ଭାରତ ପାଇଁ ସବୁଠାରୁ ବଡ଼ ଖୁସି ଖବର !ବୀର ଯବାନ ଅଭିନନ୍ଦନ ଏବେ ହିଁ ଭାରତକୁ ଆସି ପହଞ୍ଚିଲେ ।

Spread the love

ଭାରତର ବୀର ଯବାନ ଅଭିନନ୍ଦନଙ୍କ ଅପେକ୍ଷ ଏବେ ହି ପୁର୍ଣ ହେଲା । ଏହି ବିର ଯବାନଙ୍କୁ ସ୍ୱାଗତ କରିବାପାଇଁ ଭାରତବାସୀ ଆଜି ସକାଳରୁ ପୂର୍ଣରୂପେ ଜବରଦସ୍ତ ପ୍ରସ୍ତୁତରେ ଥିଲେ । ଗୋଟିଏ ସମୟରେ ଅଭିନନ୍ଦନ ପାକିସ୍ତାନ ଙ୍କ ହାତରେ ଥିବା କଥା ଶୁଣି ସଭିଙ୍କ ମନରେ ଅଳ୍ପ ଭୟ ସୃଷ୍ଟି ହୋଇଥିଲା । ଏହି ବିଷୟ ଜାଣି ଭାରତ ସରକାର ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଙ୍କୁ ତୁରନ୍ତ ଜଣାଇଲେ କି, ” ଆମ ବିର ଯବାନ ଉପରେ ଗୋଟିଏ ମଧ୍ୟ ଗାର ଆସିଥାଏ ତ ପରିଣାମ ଭଲ ହେବନାହିଁ ” । ଆଜି ବିର ଯବାନ ଆମ ଆଖି ଆଗରେ ଥିବା ଦୃଶ୍ୟ ଦେଖି ସଭିଙ୍କ ଖୁସି ଆକାଶକୁ ଛୁଇଁଦେଲା ।

ଆଜିର ଏହି ଦିନ ବୋଧହୁଏ ଭାରତବାସୀ କେବେ ମଧ୍ୟ ଭୁଲିପାରିବେ ନାହିଁ ଏବଂ ଭୁଲିବା କଥା ମଧ୍ୟ ନୁହେଁ । ଏହି ବିର ଯବାନ ଙ୍କ ଠାରୁ ସମସ୍ତେ ଶିଖିବା ଆବଶ୍ୟକ କି, “ଚେଷ୍ଟା ଆଗରେ ଓ ଡ଼ର ଆଗରେ ବିଜୟ ଥାଏ ” ଯାହାକି ଆମ ବିର ଯବାନ ଅଭିନନ୍ଦନ କରି ଦେଖାଇଛନ୍ତି ।

ଭାରତ ଯେଉଁ ଧୌର୍ଯ୍ୟ ସହିତ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଲେ ତାହା କାରଣରୁ ପାକିସ୍ତାନ କୁ ନଇଁବାକୁ ପଡ଼ିଲା । ପାକିସ୍ତାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗିବା ପାଇଁ ବହୁତ ପ୍ରୟାସ କରିଲେ ତାଙ୍କର ଭିନ୍ନ-ଭିନ୍ନ ଭିଡ଼ିଓ viral କରିଲେ କିନ୍ତୁ ଭାରତର ଏହି ବିର ଯବାନ ସେମାନଙ୍କ ପାଖରେ ଅଳ୍ପ କ୍ଷଣ ପାଇଁ ମଧ୍ୟ ଦୁର୍ବଳ ହେଲେ ନାହିଁ ।

ଭାରତର ବିର ଜୀବନ ଅଭିନନ୍ଦନ ଭାରତ ପାଇଁ ଯେଉଁ କାମ କରିଛନ୍ତି, ସେଥିପାଇଁ ଭାରତ ଆଜି ବହୁତ ଗର୍ବିତ । କାରଣ ଅଭିନନ୍ଦନ ଙ୍କୁ ବହୁତ ଚାପ ପକେଇବା ସତ୍ତ୍ୱେ ସେ ପାକିସ୍ତାନ କୁ କିଛି ମଧ୍ୟ କହିନଥିଲେ । ଆମ ଭାରତବାସୀ ଏହି ବିର ଯବାନଙ୍କ ସବୁବେଳେ କୃତଜ୍ଞ ହୋଇ ରହିବୁ । ଭାରତ ମାତା କି ଜୟ… ବନ୍ଦେ ମାତରମ୍ ।