ବିଛା କାମୁଡିଲେ ସଂଗେ ସଂଗେ କ’ଣ କରିବେ ? ଆପଣଙ୍କ ପ୍ରୟାସ କାହାର ଜୀବନ ବଞ୍ଚାଇ ଦେଇପାରେ ।

Spread the love

ଗ୍ରୀଷ୍ମ ଦିନ ଆସିଗଲାଣି । ବର୍ତ୍ତମାନ ଠାରୁ ହିଁ ଗରମ ଆରମ୍ଭ ହୋଇଗଲା । ଏହି ଗରମ ଦାଉରୁ ସମ୍ୟକ ଆଶ୍ୱସ୍ତି ପାଇବା ପାଇଁ ମାଟି ତଳେ ଥିବା ବିଷାକ୍ତ ସରୀସୃପ, ସାନ୍ୟାପାୟୀ ଜୀବ ବାହାରକୁ ବାହାରି ଆସନ୍ତି ଏବଂ ଘର ଭିତରକୁ ପ୍ରବେଶ କରିଥାନ୍ତି । ସରୀସୃପ, ସାନ୍ୟାପାୟୀ ଜୀବ ସାପ, କଙ୍କଡାବିଛା, ଚମ୍ପେଇନେଳି ଇତ୍ୟାଦି । ଏହି ସବୁ ବିଷଧର ଜୀବଗୁଡିକ ଘର ଭିତରକୁ ଆସିଗଲେ କେଉଁ ମୁହୂର୍ତ୍ତରେ ଯେ ଜୀବନ ଚାଲିଯିବ ତାହା କେହି ଜାଣିପାରିବେ ନାହିଁ । ତେବେ ପୂର୍ବରୁ ଆମେ ଆପଣଙ୍କୁ ସାପ କାମୁଡାରୁ ବଞ୍ଚିବା ପାଇଁ ପ୍ରାଥମିକ ଚିକିତ୍ସା ବିଷୟରେ କହିଥିଲୁ । ଆଜି ଆମେ ଆପଣଙ୍କୁ ବିଛା କାମୁଡିଲେ, ଏହି ସମସ୍ୟାରୁ କିଭଳି ମୁକାବିଲା କରିବେ ତାହାର ଚିକିତ୍ସା କରାଇବେ ସେହି ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣଙ୍କର କେଉଁ ସଂପର୍କୀୟ କିମ୍ଭା ବନ୍ଧୁ ବିଛା କାମୁଡାର ଶିକାର ହେଉଛନ୍ତି, ତେବେ ସର୍ବ ପ୍ରଥମେ ବିଛା ବିନ୍ଧିଥିବା ସ୍ଥାନ ଉପରେ ଏକ କପଡା ଦ୍ୱାରା ବାନ୍ଧି ନିଅନ୍ତୁ । ଏହାପରେ :

ଆସନ୍ତୁ ଜାଣିବା ଅନ୍ୟ ଏକ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଆପଣ ଏହାର ପ୍ରାଥମିକ ଚିକିତ୍ସା କରିପାରିବେ ।

– ଅପାମାର୍ଗ ଗଛର ଚେରକୁ ଛେଚି ୨ ରୁ ୩ ଚାମଚ ରସ ବାହାର କରନ୍ତୁ ଏବଂ ବିଛା କାମୁଡି ଥିବା ସ୍ଥାନରେ ପକାନ୍ତୁ । ଏବଂ କିଛି ରସ ସେହି ବ୍ୟକ୍ତିଙ୍କୁ ପିଇବାକୁ ଦିଅନ୍ତୁ । ଅପାମାର୍ଗ ଗଛର ରସ ପିଇବା ଦ୍ୱାରା ଜ୍ୱଳନ କମ୍ ହୋଇଥାଏ ।

– ବିଛା କାମୁଡିବା ସମସ୍ୟାରୁ ମୁକାବିବା ପାଇଁ ତେନ୍ତୁଳି ମଞ୍ଜି ରାମବାଣ ଭଳି କାମ କରିଥାଏ । ତେନ୍ତୁଳି ମଞ୍ଜିକୁ ଏକ ଖଦଡିଆ ପଥରରେ ଅଳ୍ପ ପାଣି ମିଶାଇ ରଗଡନ୍ତୁ । ଏଥିରୁ ବାହାରୁଥିବା ଲେପକୁ ବିଛା ଯେଉଁ ଜାଗାରେ ମାରିଛି ବା ବିନ୍ଧିଛି ସେହି ସ୍ଥାନରେ ଲଗାନ୍ତୁ ।

– ବିଛା ବିନ୍ଧିବାର କିଛି ସମୟ ପରେ ସେହି ସ୍ଥାନକୁ ନିଆଁ ସାହାଯ୍ୟରେ ସେକି ନିଅନ୍ତୁ ଏହାଦ୍ୱାରା ଖୁବ୍ ଶୀଘ୍ର ବିନ୍ଧାରୁ ମୁକ୍ତି ମିଳିବ ଏବଂ କିଛି ମାତ୍ରାରେ ବିଷ ମଧ୍ୟ କମିଯିବ ।

– ଅନ୍ୟ ଏକ ସରଳ ମାର୍ଗ ହେଉଛି ପୋଟାସିୟମ୍ ପରମ୍ୟାଗନେଟ୍ ଏବଂ ଲେମ୍ବୁ ଫୁଲ (ସାଇଟ୍ରିକ୍ ଏସିଡ୍)ର ମିଶ୍ରଣ । ଏହି ଦୁଇଟି ପଦାର୍ଥକୁ ଭଲ ଭାବରେ ବାଟି ଅଲଗା ବୋତଲରେ ରଖିଦିଅନ୍ତୁ । ବର୍ତ୍ତମାନ ଯେଉଁସ୍ଥାନରେ ବିଛା ବିନ୍ଧିଛି ସେଠାରେ ଅଳ୍ପ ପୋଟାସିୟମ୍ ପରମ୍ୟାଗନେଟ୍ ପାଉଡର୍ ଏବଂ ଲେମ୍ବୁ ଫୁଲ (ସାଇଟ୍ରିକ୍ ଏସିଡ୍) ପାଉଡର୍ ପକାଇ ଅଳ୍ପ ପାଣି ପକାନ୍ତୁ, ଉପସମ ମିଳିବ ।

– ସନ୍ଧବ ଲୁଣକୁ ଗୁଣ୍ଡ କରି ଏଥିରେ ପିଆଜକୁ ବାଟି ବିନ୍ଧା ସ୍ଥାନରେ ପକାନ୍ତୁ ଖୁବ୍ ଶୀଘ୍ର ଉପସମ ମିଳିବ ।