ଭାରତୀୟ ସୈନ୍ୟ ପାକିସ୍ଥାନକୁ ଜବାବ ଦେଇଛନ୍ତି : ୪୦ ବଦଳରେ ୩୦୦ !

ନୂଆଦିଲ୍ଳୀ: ପାକିସ୍ଥାନ ବିରୋଧରେ ଭାତତର ବଡ କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁଯାୟୀ ଭାରତୀୟ ବାୟୁସେନା ପାକିସ୍ତାନରେ ପ୍ରବେଶ କରି ଜୈଶର ଠିକଣାରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଅନେକ ଆତଙ୍କବାଦ ଲଞ୍ଚପେଡ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆତଂକବଦଙ୍କ କ୍ୟାମ୍ପ ଗୁଡିକରେ ହଜାର କିଲୋର ବମ ପକାଇଛନ୍ତି । ପାକିସ୍ତାନ ସେନା ମଧ୍ୟ ବାଦୀ କରି କହିଛନ୍ତି ଯେ, ଭାରତୀୟ ବାୟୁସେନା ଭାରତ-ପାକ୍ ନିୟନ୍ତ୍ରଣ ରେଖା (LOC) ଉଲ୍ଲଙ୍ଘନ କରି ସେମାନଙ୍କ ସୀମାରେ ପଶିବାକୁ ଚେଷ୍ଟ କରିଛି ।
ପୁଲଓ୍ଵାମା ଆକ୍ରମଣର ୧୨ ଦିନ ଭିତରେ ଭାରତ ନିଜର ପ୍ରତିଶୋଧ ନେଇ କରି ପାରିଛି । ଭାରତ ୪୦ ଜଣ ଯବାନ ସେନାଙ୍କ ସହିଦ ହେବାର ପ୍ରତିଶୋଧ ପୂରା କରିବାକୁ ଯାଇ ଭାରତୀୟ ବାୟୁ ସେନାର ମିରେଜ୍ ୨୦୦୦ ଲଢୁଆ ବିମାନ ଭାରତ-ପାକ୍ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରଶେବ କରି ବୋମା ପକାଇ ପାକ୍ ଅଧିକୃତ କଶ୍ମୀରର ସମସ୍ତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିବା ସୂଚନା ରହିଛି । ଏହି ଆକ୍ରମଣରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ୪୦ ସହିଦଙ୍କ ଜବାବ ଭାରତ ୩୦୦ରେ ଦେଇଛି ବୋଲି ଏବେ ଚର୍ଚ୍ଚା ହେଉଛି ।
🇮🇳 I salute the pilots of the IAF. 🇮🇳
— Rahul Gandhi (@RahulGandhi) February 26, 2019
ଏହି ଆକ୍ରମଣ ପରେ ସାରା ଭାରତରେ ଏବେ ହିନ୍ଦୁସ୍ତାନ୍ ଜିନ୍ଦାବାଦ୍ ବୋଲି ସ୍ଲୋଗାନ୍ ଶୁଭୁଛି । ସହିଦ ଯବାନ ପରିବାରଙ୍କ ଆଖିରୁ ଲୁହ ଶୁଖିବା ପୂର୍ବରୁ ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ । ବାୟୁସେନାର ଏପରି ସାହସୀ ପଦକ୍ଷେପକୁ ପ୍ରଶଂସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ ଏ ନେଇ ଏକ ଟୁଇଟ୍ ଜରିଆରେ ଭାରତୀୟ ବାୟୁସେନାର ସାହସକୁ ପ୍ରଶଂସା କରିଛନ୍ତି । ରାହୁଲ ଲେଖିଛନ୍ତି, ‘ଭାରତୀୟ ବାୟୁ ସେନା ପାଇଲଟ୍ଙ୍କୁ ମୁଁ ସାଲ୍ୟୁଟ୍ କରୁଛି ।’
ଏହା ବ୍ୟତୀତ ଅନ୍ୟାନ୍ୟ ବରିଷ୍ଠ ରାଜନେତାମାନେ ମଧ୍ୟ ଭାରତୀୟ ସେନାକୁ ବେଶ୍ ଶୁଭେଚ୍ଛା ଜଣାଇଛନ୍ତି ।