ଭଗବାନଙ୍କ ଠାରୁ ହିଁ କାହିଁକି ଆଶା କରିବାର ଅଛି ? ଆସନ୍ତୁ ଜାଣିବା

Spread the love

ଆଶା ବହୁତ ମହତ୍ୱପୂର୍ଣ ହୋଇଥାଏ । ଯେଉଁ ବ୍ୟକ୍ତି ଭଗବାନ ଙ୍କୁ ଆଶା କରନ୍ତି, ସେମାନଙ୍କ ଆଶା କେବେମଧ୍ୟ ନିଷ୍ଫଳ ହୋଇନଥାଏ । ଆଶା ଯେତେବେଳେ ମଧ୍ୟ କରିବ କେବଳ ଭଗବାନଙ୍କ ଉପରେ କରନ୍ତୁ, ଆଉ କାହା ଉପରେ ନୁହଁ ।

ଜଣେ ବହୁତ ବଡ଼ ହୃଦୟ ପାଇଁ ସ୍ପେସିଆଲିଷ୍ଟ ଡାକ୍ତର ବିଦେଶରେ ଥିଲେ । ତାଙ୍କର ନାମ ହେଉଛି ମାର୍କ । ସେହି ଡାକ୍ତରଙ୍କୁ ବହୁତ ବଡ଼ ନାମ ଥିଲା, ସେ ଯାହାର ମଧ୍ୟ ଚିକିତ୍ସା କରୁଥିଲେ ସେ ୧୦୦℅ ଠିକ୍ ହେଉଥିଲେ କିନ୍ତୁ ତାଙ୍କର ଖର୍ଚ୍ଚ ବହୁତ ଅଧିକ ଥିଲା । ସେ ମେଡ଼ିକାଲ ବିଜ୍ଞାନରେ ବହୁତ ଅନୁସନ୍ଧାନ କରିଥିଲେ । ଦିନେ ଡାକ୍ତର ମାର୍କ କୌଣସି ବଡ଼ function କୁ ଯାଉଥିଲେ ତାଙ୍କୁ ସମ୍ମାନିତ କରିବାପାଇଁ ଲୋକମାନେ ଡାକିଥିଲେ ।

ଧ୍ୟାନରେ ପଢନ୍ତୁ ଆଶା କେତେବଡ଼ ହୋଇଥାଏ ?

ସେ ଉଡାଯାହାଜରେ ବସିଲେ, ଓ ଉଡାଯାହାଜ ଉଡ଼ିଲା । ଅଳ୍ପ ସମୟରେ ହିଁ ଉଡାଯାହାଜର କୌଣସି technical ଅସୁବିଧା ଯୋଗୁଁ ଅନ୍ୟ ଏକ ଜାଗାରେ landing କରିବାକୁ ପଡ଼ିଲା । ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିଲା ୫ଟା ବେଳକୁ । ଅନ୍ୟ ଏକ ଉଡାଯାହାଜ ଥିଲା ତାହା ରାତ୍ର ୧୦ଟା ରେ ଯିବ । କିନ୍ତୁ ଏଥିରେ ଗଲେ ସେ ପହଞ୍ଚିବା ଅସମ୍ଭବ ଅଟେ । ସେତେବେଳେ ସେଠାରେ ଥିବା ଗୋଟିଏ ବ୍ୟକ୍ତିକୁ ପଚାରିଲେ ଏଠାରୁ ଯିବାପାଇଁ କେତେ ସମୟ ଲାଗିବ ତ ସେହି ବ୍ୟକ୍ତି କହିଲେ ୪/୫ ଘଣ୍ଟା ଲାଗିବ । ଗୋଟିଏ ଟ୍ୟାକ୍ସି ର ବ୍ୟବସ୍ଥା କରିଲେ, କିନ୍ତୁ ବିନା ଟ୍ୟାକ୍ସି ଚାଳକ । କାରଣ ବିଦେଶରେ ଅଧିକାଂଶ ଜାଗାରେ ଟ୍ୟାକ୍ସି ରେ ଚାଳକ ନଥିବେ, ତାହାକୁ ନିଜକୁ ହିଁ ଚଳେଇବାକୁ ପଡ଼ିଥାଏ ।

ସେ ଟ୍ୟାକ୍ସି ଚଳେଇ ଯାଉଥିବା ବେଳେ ୪୫ ରି ୫୫ ମିନଟ ମଧ୍ୟରେ ହଠାତ ପାଗ ପରିବର୍ତ୍ତନ ହେଇଗଲା । ବହୁତ ବଡ଼ ବର୍ଷା ହେଲା ଓ ଚାରିଆଡ଼େ ଅନ୍ଧାର ଦିଶୁଥିଲା । ଏହି ଚକ୍କରେ ସେ ରାସ୍ତା ଭୁଲିଗଲେ ଯିବାର ଥିଲା ଗୋଟିଏ ପଟେ ଓ ଚାଲିଗଲେ ଅନ୍ୟ ପଟେ । ଏବେ ଯେଉଁଠାରେ ଦେଖିଲେ ମଧ୍ୟ କେବଳ ଜଙ୍ଗଲ ହିଁ ଜଙ୍ଗଲ ଆଉ ରାସ୍ତାରେ କିଛି ମଧ୍ୟ ଦିଶୁ ନଥିଲା ଓ ମାର୍କ ଙ୍କୁ ଭୟଙ୍କର ଭୋକ ଲାଗୁଥିଲା କାରଣ ସେ ଦିନ ବେଳରୁ କିଛି ମଧ୍ୟ ଖାଇନଥିଲେ ।

ଜଙ୍ଗଲରେ ହୋଟେଲ ତ ନଥାଏ, ଠିକ୍ ସେହି ସମୟରେ ଡାକ୍ତର ଙ୍କୁ ଗୋଟିଏ ଝପୁଡି ଘର ଦେଖାଗଲା । ସେ ତୁରନ୍ତ ସେଠାକୁ ଗଲେ ଓ କବାଟ କୁ ଠକ୍ ଠକ୍ କରି ମାରିବାରୁ ସେହି ଘରରୁ ଗୋଟିଏ ସ୍ତ୍ରୀ ଆସିଲେ । ଡାକ୍ତର ମାର୍କ କହିଲେ ବାହାରେ ପ୍ରବଳ ବର୍ଷା ହେଉଛି, ବର୍ଷା କମିଲା ପର୍ଯ୍ୟନ୍ତ ମୁଁ ଏଠାରେ ରହିପାରିବି ? ସ୍ତ୍ରୀ ହଁ କହି ଘର ଭିତରକୁ ଡାକିଲେ । ଚା କରି ଆଣିବି ଓ କିଛି ବିସ୍କୁଟ୍ ଦେବୀ କହିବାରୁ ସେ ବହୁତ ଖୁସି ହେଲେ । ଚା ଓ ବିସ୍କୁଟ୍ ଦେଇ କହିଲେ, ପ୍ରଥମେ ଭଗବାନଙ୍କୁ ପ୍ରାର୍ଥନା କରିବା ପରେ ଖାଇବେ ।

ଡାକ୍ତର ମାର୍କ କହିଲେ ମୁଁ କେଉଁ ଭଗବାନଙ୍କ ଉପରେ ବିଶ୍ୱାସ କରେନାହିଁ ମୁଁ କେବଳ ମୋ ପରିଶ୍ରମ ଉପରେ ବିଶ୍ୱାସ କରେ । ସେହି ସ୍ତ୍ରୀ ର ଗୋଟିଏ ଛୋଟ ପିଲା ଥିଲା ସେ ଦୁହେଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ସେହି ସ୍ତ୍ରୀ ଆଶା ରେ ପ୍ରାର୍ଥନା କରୁଥିଲେ ଓ ସେହି ଆଶା ସ୍ତ୍ରୀ ମୁଖରେ ଡାକ୍ତର ଦେଖିଲେ। ଡାକ୍ତରଙ୍କୁ ଲାଗିଲା ଏ ସ୍ତ୍ରୀ ନିଶ୍ଚୟ ଦୁଃଖିରେ ଅଛି । ପ୍ରାର୍ଥନା ସରିବା ପରେ ସେହି ସ୍ତ୍ରୀଙ୍କୁ ମାର୍କ ପଚାରିଲେ ତୁମେ ଏହି ମୂର୍ତ୍ତି ପୂଜା ଉପରେ ବିଶ୍ୱାସ କର କି ? ସ୍ତ୍ରୀ କହିଲେ ହଁ ବହୁତ ବିଶ୍ୱାସ କରେ ।

ମୋତେ ଲାଗୁଛି ତୁମେ ବହୁତ ଚିନ୍ତିତରେ ଅଛ, ସେହି ସ୍ତ୍ରୀ କହିଲେ ଚିନ୍ତିତ ରେ ସମସ୍ତେ ଥାନ୍ତି । ଡାକ୍ତର କହିଲେ, ତମେ ଭଗବାନଙ୍କୁ କିଛି ମାଗୁଥିବା ଭଳି ଲାଗୁଥିଲା । ସେହି ସ୍ତ୍ରୀ କହିଲେ ହଁ ମୋର ଏହି ଛୋଟ ପିଲାର ହୃଦୟରେ ଛୋଟିଆ ଗାତ ହେଇଛି । ଏହାର ଚିକିତ୍ସା ଡାକ୍ତର ମାର୍କ କରିପାରିବେ । ସେ ବହୁତ famous ଡାକ୍ତର ଅଟନ୍ତି ମୁଁ ଏତେ ସକ୍ଷମ ନୁହେଁ କି ଚିକିତ୍ସା କରିବା ପାଇଁ ଖର୍ଚ୍ଚ କରିପାରିବି ଓ ମୁଁ ଏତିକି ମଧ୍ୟ ଖର୍ଚ୍ଚ କରିପାରିବି ନାହିଁ କି ମୋ ପିଲାକୁ ନେହି ସେହି ସହର ରେ ପହଞ୍ଚିବି ଯେଉଁଠାରେ କି ମାର୍କ ରହନ୍ତି ।

ଏହା ଶୁଣି ଡାକ୍ତର ମାର୍କଙ୍କ ରୁମ ଟାଙ୍କୁରି ଉଠିଲା । ସ୍ତ୍ରୀ କହିଲେ, ମୁଁ ଏହି ଭଗବାନଙ୍କୁ ପ୍ରାର୍ଥନା କରି କହିଲି କି, ତୁମେ ହିଁ ଏବେ ମୋ ସନ୍ତାନର ଜୀବନ ବଞ୍ଚାଅ । ଡାକ୍ତର ମାର୍କ ଯିଏ କି ଭଗବାନଙ୍କୁ କେବେ ବିଶ୍ୱାସ କରୁନଥିଲେ । ସେ ଏହି ଚାମତ୍କାର କୁ ଦେଖି କହିଲେ, ମା’ ତୁମେ ଜାଣ କି ? ଡାକ୍ତର ମାର୍କ କେଉଁଠାରେ ରୁହନ୍ତି, ସେହି ସ୍ତ୍ରୀ କହିଲେ ନାହି । fees ଦେବାପାଇଁ କିଛି ଅଛି, ସ୍ତ୍ରୀ କହିଲେ ନାହିଁ । ହେଲେ କେମିତି ହେବ ତୁମ ପୁଅର ଚିକିତ୍ସା । ସ୍ତ୍ରୀ କହିଲେ କି ସଭିଙ୍କ ଚିକିତ୍ସା କରୁଥିବା ମୋ ଜଗତପିତା ନିଶ୍ଚୟ ଚିକିତ୍ସା କରିବେ । ଏହା ପଢି ଯିଏ ବୁଝେଲି ସେମାନେ “ଜୟ ଶ୍ରୀ କୃଷ୍ଣ” ଲେଖିବାକୁ ଭୁଲିବେ ନାହିଁ ।