ଭାରତକୁ ପୁଣି ଏକ ବଡ଼ ସଫଳତା ! ଜାଣିଲେ ଆପଣ ମଧ୍ୟ ବହୁତ ଖୁସି ହେବେ ।

Spread the love

ଆଜି ସକାଳେ ଭାରତୀୟ ବାୟୁସେନା ଙ୍କ ଦ୍ଵାରା ପାକିସ୍ତାନ ଉପରେ ଆକ୍ରମଣ ହେଇଥିଲା । ଯେଉଁଥିରେ କି ୨୦୦ ରୁ ୩୦୦ ମଧ୍ୟରେ ଆତଙ୍କବାଦୀ ଙ୍କ ମରଣ ହେବାର ଜଣାପଡୁଛି । ସେହି ଆତଙ୍କବାଦୀ ଙ୍କ ମଧ୍ୟରୁ ଗୋଟିଏ ଏଭଳି ଆତଙ୍କବାଦୀ ମରିବାର ଜଣାପଡିଛି ତାହା ଜାଣିଲେ ଆପଣ ମଧ୍ୟ ଖୁସି ହେବେ ।

ପାକିସ୍ତାନ ର ବାଲକୋଟ୍ କ୍ୟାମ୍ପ ରେ ମୃତ୍ୟୁ ହେଲା ୟୁସୁଫ ଅଜହର୍ । ୟୁସୁଫ ଅଜହର୍ ଆଉ କେହି ନୁହେଁ ସେ ହେଉଛି ଜୈସ୍ ସରଗନା ମସୁଦ ଅଜହର୍ ର ଶଳା ଥିଲା ।

● ପାକିସ୍ତାନ ର ରାଜଧାନୀ ଇସ୍ଲାମାବାଦ ଠାରୁ ୧୬୦ କି.ମି ଦୂରରେ ବାଲାକୋଟ୍ ଠାରେ ଅନେକ ଆତଙ୍କବାଦୀ କ୍ୟାମ୍ପ ଥିଲା । ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଙ୍କ କ୍ୟାମ୍ପ ଥିଲା ଯେଉଁଠାରେ କି ଜୈସ୍ ଆତଙ୍କବାଦୀ ଙ୍କ ଟ୍ରେନର୍, ମୁଖ୍ୟ କମାଣ୍ଡର ଓ ଅନ୍ୟ ଆତଙ୍କବାଦୀ ଯାହାକୁ ଆକ୍ରମଣ କରିବାପାଇଁ ଟ୍ରେନିଙ୍ଗ ଦେଉଥିଲେ, ସେ ସମସ୍ତେ ଭାରତୀୟ ବାୟୁସେନା ଙ୍କ ଆକ୍ରମଣରେ ମୃତ୍ୟୁ ହେଇଯାଇଛନ୍ତି ।

● ବାଲାକୋଟ୍ ରେ ଜୈସ୍ ର ଏହି ଟ୍ରେନିଙ୍ଗ ସେଣ୍ଟରେ ର ମୁଖ୍ୟ ହେଉଛି ମୌଲାନା ୟୁସୁଫ ଅଜହର୍ ଉଫ୍ଟ ଉତ୍ସାଦ ଘୋଉରି ଥିଲା । ଭାରତ ସରକାର ଆତଙ୍କ ବିରୋଧରେ ଲଢେଇ କୁ ନେଇ ପତିବଦ୍ଧ ଅଟନ୍ତି ।

ୟୁସୁଫ ଅଜହର୍ –

ୟୁସୁଫ ଅଜହର୍ ହେଉଛି ସିଏ ଯିଏକି ୧୯୯୯ ଭାରତର ବିମାନକୁ ଅପହରଣ କରିଥିଲା । ହାଇଜ୍ୟାକ୍ ବଦଳରେ ମସୁଦ ଅଜହର କୁ ଛଡ଼ାଇ ନେଇଥିଲେ । ୟୁସୁଫ ଅଜହର୍ କୁ ମସୁଦ ଅଜହର୍ କ୍ୟାମ୍ପ କୁ ସମ୍ଭାଳିବାକୁ ଦାୟିତ୍ୱ ଦେଇଥିଲେ ।