ଭାରତୀୟ ପାଇଲେଟଙ୍କୁ ଛାଡିବାକୁ ନେଇ ପାକିସ୍ତାନ ରଖିଲା ସର୍ତ୍ତ….

Spread the love

ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ଦେଶର ଜନତା, ନିଜର ସାହସୀ ପାଇଲେଟ୍ କୁ ପାକିସ୍ତାନ କବଳରୁ ଯଥା ଶୀଘ୍ର ମୁକୁଳାଇବା ପାଇଁ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ଭାରତ ସରକାର ସର୍ବଧରଣଙ୍କୁ ସାନ୍ତ୍ୱନା ଦେଇ, ଜିନିଭା ଚୁକ୍ତି ବିଷୟରେ ଅବଗତ କରାଇଲେ । ଅନ୍ୟପଟେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେଶୀ ଭାରତୀୟ ପାଇଲେଟକୁ ମୁକ୍ତି କରିବାକୁ ନେଇ ଗୋଟିଏ ବଡ ବୟାନ ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ କହିବା ଅନୁଯାୟୀ, ଭାରତୀୟ ପାଇଲେଟଙ୍କୁ ଛାଡିବା ଉପରେ ଏକ ସର୍ତ୍ତ ରଖିଛନ୍ତି । କ୍ୟୁରେସୀଙ୍କ କହିବାନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଗମ୍ଭାର ପରିସ୍ଥିତି ଶାନ୍ତ ହେବ ପରେ ଭାରତୀୟ ପାଇଲଟକୁ ମୁକୁଳାଇବା ଉପରେ ପାକିସ୍ଥାନ ବିଚାରବିମର୍ଶ କରିବା । କ୍ୟୁରେସୀ କହିବା କଥା ଯେ, ବର୍ତ୍ତମାନ ଭାରତୀୟ ପାଇଲେଟ ସମ୍ପୁର୍ଣ୍ଣ ସୁରକ୍ଷିତ ଭାବରେ ଅଛନ୍ତି ।

ଗତକାଲି ଅପରାହ୍ନରେ ପାକ୍ ବୈଦେଶିକ ମନ୍ତ୍ରୀ କ୍ୟୁରେସି, ଏକ ବୈଠକ ଡାକିଥିଲେ, ଯେଉଁଥିରେ ପୂର୍ବତନଙ୍କ ବିଦେଶୀ ସଚିବ ଏବଂ ବରିଷ୍ଠ ରାଜନୀତି ଦଳ ସାମିଲ ଥିଲେ ଏବଂ ଭାରତୀୟ ପାଇଲଟଙ୍କ ବିଷୟରେ ଆଲୋଚନା ମଧ୍ୟ କରିଥିବାର ସୂଚନା ଦେଇଛନ୍ତି । ଶାହ ମହମ୍ମୁଦ କ୍ୟୁରେସୀଙ୍କ ମାନ୍ତବ୍ୟ ଥିଲା –

“ମୁଁ ଭାରତ ଏବଂ ଭାରତର ଜନତାଙ୍କୁ ଏହା କହିବାକୁ ଚାହୁଁଚି, ପାକିସ୍ତାନ ଏକ ଦାୟୀତ୍ଵବାନ ଓ କର୍ତ୍ତବ୍ୟପରାୟଣ ଦେଶ ଏବଂ ଏଠାକାର ବାୟୁସେନା ମଧ୍ୟ ନିଜ ଦାୟିତ୍ୱ ଜାଣିଛି ।”

ଆମେ ଜେନେଭା ଚୁକ୍ତି ସହ ପରିଚିତ ଅଛୁ । ଭାରତ ସରକାର ଏବଂ ଭାରତର ଅଧୀକାବାସୀଙ୍କୁ କହି ରଖୁଛୁ କି ଆପଣଙ୍କ ପାଇଲେଟ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି । ତାଙ୍କର ଯତ୍ନ ନିଆଯାଉଛି । ତାଙ୍କୁ ଯାହା ବି ଆବଶ୍ୟକ ତାଙ୍କୁ ସୁଚାରୁରୂପେ ଯୋଗାଇ ଦିଆଯାଉଛି । ତାଙ୍କ ସହ ଆମର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ଯଦି ପରିସ୍ଥିତିକୁ ଦେଖି ପାକିସ୍ତାନ ସରକାର କୌଣସି ଜରୁରୀ ପଦକ୍ଷେପ ନେଉଛନ୍ତି ତେବେ କିଛି କରାଯାଇପାରିବ ।”

ଅନ୍ୟପକ୍ଷରେ ଭାରତ ପାକିସ୍ତାନର ଡେପୁଟି ହାଇ କମିଶନରଙ୍କୁ କହିଛନ୍ତି ଯେ, ପାକିସ୍ତାନ ଯେଉଁଭଳି ଭାବରେ ପାଇଲେଟଙ୍କ ଭିଡିଓକୁ ସୋସିଆଲ ମିଡିଆରେ ପ୍ରଚାରିତ କରୁଛି ତାହା ଜେନେଭା ଚୁକ୍ତିର ବିପକ୍ଷରେ ଅଟେ । ଭାରତ ପାକିସ୍ତାନକୁ ନିଜ ପାଇଲେଟକୁ ତୁରନ୍ତ ଛାଡିବା ଏବଂ କୌଣସି ଆଘାତ ନ କରିବା ପାଇଁ ମଧ୍ୟ କହିଛି ।