ଭାରତ ଦେଉଛି ପାକିସ୍ଥାନକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା !!

Spread the love

ପୁଲୱାମା ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ଥାନ ବିରଦ୍ଧରେ ଗୋଟିଏ ପରେ ଗୋଟିଏ ଶକ୍ତ ପଦକ୍ଷେପ ନେଉଛି ଭାରତ । ଏହି କ୍ରମରେ ମୋଷ୍ଟ ଫେୱାର୍ଡ ନେସନ୍ ବା ବିଶ୍ୱସ୍ତ ରାଷ୍ଟ୍ରର ମାନ୍ୟତା ପ୍ରତ୍ୟାହାର କରିଥିଲେ ଏହାପରେ ଶନିବାର ଦିନ ପାକିସ୍ଥାନ ଠାରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ଶୁଳ୍କ କୁ ଦୁଇଶହ ପ୍ରତିଶତ ବଢ଼େଇ ଦେଇଛନ୍ତି ଭାରତ । ଏବେ ହିଁ ଟ୍ୱିଟ କରି ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ଅରୁଣ ଜେଟଳି । ଆତଙ୍କବାଦୀ ଙ୍କୁ ସଂରକ୍ଷକ ଦେଉଥିବା ପାକିସ୍ଥାନ କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଏଭଳି ଶକ୍ତ ପଦକ୍ଷେପ ନେଇଛନ୍ତି ।

ପାକିସ୍ଥାନ ଠାରୁ ମୁଖ୍ୟତଃ ତାଜା ଫଳ, ସିମେଣ୍ଟ ଭାରତକୁ ଆମଦାନୀ ହୋଇଥାଏ । ତାଜା ଫଳ ୩୦ ରୁ ୫୦ ପ୍ରତିଶତ ଏବଂ ସିମେଣ୍ଟ ଉପରେ ୭.୫ ଆମଦାନୀ ଶୁଳ୍କ ଥିଲା କିନ୍ତୁ ଏବେ ତାହା ୨୦୦ ପ୍ରତିଶତ ହୋଇଛି ଏହାର ଅର୍ଥ ହେଲା ଏଭଳି ସାମଗ୍ରୀ ଉପରେ ଏବେ ସମ୍ପୁର୍ଣରୂପେ ନିଷେଧାଜ୍ଞା ହୋଇଯାଇଛି ।

ପାକିସ୍ଥାନ ଠାରୁ ଭାରତ ଏହି ସାମଗ୍ରୀ ଗୁଡିକ ଆମଦାନୀ କରିଥାଏ –

● ପାକିସ୍ଥାନ ଠାରୁ ଭାରତକୁ ମୁଖ୍ୟତଃ ସୌଖିନ ଚମଡା, ଅଣ ଅର୍ଗାନିକ କେମିକାଲ, ତୁଳା, ମସଲା, ରବର ସାମଗ୍ରୀ ଆମଦାନୀ କରିଥାଏ ।

● ମାଦକ ଦ୍ରବ୍ୟ ପ୍ରସ୍ତୁତ ହେଉଥିବା ସାମଗ୍ରୀ, ଡାକ୍ତରୀ ଉପକରଣ, ପ୍ଲାଷ୍ଟିକ ଓ ଖେଳ ଉପକରଣ ଆମଦାନୀ କରିଥାଏ ।

● ପାକିସ୍ଥାନ ଠାରୁ ଭାରତ ତାଜା ଫଳ, ପେଟ୍ରୋଲିଅମ ପଦାର୍ଥ, ଖଣିଜ ପଦାର୍ଥ ଆମଦାନୀ କରିଥାଏ ।

୨୦୧୭-୧୮ ମସିହାରେ କେବଳ ପାକିସ୍ଥାନ ରୁ ଆମଦାନୀ ହୋଇଥିଲା । ୩ ହଜାର ୪୮୨ କୋଟି ୩୦ ଲକ୍ଷ ଟଙ୍କାର ସାମଗ୍ରୀ । ଆମଦାନୀ ଶୁଳ୍କ ବଢିବା ସହ ଆଉ କେତେକ ସାମଗ୍ରୀ ଉପରେ ବ୍ୟବସାୟିକ ପ୍ରତିବଦ୍ଧ ଲଗେଇବାକୁ ଚିନ୍ତା କରୁଛନ୍ତି ନୂଆଦିଲ୍ଲୀ ।

ଭାରତୀୟ ବନ୍ଦର ଦେଇ ପାକିସ୍ଥାନ ବ୍ୟବସାୟିକ କାରବାର ଉପରେ ମଧ୍ୟ ଲାଗିପାରେ କଟକଣା ଏହାଛଡା ବିଶ୍ୱ ସମୁଦାୟ ପାକିସ୍ଥାନ କୁ ଏକ ଘରିକିଆ କରିବାକୁ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଛି ।