ଭଲ ଲୋକଙ୍କ ସହିତ ହିଁ କାହିଁକି ସବୁବେଳେ ଖରାପ ହୋଇଥାଏ ? ଏହାର ସମାଧାନ…..

Spread the love

ଭଲ ଲୋକଙ୍କ ସହିତ ହିଁ କାହିଁକି ସବୁବେଳେ ଖରାପ ହୋଇଥାଏ ? ଏହାର ସମାଧାନ କଣ ? କହିବାର ଅର୍ଥ ହେଉଛି ଖରାପ ସମୟ ଚାଲୁଥିବା ସମୟରେ ଆମକୁ କଣ କରିବାର ଅଛି ।

ଆମ ଜୀବନରେ ଯେତେବେଳେ ମଧ୍ୟ ଖରାପ ସମୟ ଚାଲିଥାଏ, ଅଧିକାଂଶ ସମୟରେ ଆମେ ସମସ୍ତେ ଏହାହିଁ ଭାବିଥାନ୍ତି କି ଏ ସବୁ ମୋ ସହିତ ହିଁ କାହିଁକି ହେଉଛି ? ମୁଁ ଏତେ ଦୁର୍ଭାଗ୍ୟ କାହିଁକି ଅଟେ ? ଆମେ ନିଜକୁ ହିଁ ଏ ସବୁ ଦୋଷର କାରଣ ଭାବିଥାଉ । ସେତେବେଳେ ଅଯଥାରେ ନିଜ ଉପରେ, ଭଗବାନଙ୍କ ଉପରେ ଓ ଅନ୍ୟ ଲୋକଙ୍କ ଉପରେ କ୍ରୋଧିତ ହେଇଯାଉଥାଉ ଓ କହିଥାଉ ଭଗବାନ ଏ ସବୁ ମୋ ଜୀବନରେ ହିଁ କାହିଁକି ହେଉଛି । କିଛି ଏହିଭଳି ହୋଇଥାଏ ଆମର ପ୍ରତିକ୍ରିୟା ।

ଏ ସମ୍ବନ୍ଧୀୟ ଗୋଟିଏ ସୁନ୍ଦର କାହାଣୀ –

ଗୋଟିଏ ବେପାରୀ ଥିଲେ (ମୁନୁ) ସେ କୃଷ୍ଣ ଭଗବାନ ଙ୍କ ଭକ୍ତ ଥିଲା କେବେ ମଧ୍ୟ କାହା ସହିତ ଖରାପ ବ୍ୟବହାର କରୁନଥିଲା ଓ କାହାକୁ ଦୁଃଖ ପହଞ୍ଚାଉ ନଥିଲା । ମନୁ ସବୁଦିନ ମନ୍ଦିର ଯାଇ ପ୍ରାର୍ଥନା କରି ଭଗବାନଙ୍କ ଆଶୀର୍ବାଦ ନେଇ କାମ କରିବାପାଇଁ ଯାଉଥିଲେ । ମୁନୁ କୁ ସବୁ ଲୋକମାନେ ଭଲ ପାଉଥିଲେ ଓ ସମସ୍ତେ ସମ୍ମାନ ଦେଉଥିଲେ । ଅନ୍ୟ ପଟେ ବହୁତ ଖରାପ ଲୋକ ଥିଲା ( କୁନୁ ) ସେ ମଧ୍ୟ ମୁନୁ ଯିବା ସମୟରେ ମନ୍ଦିରକୁ ଯାଉଥିଲା କିନ୍ତୁ ସେ ସବୁବେଳେ କୁକୁର କୁ ପଥରରେ ମାରୁଥିଲା । ସେ ଜୁଆ ଖେଳୁଥିଲା ଓ ମଦ୍ୟ ପାନ ଲରିବା ତ ତାର ପ୍ରତ୍ୟେକ ଦିନର ଅଭ୍ୟାସ ଥିଲା । ମୁନୁ ଜୀବନର ଗୋଟିଏ ମନ୍ତ୍ର ଥିଲା ” ସକାଳେ ଶୀଘ୍ର ଉଠି ମନ୍ଦିରକୁ ଯାଇ ଭଗବାନ ଙ୍କ ଦର୍ଶନ କରି ଆଗେଇ ଯାଆ ” ଓ ସେହିଭଳି କୁନୁ ଜୀବନରେ ମଧ୍ୟ ଗୋଟିଏ ମନ୍ତ୍ର ଥିଲା ” ସକାଳେ ଶୀଘ୍ର ଉଠି ମନ୍ଦିରକୁ ଖାଲି ପାଦରେ ଯାଇ ଜୋତା ଚୋରେଇ ଆସିବା ।

ଦିନେ ବହୁତ ବର୍ଷା ହେଉଥିଲା ସେହିଦିନ ମନ୍ଦିରକୁ କେହି ମଧ୍ୟ ଯାଇନଥିଲେ । କୁନୁ ଦେଖିଲା ସେତେବେଳେ ମନ୍ଦିରରେ କେହି ମଧ୍ୟ ନଥିଲେ ଓ ପୂଜାରୀ ଠାରୁ ଲୁଚି-ଲୁଚି ସେଠାର ଟଙ୍କା ଉଠାଇ ଆଣିଲା । ଅଳ୍ପ ସମୟ ପରେ ବେପାରୀ ଲୋକ ମୁନୁ ମନ୍ଦିରରେ ପହଞ୍ଚିଲା ଓ ସବୁ ଦୋଷୀ ମୁନୁ ଉପରେ ପକେଇଦେଲେ । ସେଠାର ଲୋକମାନେ ମୁନୁ କୁ ବହୁତ ଗାଳି କରିଲେ କହିଲେ ଏତେ ଭଲ ପୋଷାକ ପିନ୍ଧୁଛୁ ଓ ଚୋରି କାମ କରୁଛୁ ଲାଜ ଲାଗୁନି କି ? ପୋଲିସ କୁ ଡାକ ଆଜି ୟାକୁ ଦଣ୍ଡ ଦେବାର ଅଛି । ମୁନୁ କୁ ସେଠାର ଲୋକ ବହୁତ ଠେଲାଠେଲି କରିଲେ ମୁନୁ ବହୁତ କଷ୍ଟରେ ସେମାନଙ୍କ ଠାରୁ ଛଡେଇ ଆସିଲା ।

ମୁନୁ ରାସ୍ତାରେ ଚାଲି ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଗାଡ଼ି ଅଳ୍ପ ବଜେଇ ଚାଲିଗଲା ସେହି ସମୟରେ ଟଙ୍କାରେ ଥିବା ବ୍ୟାଗ ଗାଡ଼ି ରୁ ବାହାରକୁ ଆସିଗଲା । ସେହି ବ୍ୟାଗ କୁ ଗାଡ଼ି ବାଲା ନକାଢ଼ି ଭୟରେ ସେଠାରୁ ଚାଲିଗଲା । ସେହି ସମୟରେ ପାଖରେ ଥିବା କୁନୁ ସବୁକିଛି ଦେଖୁଥିଲା ଓ ବ୍ୟାଗ କୁ ଶୀଘ୍ର କାଢ଼ିନେଲା । ବ୍ୟାଗ ଖୋଲି ଟଙ୍କାରେ ବର୍ତ୍ତି ହୋଇଥିବା ବ୍ୟାଗ ଦେଖି ଆଶ୍ଚର୍ଯ୍ୟ ହେଇଗଲା ଓ ଖୁସିର ଠିକଣା ରହିଲା ନାହିଁ । ଖୁସିରେ କହିଲା ଆଜି ତ ମୁଁ ମାଲାମାଲ ହେଇଗଲି ସକାଳେ ମନ୍ଦିରରେ ଚୋରେଇଥିବା ଟଙ୍କା ଓ ଏବେ ମିଳିଲା ଏତେ ଟଙ୍କା । ଏ ସବୁ କଥା ସେହି ବେପାରୀ ଶୁଣୁଥିଲା କିନ୍ତୁ କିଛି ମଧ୍ୟ କହିଲେ ନାହିଁ ।

ବେପାରୀ ବହୁତ କ୍ରୋଧିତ ଗୋଇ ଘରକୁ ଗଲେ ଓ ଭଗବାନଙ୍କ ସବୁ ଫୋଟୋ ମାନଙ୍କୁ ବାହାର କରିଦେଲା । ଆଜି ତା ଜୀବନର ସବୁଠାରୁ ବହୁତ ଖରାପ ଦିନ ଥିଲା । ନିଜ ସ୍ତ୍ରୀ ଓ ପିଲାଙ୍କୁ ଡ଼ାକି କହିଲେ ଆଜିଠାରୁ କେହି ମଧ୍ୟ ଭଗବାନଙ୍କୁ ପୂଜା କରିବେ ନାହିଁ । ଭଗବାନ କଣ ଏତିକି ମଧ୍ୟ ଦେଖିପାରିଲେ ନାହିଁକି ? ” ମୁଁ କେବେ କାହାର ଅନିଷ୍ଟ କରିନି ଓ ମୋ ଜୀବନରେ ଏତେ ବିଷ ଓ ସେ ମୂର୍ଖ ଲୋକ କୁ ଟଙ୍କାରେ ଭର୍ତି ହୋଇଥିବା ବ୍ୟାଗ ” । ରାତ୍ରରେ ଚିନ୍ତିତ ହୋଇ ଶୋଇଲେ । ଭଗବାନ ସ୍ୱପ୍ନରେ ଆସି କହିଲେ ” ଜାଣିଛୁ କି ଆଜି ତ ଜୀବନର ଅନ୍ତିମ ଦିନ ଥିଲା କାରଣ ତୁ ଗତ ଜନ୍ମରେ ଗୋଟିଏ ଲୋକକୁ ଜାଣିଶୁଣି ଗାଡ଼ିରେ ମୋଡେଇ ଚାଲିଯାଇଥିଲୁ ଓ ସେହି ଲୋକ ମୃତ୍ୟୁର ଋଣ ତ ଉପରେ ପକେଇ ଥିଲେ ଓ ସେହି ମୂର୍ଖ ଲୋକ ଗତ ଜନ୍ମ କାରଣରେ ତାକୁ ରାଜଭୋଗ ମିଳିବାର ଥିଲା କିନ୍ତୁ ଏହି ଜନ୍ମ ର ଖରାପ କାମ ଯାଗୁଁ ତାକୁ ଅଳ୍ପ ହିଁ ଟଙ୍କା ମିଳିଲା ” ।

ଏହି କାହାଣୀ ପଢି ଆମକୁ ଏହା ଶିଖିବାକୁ ପଡିବ କି ଯେତେମଧ୍ୟ ଦୁଃଖ ଆସୁ ଭଗବାନ ଙ୍କ ଉପରୁ କେବେମଧ୍ୟ ଆମ ବିଶ୍ୱାସ କୁ କମେଇବା ଉଚିତ ନୁହେଁ । ଆମ ସହିତ କିଛି ଖରାପ ହେଉଥିବ କିନ୍ତୁ ଆମ କର୍ମ ଭଲଥିବ ଯଦି, ତେବେ ସେତେ ଖରାପ ହେବନାହିଁ । ଆମ କର୍ମ ହିଁ ଆମ ଭବିଷ୍ୟତ ଲେଖିଥାଏ ଓ କର୍ମର ଫଳ ମିଳିଥାଏ ।