ବିବାହ ଚାଲିଥିବା ସମୟରେ ବରର ପ୍ରେମିକା ପହଂଚି ବରର ଗୋଡ଼ ଧରି ଏପରି କିଛି କହିଥିଲେ ।

Spread the love

ଆଜି କଲି ଦୁନିଆରେ ଲୋକେ ପ୍ରେମର ନାମରେ ପ୍ରତାରଣା ଦେବାର ଦୃଶ୍ୟ ଅନେକ ଦେଖିବାକୁ ମିଳୁଛି । କେହି ପ୍ରେମରେ ହତାସ ହୋଇ, ଆତ୍ମ ହତ୍ୟା କରୁଛି ତ କେହି କେହି ଦୁଃଖର ବିଷାଦରରେ ଏକାକୀ ସହ୍ୟ କରୁଛି । ଆଜିର ଏହି ଅନୁଛେଦଟି ଠିକ ସେହିପରି, ଜଣକ ସହ ପ୍ରେମ ଏବଂ ଅନ୍ୟ ଜଣଙ୍କ ସହ ବିବାହ ଏହା ଏକ ସାଧାରଣ କଥା ହୋଇଗଲାଣି । ପ୍ରେମରେ ବିଫଳ ହୋଇଥିବା ବ୍ୟକ୍ତି ଏକାନ୍ତରେ କାନ୍ଦି ଥାଏ । ଏପରି ହିଁ କିଛି ଘଟିଛି ଚୀନରେ । ଯେଉଁଠି ଏକ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ଛାଡି ଅନ୍ୟ ଝିଅ ସହ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ବିବାହରେ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ଚୁମ୍ବନ ଦେଇ ବିବାହର ପରମ୍ପରା ଶେଷ କରିବା ପାଇଁ ଯିବା ସମୟରେ ହଠାତ ସେହି ବ୍ୟକ୍ତିଙ୍କ ପୁରୁଣା ପ୍ରେମିକା ପହଂଚି ବିବାହ ରୋକିବା ପାଇଁ ଚେଷ୍ଠା କରିଥିଲେ ।

ବ୍ୟକ୍ତିଙ୍କ ଗୋଡ଼ ଧରି ପକାଇଥିଲେ ପ୍ରେମିକା :

ଏହି ଘଟଣାର ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ସେଥିରେ ବିବାହର ପରମ୍ପରା ସମୟରେ ଷ୍ଟେଜ୍ ଉପରେ ଜଣେ ଝିଅ ବିବାହ ପୋଷାକରେ ପହଂଚି ବରଙ୍କୁ ବିବାହ ପାଇଁ ବିନତୀ କରିଥିଲେ ।

ଝିଅଟି ଆଣ୍ଠୁ ମାଡି ବସି ପଡି କ୍ଷମା ମାଗି, ଚିତ୍କାର କରିଥିଲେ ଭୁଲ୍ ମୋର ଥିଲା । ପୁଅଟି ଏହି ଝିଅର ହାତକୁ ଛାଡି ଷ୍ଟେଜରେ ଥିବା ଝିଅ ପାଖକୁ ଚାଲି ଯାଇଥିଲେ କିନ୍ତୁ ଏହା ଦେଖିବା ପରେ ବିବାହ କରିବା ପାଇଁ ଯାଉଥିବା ଝିଅଟି ରାଗରେ ଲାଲ ହୋଇ ଚାଲି ଯାଇଥିଲା ।

ଭାଇରଲ ହେବାକୁ ଲାଗିଛି Love triangleର ଏହି ଭିଡ଼ିଓ :

ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ବହୁତ ଲୋକ ଭିଡ଼ିଓ ଦେଖିବା ପରେ ହସୁଛନ୍ତି, ଅନ୍ୟ ପକ୍ଷରେ କିଛି ଲୋକ ପୁଅଟିକୁ ଗାଳି କରୁଛନ୍ତି ।ଖବର ମିଳିଛି; ପୁଅଟି ଝିଅଟି ସହ ସମ୍ପର୍କ ଭାଙ୍ଗି ଦେଇଥିଲା କାରଣ ପୁଅଟିକୁ ଲାଗିଥିଲା ଦୁହିଁଙ୍କ ବିଚାରଧାରା ସମାନ ନୁହେଁ ।