ଭାରତ ପାକିସ୍ଥାନ ଠାରୁ ଛଡେଇ ନେଲେ ମୋଷ୍ଟ ଫେୱର୍ଡ ନେସନ୍ ର ଉତ୍କର୍ଷର ସ୍ତର, ଏଭଳି ପଡିବ ପ୍ରଭାବ

Spread the love

୨୦୧୭-୧୮ ରେ ଭାରତ-ପାକିସ୍ଥାନ ମଧ୍ୟରେ ୨.୪୧ ବିଲିଅନ୍ ଡଲାର ର ବ୍ୟବସାୟ ହେଲା । ପଡୋଶୀ ରାଜ୍ୟ ପାକିସ୍ଥାନ ଠାରୁ ଭାରତ ସବୁବେଳେ ଶାନ୍ତି ର ଆଶା ରଖିଥିଲେ କିନ୍ତୁ ଧୋକା ବିନା କିଛି ମଧ୍ୟ ମିଳିଲା ନାହିଁ । ଦୁଇ ଦେଶ ମଧ୍ୟରେ ବ୍ୟବସାୟ କୁ ଶକ୍ତି ମିଳୁ, ଏଥିପାଇଁ ଭାରତ ପାକିସ୍ଥାନ କୁ ମୋଷ୍ଟ ଫେୱର୍ଡ ନେସନ୍ ର ଉତ୍କର୍ଷର ସ୍ତର ଦେଲେ କିନ୍ତୁ ପାକିସ୍ଥାନ ଏହା ବଦଳରେ କିଛି କରିଲା ନାହିଁ । ପୁଲୱାମା ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ଥାନ ଠାରୁ ଉତ୍କର୍ଷର ସ୍ତର ଛଡେଇ ନେଲେ । ଏହାର ପ୍ରଭାବ ପାକିସ୍ଥାନ ର ବୁଡୁଥିବା ଆର୍ଥିକ ବ୍ୟବସ୍ତା ପାଇଁ ବହୁତ ଘାତକ ହେବ ।

୧୯୯୬ ରେ ପାକିସ୍ଥାନ କୁ ମିଳିଥିଲା ମୋଷ୍ଟ ଫେୱର୍ଡ ନେସନ୍ ର ଉତ୍କର୍ଷର ସ୍ତର ।

ଭାରତ ପାକିସ୍ଥାନ କୁ ୧୯୯୬ ରେ ମୋଷ୍ଟ ଫେୱର୍ଡ ନେସନ୍ ର ଉତ୍କର୍ଷର ସ୍ତର ଦେଇଥିଲେ । ଏହି ଉତ୍କର୍ଷର ସ୍ତର ଗୋଟିଏ ଦେଶ ଅନ୍ୟ ଦେଶ ମଧ୍ୟରେ ବ୍ୟବସାୟରେ ଉନ୍ନତି ହେବାପାଇଁ ଦିଆଯାଇଥାଏ । ଉତ୍କର୍ଷର ସ୍ତର ଦିଆଯିବାପରେ ଆମଦାନୀ ହେଉଥିବା ଜିନିଷ ମାନଙ୍କରେ କମ କଷ୍ଟଡ଼ି ଡ୍ୟୁଟି ଦେବାକୁ ପଡେ ।

ପାକିସ୍ଥାନ ଭାରତ ଠାରୁ ପିଆଜ ଓ ଟମାଟୋ ଭଳି ପନିପରିବା କିଣିଥାଏ ।

ବଢ଼ାଇ ଦିଆଜିବ କଷ୍ଟଡ଼ି ଡ୍ୟୁଟି- ଯେତେବେଳେ ଗୋଟିଏ ଦେଶ ଅନ୍ୟ ଦେଶକୁ ମୋଷ୍ଟ ଫେୱର୍ଡ ନେସନ୍ ର ଉତ୍କର୍ଷର ସ୍ତର ଦେଇଥାଏ ସେଠାରୁ ଆମଦାନୀ ହେଉଥିବା ଜିନିଷ ମାନଙ୍କରେ ବହୁତ କମ ଟେକ୍ସ ପକେଇଥାନ୍ତ । ଏବେ ଯେତେବେଳେ ମୋଷ୍ଟ ଫେୱର୍ଡ ନେସନ୍ ର ଉତ୍କର୍ଷର ସ୍ତର ବନ୍ଦ ହେଇଗଲା ତ ପାକିସ୍ଥାନ ଠାରୁ ଆମଦାନୀ ହେଉଥିବା ଜିନିଷ ମାନଙ୍କରେ ଅଧିକ ଟେକ୍ସ ଦେବାକୁ ପଡିବ । ଏବେ ଭାରତ ପାକିସ୍ଥାନ ରୁ ଆସୁଥିବା ସବୁ ଜିନିଷ ମାନଙ୍କରେ ଯେତେ ଚାହିଁବ ସେତେ କଷ୍ଟମ୍ ଡ୍ୟୁଟି ଲଗାଇ ପାରିବେ ।

ଭାରତ ଦ୍ୱାରା ଛଡେଇ ନେଇଥିବା ମୋଷ୍ଟ ଫେୱର୍ଡ ନେସନ୍ ର ଉତ୍କର୍ଷର ସ୍ତର ପାକିସ୍ଥାନ ର ଇକୋନୋମି ଉପରେ ପ୍ରଭାବ ପଡିବ ।

୨.୪୧ ବିଲିଅନ୍ ଡଲାର ର ବ୍ୟବସାୟ –

ଭାରତ ଓ ପାକିସ୍ଥାନ ମଧ୍ୟରେ ୨୦୧୭-୨୮ ରେ ୨.୪୧ ବିଲିଅନ୍ ଡଲାର ର ବ୍ୟବସାୟ ହେଇଥିଲା । ୨୦୧୬-୧୭ ରେ ଏହି ବ୍ୟବସାୟ ୨.୨୭ ବିଲିଅନ୍ ଡଲାର ହେଇଥିଲା । ଭାରତ ୨୦୧୭-୧୮ ରେ ପାକିସ୍ଥାନ ଠାରୁ ୪୮୮.୫ ବିଲିଅନ୍ ଡଲାର ଟଙ୍କାର ଜିନିଷ ଆମଦାନୀ କରିଥିଲେ ଓ ୧.୯୨ ବିଲିଅନ୍ ଡଲାରର ଜିନିଷ ଆମଦାନୀ କରିଲେ । ଭାରତ ପାକିସ୍ଥାନ କୁ ମୁଖ୍ୟ ରୂପରେ ତୁଳା, ରାସାୟନିକ, ପନିପରିବା, ଲୁହା ଓ ଷ୍ଟିଲ ଆମଦାନୀ କରୁଥିଲେ । ସେହିଭଳି ପାକିସ୍ଥାନ ଠାରୁ ଫଳ, ସିମେଣ୍ଟ, ଚମଡା ରାସାୟନିକ ଓ ମସଲା ଅଣାଯାଉଥିଲା ।