭଲ । ଆନୁବଂଶିକ ରୋଗ ସମ୍ପର୍କରେ ଜାଣିବା ପାଇଁ ଜେନେଟିକ୍‌ ଟେଷ୍ଟ କରାଇନେବା ଜରୁରୀ । ଏହି ପରୀକ୍ଷା ଦ୍ୱାରା ବିଶେଷକରି ଭବିଷ୍ୟତରେ ବ୍ରେଷ୍ଟ କ୍ୟାନସରର ଆଶଙ୍କା ଅଛି କି ନା ତାହା ଜଣାପଡିଥାଏ । ଏହା ସହିତ ଅନ୍ୟାନ୍ୟ ଆନୁବଂଶିକ ରୋଗର ହେବାର ଆଶଙ୍କା ସମ୍ପର୍କରେ ସହଜରେ ଜାଣି ହୋଇଥାଏ ।

ଏହି ସବୁ ମେଡିକାଲ ଟେଷ୍ଟ କରି ବିବାହ କରିଲେ ଉଭୟ ଦମ୍ପତି ସୁଖ ଶାନ୍ତିରେ ଜୀବନ ଅତିବାହିତ କରି ପାରିବେ ! ବ୍ୟକ୍ତିଗତ ଜୀବନରେ ମଧ୍ୟ ଶାନ୍ତିର ବାତାବରଣରେ ସର୍ବଦା ଦ୍ୱାରା ଆଚ୍ଛାଦିତ ହୋଇରହିଥାଏ !