ଭିକ ମାଗୁଥିବା ମହିଳା ଜଣକ ଶହୀଦଙ୍କ ପରିବାରକୁ ଦାନରେ ଦେଇଛନ୍ତି ଏତିକି ରକମର ଟଙ୍କା ଦେଇଛନ୍ତି।

Spread the love

ପୁଲୱାମା ହମଲା ରେ ଶହୀଦ ହୋଇଥିବା ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ବଡ ବଡ ନେତା, ଅଭିନେତା, ଶିଳ୍ପପତି ଆଗେଇ ଆସିଥିଲେ । ଏହି ସମୟରେ ଏକ ମନ୍ଦିରରେ ଭିକ ମାଗୁଥିବା ବୃଦ୍ଧ ମହିଳା ଜଣଙ୍କ ମଧ୍ୟ ଆଗେଇ ଆସିଥିଲେ ।

ସୂଚନା ଅନୁସାରେ ଅଜମେର ରେ ଏକ ମନ୍ଦିର ବାହାରେ ଭିକ ମାଗୁଥିବା ବୃଦ୍ଧ ମହିଳା ଯାହାଙ୍କ ନାମ ହେଉଛି ଦେବକୀ ଶର୍ମା ନିଜର ଜୀବନ ର ସବୁ କମାଇଥିବା ପୁଞ୍ଜି ଓ ଅର୍ଥକୁ ଶହୀଦ ଙ୍କ ପରିବାର କୁ ଦେଇଦେଲେ। ଏହା ଦେବକୀଙ୍କ ଶେଷ ଇଚ୍ଛା ଥିଲା ।

କୁହାଯାଉଛି ଯେ ଦେବକୀ ଶର୍ମା ଙ୍କ ମୃତ୍ୟୁ ୬ମାସ ତଳେ ହୋଇଯାଇଛି । ସେ ଦୀର୍ଘ ୭ବର୍ଷ ହେଲା ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ଦେବକୀ ଲୋକୋ ମାନଙ୍କ ଠାରୁ ଭିକ ମାଗି ୬,୬୧,୦୦୦ ଜମା କରିଥିଲେ । ଯାହାକି ବଜରଙ୍ଗଗଢ ଛକରେ ଥିବା ବ୍ୟାଙ୍କ ଅଫ ବରଦା ର ଆକାଉଣ୍ଟରେ ଜମା ଥିଲା ।

ଦେବକୀ ନିଜ ମୃତ୍ୟୁ ପୂର୍ବରୁ ଜୟ ଅମ୍ବେ ମାତା ମନ୍ଦିରର ଟ୍ରଷ୍ଟିଙ୍କୁ କହିଥିଲେ ଯେ ତାଙ୍କ ମୃତ୍ୟୁ ପରେ ଏହି ଜମା ରାଶି କିଛି ଭଲ କାମରେ ଖର୍ଚ୍ଚ ହେଉ । ଯାହା ସ୍ୱରୂପ ଏହି କାମରେ ସେହି ରାଶି କୁ ଲଗାଯାଇଥିଲା ।

ଏହି ମନ୍ଦିରର ଟ୍ରଷ୍ଟି ସନ୍ଦୀପ ଙ୍କ କହିବା ଅନୁଯାୟୀ ଦେବକୀ ଶର୍ମା ଙ୍କ ଅନ୍ତିମ ଇଚ୍ଛା କୁ ବର୍ତ୍ତମାନ ପୁରା କରିଯାଇଥିଲା ଯେବେ ଏହି ରାଶି ଅଜମେର ର କଲେକ୍ଟର ବିଶ୍ୱ ମୋହନ ଶର୍ମାଙ୍କୁ ବ୍ୟାଙ୍କ ଡ୍ରାଫ୍ଟ ଜରିଆରେ ଦିଆଯାଇଥିଲା ।

ମହିଳା ଜଣକ ନିଜ ମୃତ୍ୟୁ ପୂର୍ବରୁ ଏହି ଟ୍ରଷ୍ଟି ଙ୍କ ନାମରେ ନିଜ ର ଜମା ପୁଞ୍ଜି କରାଇଦେଇଥିଲେ । ଆଉ ବର୍ତ୍ତମାନ ଏହି ପୁଞ୍ଜି ରାଶି ମୁଖ୍ୟମନ୍ତ୍ରୀ ସହାୟତା କୋଷ କୁ ସମର୍ପିତ କରାଯାଇଛି । ବର୍ତ୍ତମାନ ଏହି ରାଶି କୁ ପୁଲୱାମା ହମଲା ରେ ଶହୀଦ ହୋଇଥିବା ଯବାନମାନଙ୍କ ପରିବାର କୁ ଯୋଗାଇ ଦିଆଯାଇଛି ।