ଭାରତ ସମର୍ଥନରେ ଆସିଲେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ, ୟୁଏନରେ ଦେଲେ ମସୁଦକୁ ବ୍ଲାକ ଲିଷ୍ଟ କରିବାର ପ୍ରସ୍ତାବ

Spread the love

ନୂଆଦିଲ୍ଲୀ : 14 ଫେବୃୟାରୀ, କାଶ୍ମୀରର ପୁଲଓ୍ଵାମା ହମଲାର ଷଡ଼ଯନ୍ତ୍ର ରଚିଥିବା ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ବିରୋଧରେ ଭାରତକୁ କୂଟନୈତିକ ମୋର୍ଚ୍ଚାରେ ମିଳିଛି ବହୁତ ବଡ଼ ସଫଳତା । ବୁଧବାର ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦରେ ଜୈସ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ବିଶ୍ଵ ଆତଙ୍କୀ ଘୋଷଣା କରିବା ସହିତ କଳା ତାଲିକାଭୁକ୍ତ (Black List) କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଏହି ପସ୍ତାବରେ କୁହାଯାଇଛି ଯେ, ଜୈସ ହିଁ ଭାରତୀୟ ଅର୍ଦ୍ଧସାମରିକ ବଳ ସିଆରପିଏଫର ଗାଡ଼ି ଉପରେ ଆତ୍ମଘାତୀ ହମଲା କରିଥିଲା । ଏହି ଆକ୍ରମଣ ପରେ ଆତଙ୍କଙ୍କ ବିରୋଧରେ ଲଢେଇ କରିବା ପାଇଁ ଆମେରିଆକ, ବ୍ରିଟେନ ଏବଂ ଫ୍ରାନ୍ସ ଭାରତକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

ନ୍ୟୁଜ ଏଜେନ୍ସ ଅନୁସାରେ, ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ୧୫ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଙ୍ଘ ସୁରକ୍ଷା ପରିଷଦ ପ୍ରତିବନ୍ଧ ସମିତିକୁ କହିଛନ୍ତି ଯେ, ସେମାନେ ମସୁଦ ଅଜହର ବିରୋଧରେ ଅସ୍ତ୍ର ଶସ୍ତ୍ର ଉପରେ ପ୍ରତିବନ୍ଧକ, ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାନ୍ତୁ ଏବଂ ତାର ସଂପତ୍ତିକୁ ଜବତ କରନ୍ତୁ । ଭିଟୋ କ୍ଷମତାର ଅଧିକାରୀ ଏହି ତିନି ରାଷ୍ଟ୍ର ମିଶି ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହି ପ୍ରସ୍ତାବ ଉପସ୍ଥାପନ ହେବା ପରେ ମିଳିତ ଜାତିସଙ୍ଘରେ ଗତ ୧୦ ବର୍ଷରେ ଚତୁର୍ଥ ଥର ଅଜହରକୁ ବିଶ୍ଵ ଆତଙ୍କୀ ସଂଗଠନ ଘୋଷିତ କରିବାକୁ ଦାବି କରାଯାଇଛି ।

ଚୀନର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର

ମାତ୍ର ମିଳିତ ଜାତିସଙ୍ଘରେ ଦିଆଯାଇଥିବା ଏହି ତାଜା ପ୍ରସ୍ତାବ ପାରିତ ହେବ ନା ନାହିଁ ଏହା ପାକିସ୍ତାନର ପରମ ମିତ୍ର ଚୀନର ଆଭିମୁଖ୍ୟ ଉପରେ ନିର୍ଭର କରେ । ଭିଟୋ କ୍ଷମତାଧାରୀ ଚୀନ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଅଟେ ଏବଂ ଅନେକ ଥର ମସୁଦ ବିରୋଧରେ ଅଣା ଯାଇଥିବା ପ୍ରସ୍ତାବକୁ ନିଜର ଭିଟୋ କ୍ଷମତା ବଳରେ ପାରିତ କରିବାକୁ ଦେଇ ନାହିଁ । ପୁଲଓ୍ଵାମା ହମଲାରେ ମଧ୍ୟ ଚୀନ ପାକିସ୍ତାନକୁ ନିରବ ସମର୍ଥନ ଦେଇଥିଲା ।

ଆପଣଙ୍କୁ କହି ରଖୁଛୁ ଯେ, 2009ରେ ଭାରତ ମିଳିତ ଜାତିସଂଘର ମସୂଦ ଆଜହାର ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଏହାପରେ ଭାରତ 2016 ଓ 2017ରେ ମସୂଦକୁ ବିଶ୍ୱ ଆତଙ୍କୀ ବୋଲି ଘୋଷଣା କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲା । କିନ୍ତୁ ଚୀନ ଭାରତର ପ୍ରତିଟି କାର୍ଯ୍ୟରେ ଅଙ୍କୁଶ ଲଗାଇ ଦିଏ । 2017 ପରେ ପରେ ଫ୍ରାନ୍ସ ମସୂଦ ଆଜହାରକୁ ବିଶ୍ୱ ଆତଙ୍କୀ ତାଲିକାରେ ସ୍ଥାନିତ କରିବା ପାଇଁ ମିଳିତ ଜାତିସଂଘକୁ ପ୍ରସ୍ତାବ ପଠାଇବା ପାଇଁ ସ୍ଥିର କରିଥିଲା । ଭାରତ ମଧ୍ୟ ଏହି ସମ୍ଭନ୍ଧରେ ଫ୍ରାନ୍ସର ରାଷ୍ଟ୍ରପତି ସହ ଆଲୋଚନା କରିଥିଲେ ।