ଭାରତୀୟ ଆକାଶ ସୀମା ଭିତରକୁ ପଶି ଆସିଥିବା ପାକ୍‌ ଏଫ୍‌-୧୬ ବିମାନକୁ, ଆକାଶରେ ହିଁ ଧ୍ଵଂସ କଲା- ଭାରତୀୟ ବାୟୁସେନା

Spread the love

ଶ୍ରୀନଗର: ଗତକାଲି ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଜବାବ ଦେବା ପାଇଁ ପାକିସ୍ତାନ କରିଥିବା ଦୁଃସାହସର ଉଚିତ ଜବାବ ଦେଇଛି ଭାରତ । ପାକିସ୍ତାନ ବାୟୁ ସେନାର ଏଫ୍‌-୧୬ ଲଢୁଆ ବିମାନ ନିୟନ୍ତ୍ରଣ ରେଖା ଟପି ଭାରତୀୟ ସୀମା ଭିତରକୁ ପଶି ଆସିବା ପରେ ତାହାକୁ ସେନା ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି । ପାକିସ୍ତାନର ଜେଟ ଭାରତୀୟ ସୀମାକୁ ଉଲ୍ଲଂଘନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିମାନଟି ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରର ଲ୍ୟାମ୍‌ ଭ୍ୟାଲି ନିକଟରେ ଭାରତୀୟ ସୀମା ଭିତରକୁ ପ୍ରାୟ ୩ କିଲୋମିଟର ପଶି ଆସିଥିଲା । ଭାରତୀୟ ବାୟୁସେନାଙ୍କୁ ବର୍ତ୍ତମାନ ହାଇ ଅଲର୍ଟ ଉପରେ ରଖାଯାଇଛି । ପାକିସ୍ତାନୀ କିଛି ବି ପଦକ୍ଷେପ ନେଲେ ବାୟୁସେନାଙ୍କୁ ବମବାରି କରିବା ପାଇଁ ଆଦେଶ ଦିଆଯାଇଛି ।

ଏହି କଥାକୁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ତରଫରୁ କୌଣସି ଆଧିକାରିକ ପୃଷ୍ଟି କରାଯାଇ ନାହିଁ । ନୌସେରା ସେକ୍ଟରର ଲ୍ୟାମ୍‌ ଭ୍ୟାଲି ନିକଟରେ ତିନୋଟି ପାକିସ୍ତାନୀ ଜେଟ ସୀମା କ୍ଷେତ୍ରକୁ ଉଲଂଘନ କରିଛନ୍ତି । କିନ୍ତୁ ଭାରତୀୟ ବାୟୁସେନା ଗୋଟେକୁ ଧ୍ଵଂସ କରିଦେଇଥିବା ବେଳେ ଅନ୍ୟ ଦୁଇଟି ଡରି ପଳେଇଥିଲେ । ଅନ୍ୟ ପଟେ ସୁରକ୍ଷା ପାଈଁ ଶ୍ରୀନଗରର ଏୟାରପୋର୍ଟର ସେବା ଗୁଡିକ ବନ୍ଦ କରି ଦିଆ ଯାଇଛି । ଶ୍ରୀନଗର ଏୟାରପୋର୍ଟରେ କିଛି ଆଗକୁ ଆଦେଶ ନ ମିଳିବା ପର୍ଯ୍ୟନ୍ତ ସବୁ ସେବା ବନ୍ଦ ରଖିବା ପାଇଁ ଆଦେଶ ଜାରି କରାଯାଇଛି ।

ଭାରତର ବାୟୁ ସେନାର ପାଲଟା ଆକ୍ରମଣରେ ଆକାଶରେ ଧ୍ବୋଂସ ହୋଇ ଯାଇଛି ପାକିସ୍ତାନର ଫାଇଟର ଜେଟ୍ । ପାକିସ୍ତାନ ଆଉ କେବେବି ଭାରତୀୟ ସୀମା ଉଲଙ୍ଘନ କରିବାକୁ ଭାବିବନି । ଭାରତୀୟ ବାୟୁ ସେନା ନିଜର ଦକ୍ଷତା ଦେଖାଇ ପାକିସ୍ତାନ ଏୟାର ଫୋର୍ସ ଫାଇଟର ଜେଟ୍ F-16 କୁ କେବଳ ଆକାଶରେ ନଷ୍ଟ କରିଦେଇଛି ।

ସମସ୍ତ ଏୟାର ଫୋର୍ସ ଆଡ୍ଡ଼ାରେ ହାଇ ଆର୍ଲଟ ଜାରି କରିଦିଆ ଯାଇଛି । ଅନ୍ୟ ପକ୍ଷରେ କହିବା ଗଲେ, ବର୍ତ୍ତମାନ ଭାରତୀୟ ଏୟାର ଫୋର୍ସ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ଯଦି ପାକିସ୍ତାନ ପକ୍ଷରୁ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସଂଗେ ସଂଗେ ତାର ପ୍ରତିଉତ୍ତର ଦେବାକୁ ପ୍ରସ୍ତୁତି ହୋଇରହିଛି । ସୂଚନା ମୁତାବକ, ଭାରତୀୟ ବାୟୁ ସେନା ପାକିସ୍ତାନରେ ଅବସ୍ଥିତ ଆଉ କେତେକ ଆତଙ୍କୀ ଆଡର ସନ୍ଧାନ କରି ଆକ୍ରମଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରି ସାରିଲାଣି ।