ଅପରାହ୍ନ ୨ଟାରେ ଭାରତ ଫେରିବେ “ଅଭିନନ୍ଦନ” ! ସ୍ଵାଗତ ପାଇଁ ୱାର୍ଡ ୱାଘା ବୋର୍ଡରେ ଅପେକ୍ଷା କରିଛନ୍ତି ପ୍ରଶଂସକ

Spread the love

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ଆଜି ଦ୍ଵିପହରେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବେ । ଭାରତର କଡ଼ା ଆଭିମୁଖ୍ୟ, ବିଶ୍ବସମୁଦାୟର ଚାପ ଓ ଜେନେଭା ସନ୍ଧିରେ ଉଲ୍ଲିଖିତ ସର୍ତ୍ତାବଳୀ ପାକିସ୍ତାନକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି । ଦୀର୍ଘ ସମୟର ବିଚାରବିମର୍ଷ ପରେ ଗିରଫ ଭାରତୀୟ ପାଇଲଟଙ୍କୁ ଭାରତକୁ ଫେରାଇବାକୁ ପାକିସ୍ତାନ ଗୁରୁବାର ରାଜି ହୋଇଛି ।

ଶୁକ୍ରବାର ତାଙ୍କୁ ଭାରତକୁ ହସ୍ତାନ୍ତର କରାଯିବ ବୋଲି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପାକିସ୍ଥାନ ସଂସଦରେ ଘୋଷଣା କରିଛନ୍ତି । ଏହି ପଦକ୍ଷେପ ଦ୍ଵାରା କୁଟନୈତିକ ସ୍ତର​‌ରେ ଭାରତର ବୃହତ ବିଜୟ ହୋଇଛି । ପାକିସ୍ଥାନ ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇ ଇମ୍ରାନ କହିଛନ୍ତି, “ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ହ୍ରାସ ପୂର୍ବକ ଶାନ୍ତି ରକ୍ଷା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ।” କିନ୍ତୁ ଏହାକୁ ପାକିସ୍ତାନର ଦୁର୍ବଳତା ବୋଲି ମନେ ନ କରିବାକୁ ସେ କହିଛନ୍ତି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଦିଗରେ ସହଯୋଗ କରିବା ଲାଗି ସେ ବିଶ୍ଵ ସମୁଦାୟକୁ ନିବେଦନ କରିଛନ୍ତି । ଏ ସମ୍ବନ୍ଧରେ ସେ ତୁର୍କୀ ରାଷ୍ଟ୍ରପତିଙ୍କ ସହ ମଧ୍ୟ କଥା ହେବେ ବୋଲି ଇମ୍ରାନ କହିଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ପାକ୍ ସାଂସଦମାନେ ସମର୍ଥନ କରିଛନ୍ତି ।

ଭାରତୀୟ ସୀମା ଉଲ୍ଲଂଘନ କରି ଉଡୁଥିବା ଏକ ପାକିସ୍ତାନୀ ଯୁଦ୍ଧ ବିମାନକୁ ଘଉଡାଇବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପିଓକେରେ ଖସିପଡ଼ିଥିବା ଭାରତୀୟ ବାୟୁସେନାର ମିଗ-୨୧ ବିମାନର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଆଜି ପାକିସ୍ତାନ ଭାରତକୁ ଫେରାଇବ । ୱାଘା ବର୍ଡର ଦେଇ ପାକିସ୍ତାନୀ ଯବାନମାନେ ଅପରାହ୍ନ ପ୍ରାୟ ୨ଟାରେ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବେ । ଏଥିପାଇଁ ୱାଘା ବର୍ଡରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଅଭିନନ୍ଦନଙ୍କୁ ସ୍ଵାଗତ କରିବା ଲାଗି ଭାରତୀୟ ଯବାନମାନେ ପ୍ରତୀକ୍ଷା କରିଛନ୍ତି । ସୂଚନା ମୁତାବକ, ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଭିନନ୍ଦନ ସେଥିରୁ ବାହାରି ଆସିଥିଲେ । କିନ୍ତୁ ତାଙ୍କ ପାରାଚୁଟ ପିଓକେରେ ଖସିପଡ଼ିବାରୁ ସେଠାରୁ ପାକିସ୍ତାନୀ ସେନା ତାଙ୍କୁ ଗିରଫ କରିନେଇଥିଲା ।

ମାତ୍ର ଜେନେଭା ଚୁକ୍ତି ଅନୁସାରେ ଅଭିନନ୍ଦନକୁ ଉତ୍ତମ ବ୍ୟବହାର । ଅନ୍ୟପଟେ ତୁରନ୍ତ ପାଇଲଟଙ୍କୁ ଭାରତକୁ ଫେରାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପାକିସ୍ତାନ ଉପରେ ଚାପ ପଡିଥିଲା। ବିଶେଷ କରି ନିଜକୁ ଏକଦା ପାକିସ୍ତାନର ସର୍ବକାଳୀନ ବନ୍ଧୁ ଦର୍ଶାଇଥିବା ଚୀନ ମଧ୍ୟ ଏ ନେଇ ଚାପ ପକାଇଥିଲା।