ପାକ୍ କହିଲା : – ଭାରତର ଏହି “ବଚ୍ଚାଲାମି”ର ଜବାବ, ଇସଲାମାବାଦ ନିଶ୍ଚୟ ଦେବା !

Spread the love

ପାକିସ୍ତାନର ବିଦେଶ ମନ୍ତ୍ରୀ ସାହ ମହସୁଦ କୁରୈସି ଆଜି କହିଲେ, “ନିୟନ୍ତ୍ରଣ ରେଖାର ଉଲଂଘନ କରି ଭାରତ ବଚ୍ଚାଲାମି ହେବା ଭଳି କାର୍ଯ୍ୟ କରିଛି ଓ ଏହା ଜବାବ “ଇସଲାମାବାଦ ନିଶ୍ଚୟ ଦେବା ।” ଭାରତୀୟ ବାୟୁସେନାର ଯୋଦ୍ଧା ବିମାନ ଦ୍ୱାରା ନିୟନ୍ତ୍ରଣ ରେଖାକୁ ଭାଙ୍ଗି ପାକିସ୍ତାନରେ ଆତଙ୍କବାଦୀ ରହୁଥିବା ସ୍ଥାନରେ ବମ୍ ପକେଇବା ପରେ କୁରୈସି ଏହି ବୟାନ ଦେଇଥିଲେ ।

ସୂତ୍ର ଅନୁସାରେ”, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ପରିସ୍ଥିତିର ଚର୍ଚ୍ଚା କରିବା ପାଇଁ ମହତ୍ତ୍ୱପୂର୍ଣ୍ଣ ବୈଠକର ଅଦକ୍ଷତା କରୁଛନ୍ତି । ଭାରତ ଦ୍ୱାରା ଏହି ବାୟୁସେନାଙ୍କ ଆକ୍ରମଣ ଜମ୍ମୁ-କାଶ୍ମୀରର ପୁଲୱାମା CRPFଙ୍କ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ହେବାର ୧୨ ଦିନ ପରେ ପାକିସ୍ତାନ ଉପରେ ଆକ୍ରମଣ କରାଗଲା । ପୁଲୱାମାରେ ଜୈସ୍-ଏ-ମହମ୍ମଦ ଦ୍ୱାରା କରାଯାଇଥିବା ଆକ୍ରମଣ ଯୋଗୁଁ ଭାରତର ୪୦ ଯବାନ ସହିଦ ହୋଇଥିଲେ । ଇସ୍ଲାମାବାଦରେ ପାକିସ୍ତାନ ର ବିଦେଶୀ ମନ୍ତ୍ରୀ କୁରୈସି ଆଜି କହିଲେ କି, ଭାରତ ନିୟନ୍ତ୍ରଣ ରେଖାର ଉଲଂଘନ କରିଲେ ଓ ପାକିସ୍ତାନକୁ ଏହାର ଜବାବ ଦେବାକୁ ହକ୍ ଅଛି ।

ଉଚ୍ଚଅଧିକାରୀଙ୍କ ଦ୍ୱାରା “ଜରୁରୀ ବୈଠକ” ରେ କୁରୈସି କହିଲେ କି, ଭାରତ ପ୍ରଥମେ ଆଜି ପାକିସ୍ତାନ ବିରୋଧରେ କାର୍ଯ୍ୟ ପ୍ରକ୍ରିୟା କରିଲେ । ଏହା ନିୟନ୍ତ୍ରଣ ରେଖାର ଉଲଂଘନ ଅଟେ । ମୁଁ ଏହାକୁ ନିୟନ୍ତ୍ରଣ ରେଖାର ଉଲଂଘନ ମାନୁଛି ଓ ପାକିସ୍ତାନ କୁ ଆତ୍ମରକ୍ଷାକୁ ପାଇଁ ଉଚିତ ଜବାବ ଦେବା ଆମ ହକ୍ ଅଟେ । ବିଦେଶୀ ମନ୍ତ୍ରାଳୟ ର ବୈଠକ ପରେ କୁରୈସି ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଙ୍କୁ ଏହି ସୂଚନା ଜଣାଇଥିଲେ ।

ଏହାଠୁ ପ୍ରଥମେ ପାକିସ୍ତାନର ସେନାମାନେ ଅଭିଯୋଗ କରିଥିଲେ କି, ଭାରତର ବାୟୁସେନା ମୁଜଫ୍ଫରାବାଦ ସେକ୍ଟର୍ ନିୟନ୍ତ୍ରଣ ରେଖା ( Loc ) ର ଉଲଂଘନ କରିଛନ୍ତି । ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟ ପ୍ରକ୍ରିୟା । ପାକିସ୍ତାନୀ ବାୟୁସେନା ଙ୍କ ତରଫରୁ ଏହା କହିଲେ କି, ପ୍ରଭାବଶାଳୀ ଜବାବ ମିଳିବା ପରେ ସେମାନେ ଶିଘ୍ରତାରେ ବମ୍ ପକେଇ ବାଲାକୋଟ୍ ର ନିକଟରୁ ବାହାରକୁ ଚାଲିଗଲେ ଜୀବନ ଓ ସମ୍ପତ୍ତି ର କିଛି କ୍ଷତି ହୋଇନାହିଁ । ସେ ଲେଖିଲେ ” ଭାରତୀୟ ବାୟୁସେନା ପାକିସ୍ତାନୀ ନିୟନ୍ତ୍ରଣ ରେଖା କୁ ଉଲଂଘନ କରିଲେ । ପାକିସ୍ତାନୀ ବାୟୁସେନା ତୁରନ୍ତ ଜବାବ ଦେଲା ।

ଭାରତୀୟ ବିମାନ ଫେରିଗଲା । ଆଇ.ଏସ୍.ପି.ଆର୍ କହିଲେ କି ଭାରତୀୟ ବିମାନ ମୁଜଫ୍ଫରାବାଦ ସେକ୍ଟର୍ ନିୟନ୍ତ୍ରଣ ରେଖା ଭିତରେ ପାକିସ୍ତାନୀ କବ୍ଜା ବାଲା କାଶ୍ମୀର ରେ କେବଳ ତିନି-ଚାରି ମାଇଲ ହିଁ ଭିତରେ ପଶିଥିଲେ । ଆଇ.ଏସ୍.ପି.ଆର୍ କହିବା ଅନୁସାରେ ” ଶିଘ୍ରତାରେ ଫେରିବା ସମୟରେ ବିମାନରୁ ବମ୍ ପକେଇଲେ ଯାହା କି ଖାଲି ପଡ଼ିଆରେ ପଡ଼ିଲା । infrastructure କ୍ଷତି ହୋଇନାହିଁ ।

କୌଶଳ ତଥ୍ୟ ଓ ମହତ୍ୱପୂର୍ଣ ସୂଚନା ଅତି ଶୀଘ୍ର ମିଳିବ । ପାକିସ୍ତାନ people party ର ପ୍ରମୁଖ ନେତା ସିନେଟର୍ କହିଲେ କି ଭାରତ ଦ୍ୱାରା ନିୟନ୍ତ୍ରଣ ରେଖାର ଉଲଂଘନ “ଭୁଲ ପଦକ୍ଷେପ” ଅଟେ । ସେ କହିଲେ କି ଏଭଳି ପଦକ୍ଷେପ ଯୋଗୁଁ କ୍ରୋଧରେ ଅଶାନ୍ତି ସୃଷ୍ଟି ବଢିବ ।

ଭାରତୀୟ ପାର୍ଟୀ କୁ ଯୁଦ୍ଧ ଆଡ଼କୁ ପାଦ ବଢାଇବା ଛଡ଼ା ନିର୍ବାଚନ ଜିତିବାପାଇଁ ଆଉ କୌଣସି ଉପାୟ ଦିଶୁଣି । ଏହି ମଧ୍ୟରେ ପାକିସ୍ତାନ ମିଡ଼ିଆ ରେ ଖବର ଆସୁଅଛି କି ଭାରତ ସରକାର ନିଜ ଘରର ଚାପରେ ଆସି ଏହା ସାଙ୍କେତିକ ଆକ୍ରମଣ କରିଲେ । ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଏହି ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ଟିପ୍ପଣୀ ଦେଇନାହାନ୍ତି ।