ଭାରତୀୟ ବାୟୁସେନା ଙ୍କ ଆକ୍ରମଣ ପରେ ମହବୁବା ମୁଫ୍ତି କରିଲେ ଏହି ଚାଞ୍ଚଲ୍ୟକର tweet !

Spread the love

ଯେତେବେଳେ ସାରା ଦେଶ ପାକିସ୍ତାନରେ ହେଇଥିବା ଆକ୍ରମଣରେ ସେନା ଓ ସରକାରଙ୍କ ସହିତ ଛିଡ଼ା ହୋଇ ଥିଲେ, ସେତେବେଳେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ସରକାରଙ୍କ ଏହି କାମ ପାଇଁ ପ୍ରଶ୍ନ ଚିହ୍ନ ଲଗେଇ ଥିଲେ । ସେ କହିଲେ କି, ଭାରତ ଓ ପାକିସ୍ତାନର ବିବରଣୀ ବର୍ଣ୍ଣନାତ୍ମକ ବିରୋଧା ଭାଷା ଅଟେ ।

ମହବୁବା ମୁଫ୍ତି କହିଲେ, ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଆତଙ୍କ ଠିକଣାରେ ଆକ୍ରମଣ ପରେ ପରସ୍ପର ଦେଶ ମଧ୍ୟରୁ ବିରୋଧୀ ରିପୋର୍ଟ ଆସୁଛି । ଏଫ୍.ଏସ୍ ଙ୍କ ଅଧିକାରୀ ବିଜ୍ଞପ୍ତିରେ ଦାବି କରାଗଲା ଯେ, ଆତଙ୍କ ପ୍ରଶିକ୍ଷଣ ଶିବିରରେ ବମ୍ ପକେଇଛନ୍ତି,

ଯେତେବେଳେ କି ପାକିସ୍ତାନ ଏହି କଥାକୁ ଅସ୍ଵୀକାର କରିଲେ ଓ କହିଲେ କି ବିମାନକୁ ଦେଖିବା ତୁରନ୍ତ, ପାକ୍ ସୈନ୍ୟମାନେ ଘେରିବାକୁ ଲାଗିଲେ ଏବଂ ପାକ୍ ସୈନ୍ୟମାନେ ଘେରିବା ପୂର୍ବରୁ ଭାରତୀୟ ବିମାନ ସେଠାରୁ ତୁରନ୍ତ ଚାଲି ଯାଇଥିଲେ । ସେମାନଙ୍କ ବିମାନଙ୍କୁ ଭାରତୀୟ ସୀମାରେଖା ୪/୫ କିଲୋମିଟର ଭିତରେ ଦେଖିବାକୁ ପାଇଲୁ । ପାକିସ୍ତାନ ସେହି ସମୟରେ ଏହି ଫୋଟକୁ tweet କରିଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ସୋମବାର ଦିନ ଟୁଇଟ କରି କହିଥିଲେ କି ନିଆଁ ସହିତ ଖେଳନାହିଁ । ସମ୍ବିଧାନର ଧାରା ୩୭୦ ଅନ୍ତର୍ଗତ ଅନୁଛେଦଟ ୩୫(A) ଜାମ୍ମୁ କାଶ୍ମୀରର ଏକ ଅଂଶ ଅଟେ । ଯିଏ ମଧ୍ୟ ଏହାକୁ ହଲଚଲ୍ କରିବାକୁ ଚାହିଁବେ ତ ତାହାର କୁ-ପ୍ରଭାବ ସହ୍ୟ କରିବାକୁ ପଡ଼ିବ । ୩୫-ଏ ସହ ଯଦି କଣ ଠକାମି କରିବ ତେବେ ଏହାର କୁପ୍ରଭାବ ଦେଖିବେ ଯାହାକି ୧୯୪୭ରେ ସ୍ୱାଧୀନତା ହେବା ଠାରୁ ଆଜି ପର୍ଯ୍ୟନ୍ତ ଯାହା ହୋଇ ନ ଥିଲା ତାହା ଏଥର ଦେଖିବାକୁ ପାଇବ ।

ପାକିସ୍ତାନ ସେନାର ପ୍ରବକ୍ତା ସକାଳେ ୫:୨୩କୁ କହିଲେ କି, ଭାରତୀୟ ବାୟୁ ସେନା ନିୟମର ଉଲଂଘନ କରିଲେ । ପାକିସ୍ତାନ ବାୟୁସେନା ତୁରନ୍ତ ଜବାବ ଦେଲେ ଓ ଭାରତୀୟ ବିମାନ ଫେରିଗଲା । ପୁଣି ୭:୦୬ ମିନିଟ୍ ରେ କହିଲେ କି, ମୁଜଫ୍ଫରାବାଦ ସେକ୍ଟର୍ ରୁ ଭାରତୀୟ ବିମାନ ପ୍ରବେଶ କରିଥିଲା । ପାକିସ୍ତାନୀ ବାୟୁସେନାଙ୍କ ତରଫରୁ ଏହା କୁହାଯାଇଥିଲା ଯେ, ପ୍ରଭାବଶାଳୀ ଜବାବ ମିଳିବା ପରେ ସେମାନେ ଶିଘ୍ରତାରେ ବମ୍ ପକେଇ ବାଲାକୋଟ୍ ର ନିକଟରୁ ବାହାରକୁ ଚାଲିଗଲେ ଜୀବନ ଓ ସମ୍ପତ୍ତିର କିଛି କ୍ଷତି ହୋଇ ନାହିଁ ।

ଏହି ସବୁ ଘଟଣା ହେବ ପରେ ମହବୁବା ମୁଫ୍ତି ଏହି କଥା କହିଥିଲେ ।