ଭାରତ ର ବିଜୟ, ପାକିସ୍ତାନ ନିଜର ସବୁ ଆତଙ୍କୀ ସଂଗଠନ ଉପରେ ଲଗାଇଲା ପ୍ରତିବନ୍ଧକ ।

Spread the love

ଭାରତୀୟ ବାୟୁ ସେନା ସୀମା ପାରରେ ଥିବା ପାକିସ୍ତାନୀ ଜମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖା ଆରପାରିରେ ସ୍ଥିତ ପାକିସ୍ତାନର ପାଞ୍ଚଟି ଆତଙ୍କୀ ଆଡ୍ଡ଼ା କୁ ଧ୍ୱସ୍ତ କରିଦେଲା । ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ଥାନର ତିନିଶହରୁ ଉର୍ଦ୍ଦ୍ୱ ସୈନ୍ୟ ମୃତ୍ୟବରଣ କରିବା ସଂଗେ ସଂଗେ ବହୁତ ସୈନିକ ଆହତ ମଧ୍ୟ ହୋଇଛନ୍ତି ।” ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାରେ ପାକିସ୍ତାନ ଦୋଷୀ ସାବ୍ୟସ୍ତ ହେଲା ପରେ ପୁରା ଦୁନିଆ ପାକିସ୍ତାନକୁ ନିନ୍ଦା କରିଛି ।

ଏହି ନିନ୍ଦା ରୁ ବଂଚିବା ପାଇଁ ପାକିସ୍ତାନର ଆଖି ବର୍ତ୍ତମାନ ଖୋଲିଛି । ବର୍ତ୍ତମାନ ଯାଇ ପାକିସ୍ତାନ ନିଜ ଦେଶରେ ଚାଲୁଥିବା ବିଭିନ୍ନ ଆତଙ୍କୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଉଛି, ଯାହାକି ଭାରତ ର ଆତଙ୍କ ବିରୋଧ ରେ ହେଉଥିବା ଯୁଦ୍ଧରେ ବିଜୟ ବୋଲି କହି ପାରିବା ।

ଆପଣଂକ ଜଣାଇ ଦିଆଯାଉଛି ଯେ, ପାକିସ୍ତାନ ପୁଲୱାମା ଆକ୍ରମଣ ପରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଲଗାମ ଲଗେଇବା ପାଇଁ ସାରା ବିଶ୍ୱ ର ଦବାଵ ରେ ୨୦୦୮ ରେ ମୁମ୍ବାଇ ଆତଙ୍କୀ ହମଲା ର ମାଷ୍ଟର ମାଇଣ୍ଡ ହାଫିଜ ସଇଦ ର ଆତଙ୍କୀ ସଂଗଠନ ଜମାତ-ଉଦ-ଦାୱା ଓ ଫଲାହ-ଏ- ଇଂସାନିୟତ ଭଳି ଫାଉଣ୍ଡେସନ ଉପରେ ପ୍ରତିବନ୍ଧକ ଲଗାଇ ଥିଲା ।

ପାକିସ୍ତାନ ର ଆନ୍ତରିକ ମନ୍ତ୍ରାଳୟର ଏକ ପ୍ରବକ୍ତା କହିଛନ୍ତି କି ଏହି ସଂଗଠନ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବାର ନିର୍ଣ୍ଣୟ ଗୁରୁବାର ଦିନ ତାଙ୍କ କାର୍ଯ୍ୟାଳୟ ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଙ୍କ ଅଧ୍ୟକ୍ଷତାରେ ଦେଶ ର ରାଷ୍ଟ୍ରୀୟ ସୁରକ୍ଷା ସମିତି ବା ଏନଏସସି ର ବୈଠକ ସମୟରେ ନିଆଗଲା ।