ଏହି ଘୋର କଳି ଯୁଗରେ ଭଗବାନ ଶ୍ରୀକୃଷ୍ଣ କେବେ ଓ କେଉଁଠି ହେବ କଳ୍କୀ ଅବତାର, ଆସନ୍ତୁ ଜାଣିବା :-

Spread the love

ଯେବେ ଯେବେ ଏହି ପୃଥିବୀରେ ପାପର ସ୍ତର ବଢିଛି, ସେହି ସନ୍ଧି ମୁହୂର୍ତ୍ତରେ ଭଗବାନ ବିଷ୍ଣୁ ଭିନ୍ନ ଭିନ୍ନ ରୂପ ନେଇ ଏହି ପୃଥିବୀରେ ଅବତରଣ ହୋଇଛନ୍ତି ଏବଂ ଦୃଷ୍ଟମାନଙ୍କୁ ନାଶ କରିଛନ୍ତି ! ହିନ୍ଦୁ ଧର୍ମ ପୁରାଣ ଅନୁଶାରେ ଭଗବାନ ବିଷ୍ଣୁ ଆଦି ପର୍ଯ୍ୟନ୍ତ ମୋଟ ନଅଟି ଅବତାର ନେଇଛନ୍ତି ! ତାଙ୍କର ଦଶମ ଅବତାର (କଳ୍କୀ) କଳିଯୁଗରେ ନେବେ ବୋଲି କୁହାଯାଇଛି !

କଳ୍କୀ ଅବତାର:- ଭଗବାନ ବିଷ୍ଣୁଙ୍କ ଶେଷ ଓ ଦଶମ ଅବତାର ହେବ କଳ୍କୀ ଅବତାର ! ଏହି ଅବତାର ପ୍ରଭୁ ବିଷ୍ଣୁଙ୍କ ନିଷ୍କଳଙ୍କ ଅବତାର ରୂପେ ଜଣାଯିବ ! ଏହି ଅବତାରରେ ଅର୍ଥାତ କଳ୍କୀ ଅବତାରରେ ଭଗବାନ 64ଟି କାଳରେ ପରିପୂର୍ଣ୍ଣ ରହିବେ ! ହିନ୍ଦୁ ଧର୍ମ ଅନୁସାରେ ବିଶ୍ୱାସ କରାଯାଏ ଯେ, କଲ୍କିର ଜନ୍ମ ପରେ ହନୁମାନ, ପର୍ଶୁରାମ, ଅଶ୍ଵସ୍ଥାମା ଆଦି ଆଠଟି ଚିରଞ୍ଜିବି ମହାପୁରୁଷ ମଧ୍ୟ ଦୁନିଆ ସମ୍ମୁଖକୁ ଆସିବେ ! କୁହାଯାଏ କି ଆଜି ମଧ୍ୟ ଏହି ଆଠଟି ମହାପୁରୁଷ ଜୀବିତ କିନ୍ତୁ ଗୁପ୍ତ ରୂପରେ !

କେବେ ହେବ କଳ୍କୀ ଅବତାରର ଜନ୍ମ :-ଗ୍ରନ୍ଥମାନଙ୍କ ଅନୁସାରେ କଳ୍କୀ ଅବତାରର ଜନ୍ମ ଶ୍ରାବଣ ମାସର ଶୁକ୍ଳ ପକ୍ଷର ଅନ୍ତିମ ତିଥିରେ ହେବ ! ଶ୍ରୀମଦ୍ ଭାଗବତ ଗୀତ ଅନୁଶାରେ ଯେବେ ପୃଥିବୀରେ କଳିଯୁଗର ଅନ୍ତିମ ଚରଣରେ ଥିବ ସେହି ସହି ସମୟରେ କଳ୍କୀ ଅବତାରର ଜନ୍ମ ହେବ !

କେଉଁଠି ହେବ କଳ୍କୀ ଭଗବାନଙ୍କ ଜନ୍ମ :- ଭଗବାନ କଳ୍କୀ ଉତ୍ତର ପ୍ରଦେଶର ଗଙ୍ଗା ଓ ରାମଗଙ୍ଗା ମଧ୍ୟରେ ଥିବା ମୁରାଦବାଦର ସମ୍ଭଳ ଗ୍ରାମରେ ଜନ୍ମ ହେବେ ! ଭଗବାନଙ୍କ ଜନ୍ମ ସମୟରେ ଚନ୍ଦ୍ର ଓ ନକ୍ଷେତ୍ର କୁମ୍ଭ ରାଶିରେ ରହିଥିବେ ଏବଂ ସୂର୍ଯ୍ୟ ତୁଳା ରାଶିର ସ୍ଵାତି ନକ୍ଷେତ୍ରରେ ଦେଖା ଦେବେ ! ବୃହସ୍ପତି ରଖି ଧନୁରେ ଓ ଶନି ଉଚ୍ଚରାଶି ତୁଳାରେ ବିରଜାମାନ ହେବେ ! ସେ ବ୍ରାହ୍ମଣ କୁମାର, ବଳବାନ, ବୁଦ୍ଧିମାନ ଓ ପରାକ୍ରମୀ ହେବେ ! ମନରେ ଭାବିବା ମାତ୍ରେ ତାଙ୍କ ପାଖକୁ ବହନ ଓ ଅସ୍ତ୍ର-ଶସ୍ତ୍ର, କବଚ ଆଦି ଉପସ୍ଥିତି ହୋଇଯିବ ! ସେ ସମସ୍ତ ଦୁଷ୍ଟଙ୍କ ନାଶ କରିବେ ଏବଂ ସତ୍ୟଯୁଗ ଆରମ୍ଭ ହେବ ! ସେ ଧର୍ମ ଅନୁସାରେ ବିଜୟୀ ହୋଇ ଚକ୍ରବର୍ତ୍ତୀ ରାଜା ରୂପେ ପରିଚିତ ହେବେ !

କିଏ ହେବ ତାଙ୍କ ମାତା ପିତା : ପୁରାଣ-ଶାସ୍ତ୍ର ଅନୁସାରେ କଳ୍କୀ ଭଗବାନଙ୍କ ବିଷ୍ଣୁ ଦତ୍ତ ଓ ମାତାଙ୍କ ମାଁ ସୁମତି ହେବ ! ସେ ତାଙ୍କ ମାତା ପିତାଙ୍କ ପଞ୍ଚମ ସନ୍ତାନ ହେହେ ! ପୁଣି ଗୁରୁ ଗୋବିନ୍ଦ ସିଂହଙ୍କ ଦଶମ ଗ୍ରନ୍ଥ ଅନୁସାରେ କଳ୍କୀ ଭଗବାନ କାଶ୍ମୀରରେ ଜନ୍ମ ହେବେ ଓ ତାଙ୍କ ପିତାଙ୍କ ନାଁ ବିଷ୍ଣୁ ଦତ୍ତ ହେବ ! ବାର ବର୍ଷ ବୟସରେ ସେ ବିବାହ କରିବେ !

କିପରି ହେବ କଳ୍କୀ ଭଗବାନଙ୍କ ସ୍ୱରୂପ:- ଶ୍ରୀମଦ୍ ଭାଗବତ ଗୀତ ଅନୁସାରେ କଳ୍କୀ ଅବତାର ନିଷ୍କଳଙ୍କ ଅବତାର ଅଟେ ! ଭଗବାନଙ୍କ ସ୍ୱରୂପ ପରମ ଦିବ୍ୟ ଅର୍ଥାତ ଦୈବ୍ୟ ଗୁଣରେ ସମ୍ପନ୍ନ ! ସେ ଧଳା ଘୋଡା ଉପରେ ବିରାଜିତ ! ଭଗବାନଙ୍କ ରଙ୍ଗ ଗୋରା ତ କ୍ରୋଧ ସମୟରେ କଲା ହୋଇଯିବ ! ସେ ହଳଦିଆ ବସ୍ତ୍ର ଧାରଣ କରିଥିବେ ! ପ୍ରଭୁଙ୍କ ହୃଦୟରେ ଶ୍ରୀବତ୍ସର ଚିହ୍ନ ରହିବ ! ବେକରେ ମଣୀ ଏବଂ ଭଗବାନ ସ୍ୱୟଂ ତାଙ୍କର ମୁହଁ ପୂର୍ବ ଦିଗରେ ଓ ଘୋଡ଼ାଟି ଦକ୍ଷିଣ ଦିଗକୁ ଦେଖିଲା ବୋଲି ପ୍ରତୀୟମାନ ହେବ ! ଏହି ଚିତ୍ରଣ କଲ୍କିଙ୍କ ସକ୍ରିୟତା ଓ ଗତିକୁ ସଂକେତ କରୁଥିବ ! ଯୁଦ୍ଧ ସମୟରେ ତାଙ୍କ ହାତରେ 2ଟି ଖଣ୍ଡା ରହିବ ! ଯେବେ ପୃଥିବୀରେ ପାପର ସୀମା ଲଙ୍ଘୀ ଯିବା ସେତେବେଳେ ଦୃଷ୍ଟମାନଙ୍କୁ ସଂହାର ପାଇଁ ବିଷ୍ଣୁଙ୍କ ଏହି ଅବତାର ପ୍ରକଟ ହେବ ! ଭଗବାନଙ୍କ ଏହି ଅବତାରରେ ଦିଶା ଓ ଧରାରେ ପରିବର୍ତ୍ତନର ବହୁତ ବଡ ପ୍ରତୀକ ଅଟେ !

ଅନୁଛେଦଟି କିପରି ଲାଗିଲା comment କରି ଜଣାନ୍ତୁ ଏବଂ share ମଧ୍ୟ କରନ୍ତୁ

!! ନମସ୍କାର !!