ଭାରତ ଇସ୍ରାଇଲ ଠାରୁ କିଣିବାକୁ ଯାଉଛି ଅୱାକ୍ସ ବିମାନ, ଏହାକୁ କୁହନ୍ତି ଆଖି ଆକାଶରେ ଉପସ୍ଥିତ ଥିବା !

Spread the love

ଭାରତ ଇଜରାଇଲ ଠାରୁ ୨ ଟି ଅୱାକ୍ସ ବିମାନ କିଣିବାକୁ ଯାଉଅଛି । ଆକାଶରେ ଉଡ଼ି ବହୁତ ଦୂର ପର୍ଯ୍ୟନ୍ତ ଆକାଶରେ ହେଉଥିବା ପ୍ରତ୍ୟେକ ଗତିବିଧି ର ସଙ୍କେତ ଦେଖିପାରି ଥାଏ । ଏଥିପାଇଁ ଏହାକୁ ଆକାଶର ଆଖି କୁହାଯାଏ । ୨ଟି ଅୱାକ୍ସ ବିମାନ କିଣିବାପାଇଁ ୫.୭ ହଜାର କୋଟି ଖର୍ଚ୍ଚ ହେବ ।

ଅୱାକ୍ସ ର ପୁରା ନାମ ହେଉଛି ଏୟରବର୍ନ ୱାର୍ନିଙ୍ଗ ଏଣ୍ଡ କଂଟ୍ରୋଲ ସିଷ୍ଟେମ । ଏହି ସିଷ୍ଟେମ ବିମାନରେ ରଖାଯାଇ ଥାଏ ଯାହାଦ୍ୱାରା କି ଏହି ବିମାନ ଆକାଶ ରେ ଉଡ଼ି ଶତ୍ରୁ ମାନଙ୍କ ବାୟୁସେନା ଉପରେ ନଜର ରଖିପାରି ଥାଏ । ଏହା ଆକାଶରେ ଉଡ଼ି କମାଣ୍ଡ ଏଣ୍ଡ କଂଟ୍ରୋଲ ସେଣ୍ଟର ରୂପରେ କାମ କରିଥାଏ ।

ଏବେ ଭାରତ ପାଖରେ ଅଛି ୩ ଟି ଅୱାକ୍ସ ବିମାନ –

ଭାରତକୁ ଅୱାକ୍ସ ବିମାନ ରୁଷ ଓ ଇଜରାଇଲ ଦେବେ ବୋଲି କଥା ଦେଇଥିଲେ । ୨୦୧୯-୨୦୧୧ ରେ କଥା ଦେଇଥିବା ଅନୁସାରେ ଭାରତକୁ ୧.୧ ବିଲିଅନ ଡଲାର ରେ ୩ ଟି ଅୱାକ୍ସ ବିମାନ ମିଳିଥିଲା । ଏହି ବିମାନ ଗୁଡ଼ିକୁ ଫାଲକନ କୁହାଯାଏ । ଅୱାକ୍ସ ସିଷ୍ଟେମ ର ରାଡ଼ାର୍ ଓ କମୁନିକେସନ୍ ଯନ୍ତ୍ର ଇଜରାଇଲ ର ଅଟେ । ଏହାକୁ ରୁଷ ର ବିମାନ ଇଲ୍ୟୁସିନ୍-୭୬ ରେ ଲଗାଯାଇଥିଲା । ପୁଣି ୨ ଟି ଅୱାକ୍ସ ବିମାନ କିଣିଲେ ବାୟୁସେନା ଙ୍କ ପାଖରେ ଏଭଳି ୫ ଟି ବିମାନ ହେଇଯିବ ।

ଅୱାକ୍ସ ବିମାନ ରାଡ଼ାର୍ ର ରେଞ୍ଜ ୪୫୦ କିଲୋମିଟର ଅଟେ । ଏହା ଆକାଶରେ ଆଉ ପୃଥିବୀ ଓ ଆକାଶର ପ୍ରତ୍ୟେକ ଗତିବିଧି ଗୁଡିକୁ ନଜରରେ ରଖିଥାଏ । ଏହି ବିମାନ ଆକ୍ରମଣ କରୁଥିବା ବୋମା, ଡ୍ରୋନ୍, ହେଲିକୋପ୍ଟର୍ ଓ ଅନ୍ୟାନ୍ୟ ଜିନିଷ ଗୁଡିକୁ ୪୫୦ କିଲୋମିଟର ଥିଲାବେଳେ ହି ଜାଣିଦେଇ ଥାଏ । ଏହି ବିମାନ ଏହା ମଧ୍ୟ ଦେଖିପାରିବ କି, ଶତ୍ରୁ ମାନଙ୍କ ଦେଶରେ ଐରୱେସ୍ ଓ ଅନ୍ୟ ସୈନ୍ୟ ଙ୍କ ଅଡ୍ଡା ରେ କଣ ହେଉଅଛି । ଭାରତକୁ ଅୱାକ୍ସ ବିକିବାପାଇଁ ରୁଷ ଓ ଇଜେରାଇଲ ମିଶି କାମ କରନ୍ତି ।

ଏହାର ଲାଭ କଣ ?

ଅୱାକ୍ସ ବିମାନର ବ୍ୟବହାରେ ଯୁଦ୍ଧ କ୍ଷେତ୍ରରେ ଗେମ୍ ଚେଞ୍ଜର୍ ରୂପେ ହୋଇଥାଏ । ଯୁଦ୍ଧ ସମୟରେ ସୂଚନା ସବୁଠାରୁ ବଡ଼ ଅସ୍ତ୍ର ଅଟେ । ଏହି ବିମାନ ଆମ ଦେଶରେ ଉଡ଼ି ମଧ୍ୟ ପଡୋଶୀ ଦେଶମାନଙ୍କ ଗତିବିଧି ର ଖବର ଦେଇଥାଏ । କେଉଁ ଐରୱେସ୍ ରେ କେଉଁ ବିମାନ ଉଡିବାକୁ ଯାଉଛି ତାହା ମଧ୍ୟ ଅତି ଶୀଘ୍ର ଜଣାପଡ଼ି ଯାଏ । ଯଦି ସଙ୍କଟ ସଙ୍କେତ ମିଳେ ତେବେ ବାୟୁ ସେନା ପୃଥୀବିରୁ ହିଁ ମିସାଇଲ୍ ବା ଲଢ଼ିବା ବିମାନ ସାହାଯ୍ୟରେ ତାହାକୁ ଉପରେ ହିଁ ନଷ୍ଟ କରିଦେଇ ଥାଏ ।