ଭୋଳାନାଥଙ୍କ ଅଂଶ ବିଶେଷ ହୋଇଥାନ୍ତି, ଏହି ୪ ନାମ ଧାରୀ ବ୍ୟକ୍ତି । ସୁଖରେ ପୂର୍ଣ ରହିଥାଏ ଏମାନଙ୍କ ଜୀବନ ।

Spread the love

ଭଗବାନ ଭୋଳନାଥ ନିଜ ଭକ୍ତଙ୍କ ଉପରେ ଶୀଘ୍ର ସନ୍ତୁଷ୍ଟ ହୋଇଯାଆନ୍ତି, ଏଥିପାଇଁ ତାଙ୍କୁ ଭୋଳା ବୋଲି କୁହାଯାଏ । କୁହାଯାଉଛି ଯେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଅତି ମୂଲ୍ୟବାନ ପଦାର୍ଥ କିମ୍ବା କିଛି ବିଶେଷ ପଦାର୍ଥ ଆବଶ୍ୟକ ପଡିନଥାଏ । ସେ ନିଜ ଭକ୍ତଙ୍କ ସତ୍ୟ ଭକ୍ତିରେ ସନ୍ତୁଷ୍ଟ ହୋଇଯାଆନ୍ତି ଏବଂ ସେମାନଙ୍କ ସବୁ ମନୋସ୍କାମନା ପୂର୍ଣ୍ଣ କରନ୍ତି । ଭୋଳନାଥଙ୍କୁ ତାଙ୍କର ଭକ୍ତି କରିବା ଲୋକ ବହୁତ ପସନ୍ଦ ଅଟନ୍ତି । ଭୋଳାନାଥଙ୍କୁ ଭକ୍ତି ନ କରିଲେ ମଧ୍ୟ ଚାଲିବ କିନ୍ତୁ ଆପଣଙ୍କ ମନ ଯଦି ନିର୍ମଳ ଥିବା ଦରକାର ଏବଂ ଆପଣ ଯେପରି ଅନ୍ୟମାନଙ୍କୁ ସାହଯ୍ୟ କରୁଥିବେ । ତା’ ହେଲେ ଭଗବାନ ଭୋଳନାଥ ନିଜେ ଆପଣଙ୍କ ସବୁ ଇଛାଗୁଡିକ ପୂର୍ଣ୍ଣ କରିବେ । କାହିଁକି ନା ଆପଣମାନେ ସବୁ ଜାଣନ୍ତି ଯେ, ଭଗବାନ ଭୋଳନାଥ ଅନ୍ତର୍ଯ୍ୟାମୀ ଅଟନ୍ତି ଓ ସମସ୍ତଙ୍କ ମନରେ କଣ ଅଛି ଏ ବିଷୟ ମଧ୍ୟ ତାଙ୍କୁ ଭଲଭାବେ ଜଣା ଅଛି ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏପରି ୪ ନାମଧାରୀ ବ୍ୟକ୍ତିମାନଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯେଉଁମାନଙ୍କୁ ଭୋଳନାଥଙ୍କ ଅଂଶ ବିଶେଷ ବୋଲି ମାନ୍ୟତା ଦିଆଯାଇଛି ।

ଆସନ୍ତୁ ଜାଣିବା କେଉଁ ୪ ଜଣ ନାମଧାରୀ ବ୍ୟକ୍ତି ଭୋଳନାଥଙ୍କ ଅଂଶ ରୂପେ ପରିଚିତ :

D ନାମଧରୀ ବ୍ୟକ୍ତି :

ଯେଉଁ ବ୍ୟକ୍ତି ମାନଙ୍କ ନାମ D ଅକ୍ଷରରୁ ଆରମ୍ଭ ହେଉଥିବ ସେମାନଙ୍କ ଉପରେ ଭୋଳନାଥଙ୍କର ଅପାର କୃପା ଦୃଷ୍ଟି ରହିଛି । ଏମାନେ ନିଜ ଜୀବନରେ ବହୁତ ସଫଳତା ପ୍ରାପ୍ତ କରନ୍ତି କିନ୍ତୁ ଏମାନଙ୍କୁ ନିଜର କାର୍ଯ୍ୟ ପ୍ରତି ସଚ୍ଚୋଟ ପଣିଆ ଆଉ ନିର୍ମଳ ମନରେ ଶିବଙ୍କୁ ଭକ୍ତି କରିବା ଦରକାର ଏବଂ ନିଜର ସମ୍ପୂର୍ଣ୍ଣ ଶକ୍ତିରେ କାମ କରିବା ଦରକାର । ଭଗବାନ ଭୋଳନାଥ ଏମାନଙ୍କ ମାର୍ଗରେ ଆସୁଥିବା ସମସ୍ତ ବାଧାଗୁଡିକୁ ଦୂର କରନ୍ତି । ଯାହା ଦ୍ଵାରା ଏମାନେ ଅଧିକ ପରିଶ୍ରମ କରିବା ପାଇଁ ପଡି ନଥାଏ । ଭଗବାନ ଭୋଳନାଥ ଏହି ନାମଧାରୀ ବ୍ୟକ୍ତିମାନଙ୍କର ସବୁ ଅସୁବିଧା ଦୂର କରିଦିଅନ୍ତି, ଏଥିପାଇଁ ଏମାନଙ୍କୁ ଭୋଳନାଥଙ୍କ ଅଂଶ କୁହାଯାଏ ।

M ନାମଧାରୀ ବ୍ୟକ୍ତି

ଯେଉଁ ବ୍ୟକ୍ତିମାନଙ୍କର ନାମ M ଅକ୍ଷରରେ ଆରମ୍ଭ ହୁଏ, ସେମାନଙ୍କ ଉପରେ ଭୋଳନାଥଙ୍କ ଦୟା ଦୃଷ୍ଟି ସବୁବେଳେ ରୁହେ । ଏହି ବ୍ୟକ୍ତି ସର୍ବଦା ଭୋଳନାଥଙ୍କ ଭକ୍ତିରେ ଲୀନ ହୋଇ ରୁହଁନ୍ତି, ଯେଉଁଥି ପାଇଁ ଭୋଳନାଥ ଏମାନଙ୍କ ସବୁ ଅସୁବିଧାକୁ ଦୂର କରି ସେମାନଙ୍କୁ ସେମାନଙ୍କ ଜୀବନରେ ମାର୍ଗଦର୍ଶନ କରାନ୍ତି । ଏମାନଙ୍କ ମାର୍ଗରେ ଯେତେ ଅସୁବିଧା ଆସିଲେ ମଧ୍ୟ ଭୋଳନାଥ ଏମାନଙ୍କୁ ସବୁ ଅସୁବିଧାର ସମୁଖିନ ପାଇଁ ଶକ୍ତି ପ୍ରଦାନ କରନ୍ତି । ଏମାନଙ୍କ ସଚ୍ଚୋଟ ଭକ୍ତି ଆଉ ନିର୍ମଳ ମନ ଯୋଗୁଁ ଭଗବାନ ଭୋଳନାଥ ଏମାନଙ୍କ ଉପରେ ସବୁବେଳେ ସନ୍ତୁଷ୍ଟ ରୁହନ୍ତି ।

K ନାମଧାରୀ ବ୍ୟକ୍ତି :

ଯେଉଁ ବ୍ୟକ୍ତିମାନଙ୍କ ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ, ଏମାନଙ୍କୁ ଭୋଳନାଥଙ୍କ ଅଂଶ କୁହାଯାଏ । ଏହି ବ୍ୟକ୍ତିମାନଙ୍କ ସ୍ୱଭାବ ବହୁତ ଲଜ୍ଜା ପ୍ରକୃତିର ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ଅନ୍ୟ ଲୋକମାନଙ୍କ ସହ ବହୁତ ଭଲ ରୁହେ । ଏମାନଙ୍କ ଉପରେ ଭଗବାନ ଭୋଳନାଥଙ୍କ କୃପା ଦୃଷ୍ଟି ରହିଥାଏ, ଯାହା ଦ୍ଵାରା ଏମାନେ ନିଜ ଜୀବନରେ ଆସୁଥିବା ସମସ୍ତ ଅସୁବିଧାର ସମ୍ମୁଖୀନ ଦୃଢ଼ତାର ସହ କରନ୍ତି ଆଉ ଭୋଳନାଥ ଏମାନଙ୍କ ସବୁ ଇଛା ପୂର୍ଣ୍ଣ କରନ୍ତି ।

R ନାମଧାରୀ ବ୍ୟକ୍ତି :

ଯେଉଁ ମାନଙ୍କର ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ଉପରେ ଭଗବାନ ଭୋଳନାଥଙ୍କ ବିଶେଷ କୃପା ରହିଥାଏ । ଏମାନଙ୍କୁ ନିଜ ଜୀବନରେ ଅନେକ ସୁଖ ମଧ୍ୟ ମିଳିଥାଏ, ଯାହା ଦ୍ଵାରା ଏମାନେ ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରଥାନ୍ତି । ଯଦି ଆପଣଙ୍କ ନାମ R ଅକ୍ଷରରୁ ଆରମ୍ଭ ହେଉଥାଏ, ତାହେଲେ ଆପଣ ବହୁତ ଭାଗ୍ୟଶାଳୀ ରହିବେ । କାରଣ ଆପଣଙ୍କ ଉପରେ ଭଗବାନ ଭୋଳନାଥଙ୍କ ବିଶେଷ କୃପା ବଜାୟ ରହିବ । ଯାହା ଦ୍ୱାରା ଆପଣ ସବୁ ଅସୁବିଧା ଗୁଡିକରୁ ମୁକ୍ତି ପ୍ରାପ୍ତ କରିବେ ।