ଭାରତର କାର୍ଯ୍ୟ ପ୍ରକ୍ରିୟା ପରେ ମୁସଲମାନ ଦେଶଗୁଡ଼ିକ ଛାଡ଼ିଲା ପାକିସ୍ତାନର ହାତ !!

Spread the love

ପାକିସ୍ତାନ ର ବାଲାକୋଟ୍ ଠାରେ ଭାରତୀୟ ବାୟୁସେନା ର କାର୍ଯ୍ୟ ପ୍ରକ୍ରିୟା ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନ କୁ ଏବେ କୌଣସି ବି ପ୍ରକାରର ସମର୍ଥନ ମିଳିବା ବନ୍ଦ ହେଇଗଲା ଓ ତାହାର ବଡ଼ କାରଣ ହେଉଛି ପାକିସ୍ତାନ ସରକାରର ସାହାଯ୍ୟରେ ତାଙ୍କ ଦେଶରେ ଚାଲୁଥିବା ଆତଙ୍କ ର factory ଗୁଡ଼ିକ, ଯାହା ଯୋଗୁଁ କୂଟନୀତି ମର୍ଚ୍ଚା ରେ ସେ ଏବେ ଏକୁଟିଆ ହେଇଗଲା । ସବୁଠାରୁ ବଡ଼ କଥା ତ ଏହା ଅଟେ କି ତାର ସମୁଦାୟ ଦେଶ ଗୁଡ଼ିକ ମଧ୍ୟ ପାକିସ୍ତାନ ଠାରୁ ଦୂରେଇ ଗଲେ ଓ ତାର ସାହାଯ୍ୟ କରିବାପାଇଁ ମନା କରୁଛନ୍ତି ।

ଆପଣଙ୍କୁ କହିବାକୁ ଚାହୁଁଛୁ କି ପାକିସ୍ତାନ କୁ ମୁସଲମାନ ଦେଶଗୁଡ଼ିକ କୌଣସିବି ପ୍ରକାରର ସାହାଯ୍ୟ କରିବାରେ ସ୍ୱଷ୍ଟରୁପେ ମନା କରିଦେଲେ । ଏହି କଥାର ପ୍ରକାଶ ସେତେବେଳେ ହେଇଥିଲା ଯେତେବେଳେ ପାକିସ୍ତାନ ର ସୀମା ରେ ଭାରତୀୟ ସେନା ର କାର୍ଯ୍ୟ ପ୍ରକ୍ରିୟା ପରେ ପାକିସ୍ତାନ IOC ମାନେ Organization Of Islamic Co-Operation ରେ ସଂଘଟନ ଅନ୍ୟ ବୈଠକରେ ଭାରତୀୟ ଙ୍କୁ ଆମନ୍ତ୍ରିତ କରିବାରୁ ଚିନ୍ତା ପ୍ରକାଶ କରିଲେ ତ ୟୁ.ଏ.ଇ ଏହା ଉପରେ କିଛି ବି ଧ୍ୟାନ ଦେଲେ ନାହିଁ ।

ରାଷ୍ଟ୍ରୀୟ ସୁରକ୍ଷା କମିଟି ର ବୈଠକ ପରେ ପାକିସ୍ତାନୀ ବିଦେଶ ମନ୍ତ୍ରୀ ସାହ ମହମୁଦ କୁରୈସି ମଙ୍ଗଳବାର ଦିନ ଏକ ବୟାନ ଜାରି କରି କହିଲେ କି, ” ମୁଁ ୟୁଏଇ ର ବିଦେଶ ମନ୍ତ୍ରୀ ଅବ୍ଦୁହ୍ଲା ବିନ ଯାୟେଦ ଙ୍କୁ ଫୋନ କରିଲି ଓ ଭାରତୀୟ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଙ୍କୁ OIC ର ବୈଠକ ଡକା ଯିବାରୁ ନିରାଶ ପ୍ରକାଶ କରିଲେ । ଯଦିଓ ଏହି ମୁଦ୍ଦା ରେ ୟୁଏଇ କିଛି ମଧ୍ୟ ଉତ୍ତର ଦେଲେ ନାହିଁ । ଏହା ପରେ ମୁଁ ପାକିସ୍ତାନ ର ୟୁଏଇ ରାଜଦୂତ ମୋଅଜ୍ମମ୍ ୟୁଏଇ ସରକାର ଆଗରେ ଏହି ମୁଦ୍ଦା ଉଠେଇବାକୁ କହିଲେ କିନ୍ତୁ ପୁଣି କିଛି ଉତ୍ତର ଆସିଲା ନାହିଁ” ।

ଆପଣଙ୍କୁ କହିବାକୁ ଚାହୁଁଛୁ ପ୍ରଥମ ଥର କରି OIC କୁ ଭାରତକୁ guest ରୂପେ ଡକା ଯାଇଛି ଯେଉଁ ବୈଠକ ୧ ରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଯାହା ପାକିସ୍ତାନ ପାଇଁ ବହୁତ ବଡ଼ ଝଟକା ଭଳି ଅଟେ । ଏହି କଥାକୁ ଶୁଣି ପାକିସ୍ତାନ ଛଟପଟ ହେଉଛି ।

ଯଦିଓ OIC ନିଜକୁ ମୁସଲମାନ ଦୁନିଆ ରୂପେ ପରିଭାଷିତ କରୁଥାଏ । ଏହାର ଚାରି ମହାଦ୍ବୀପ ର ୫୭ ଦେଶ ସାମିଲ ଅଛି ଓ ସଂଘଟନ ରେ ମୁସଲମାନ ବହୁସଂଖ୍ୟକ ଦେଶ କୁ ପ୍ରାଥମିକତା ଦିଆଯାଇଥାଏ । କିନ୍ତୁ ପ୍ରଥମ ଥର ହିନ୍ଦୁ ବହୁସଂଖ୍ୟକ ଦେଶ ଏହି ବୈଠକ ରେ ଆସକ୍ତି କରିବେ ।

କହିବାକୁ ଚାହୁଁଛୁ କି OIC ବହୁଦିନ ରୁ ସବୁବେଳେ କାଶ୍ମୀର ମୁଦ୍ଦା ରେ ପାକିସ୍ତାନ ସହ ସମର୍ଥନ କରୁଥାଏ ଓ ଏଥିପାଇଁ ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଙ୍କୁ ବୈଠକ ରେ ଡାକିବା ଭାରତ ପାଇଁ ଏକ କୂଟନୀତିକ ବିଜୟ ଅଟେ । ଏଭଳି ସମୟରେ ଭାରତକୁ ଏହି ବୈଠକ ବହୁତ ମହତ୍ତ୍ୱ ରଖିଛି ଯେତେବେଳେ କି ଭାରତ ପାକିସ୍ତାନ କୁ ଘେରିବାକୁ ଲାଗିଛି ।

ଧ୍ୟାନ ଦେବା କଥା ତ ଏହା ଅଟେ କି ବହୁସମୟରୁ ମିତ୍ରତା ରେ ଥିବା ଚୀନ ମଧ୍ୟ ସଂଯମ ବର୍ତ୍ତିବାକୁ ପରାମର୍ଶ ଦେଇ ପାକିସ୍ତାନ କୁ ବହୁତ ବଡ଼ ଝଟକା ଦେଲା । ଏହା ଦ୍ୱାରା ପୂର୍ଣରୂପେ ସ୍ୱଷ୍ଟ ହେଇଗଲା କି ପାକିସ୍ତାନ କୁ ଆତଙ୍କ ଗତିବିଧି କୁ ଦେଖି ବିଶ୍ୱ ସ୍ତରରେ କିଏ ମଧ୍ୟ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତରେ ନାହାଁନ୍ତି ।