ଭାଇ କଲା ଦୁଇ ସମ୍ପର୍କୀୟ ଭଉଣୀକୁ ବିବାହ, ଯେବେ ସତ୍ୟତା ସାମ୍ନାକୁ ଆସିଲା ତ ଘର ଲୋକେ ବି ମନା କରି ପାରିଲେ ନାହିଁ

Spread the love

ଅବାସ୍ତବ ଘଟଣାରେ ଭରପୁର ଏହି ଦୁନିଆ । ପ୍ରତିଦିନ ଏମିତି କିଛି ନା କିଛି ଘଟଣା ସାମ୍ନାକୁ ଆସେ ଯାହା ଜାଣିବା ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି । ସେହିପରି ଏକ ଘଟଣା ନେଇ ଆଜି ଆସିଛୁ, ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆରେ ବିବାହକୁ ନେଇ ସବୁ ଦେଶରେ ଅଲଗା ଅଲଗା ପରମ୍ପରା ପାଳନ ରହିଛି । କିନ୍ତୁ ପରମ୍ପରା ଅନୁସାରେ ବିବାହ ହେଉଛି ଦୁଇଟି ଶରୀରର ମିଳନ ଅଟେ । ଧର୍ମ ଶାସ୍ତ୍ର, ଲୋକମାନ୍ୟତା ଅନୁସାରେ ବିବାହ ହେଉଛି ଜନ୍ମ ଜନ୍ମାନ୍ତର ବନ୍ଧନ ଅଟେ । ବିବାହର ନୀତି ନିୟମକୁ ଆଧାର କରି ଭିନ୍ନ ଭିନ୍ନ ଧର୍ମରେ ଏହି ବିବାହର ନୀତି ନିୟମ ଭିନ୍ନ ଭିନ୍ନ ହୋଇଥାଏ ।

ଆଜି ଆମେ ଏହି ପୋଷ୍ଟରେ ମାଧ୍ୟମରେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ, କାହିଁକି ନା ଜଣେ ଭାଇ ତାଙ୍କର ଦୁଇ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଛନ୍ତି । କିନ୍ତୁ ଏହି ବିବାହକୁ ନେଇ ଘର ଲୋକଙ୍କର ମଧ୍ୟ କିଛି ବିରୋଧ ନାହିଁ । ଏହି ବିବାହ ଏବେ ସୋସିଆଲ ମେଡିଆରେ ଭାଇରାଲ ହେଉ ଅଛି । ସୂତ୍ରରୁ ମିଳି ଥିବା ଖବର ଅନୁସାରେ, ଆମେ କଥା ହେଉଛୁ ପାକିସ୍ଥାନର, ଯେଉଁଠି ଜଣେ ସମ୍ପର୍କୀୟ ଭାଇ ତା’ର ଦୁଇ ସମ୍ପର୍କୀୟ ଭଉଣୀକୁ ବିବାହ କରିଅଛି।

ବରର ନାମ ‘ଅଜହର’ ଅଟେ । ଯେବେ ଏହି ବିବାହର କାରଣ ସେହି ପୁଅକୁ ପଚରାବାରୁ, ପୁଅଟି ଏକ ଅଜବ କାରଣ କହିଲା, ସେ କହିଲା ପିଲା ଦିନରୁ ମୋର ସମ୍ପର୍କୀୟ ଭଉଣୀ ‘ହୁମେରା’ ସହିତ ସଗାଇ ହୋଇସାରି ଥିଲା । କିନ୍ତୁ ଯେବେ ସେ ବଡ଼ ହେଲା ତା’ର ଆଉ ଜଣେ ସମ୍ପର୍କୀୟ ଭଉଣୀ ସହିତ ପ୍ରେମ ହୋଇ ଯାଇଥିଲା । ତାର ନାମ ‘ରୁମାନା’ ଅଟେ । ଯେବେ ଏହି କଥା ଘର ଲୋକେ ଜାଣିଲେ ବଡ ଚିନ୍ତିତ ହୋଇପଡିଲେ । ଯାହାଫଳରେ ଅଜହର ଶେଷରେ ଏହା ନିଷ୍ପତି ନେଲା ଯେ, ସେ ସେହି ଦୁଇ ଭଉଣୀଙ୍କ ସହ ବିବାହ କରିବା । ଅଜହରର ଏହି ନିଷ୍ପତିରେ ଘର ଲୋକ ମଧ୍ୟ ସହମତ ପ୍ରଦାନ କରିଥିଲେ ।

କିନ୍ତୁ ସେ ଏକ ଏମିତି ରାସ୍ତା ବତେଇଲେ ଯେ ସମସ୍ତେ ଚମକି ପଡିଲେ, କାହିଁକି ନା ସେ ସେ ଦୁଇ ଭଉଣୀଙ୍କୁ ହିଁ ବିବାହ କରି ନେଲେ । ଯେବେ ଏହି ଖବର ଘର ଲୋକେ ଜାଣିଲେ ଏବଂ ଏହାର ସତ୍ୟତା ଜାଣିଲେ ତାପରେ ଘର ଲୋକେ ବି ଆଉ କୌଣସି ବିରୋଧ କଲେ ନାହିଁ ।