ପିତାଙ୍କୁ ପୁତ୍ରୀ ଲିବର (ଯକୃତ) ଦାନ କଲେ । ଯୁବକ ଜଣକ ଯୁବତୀଙ୍କ ଠାରେ ପ୍ରଭାବିତ ହୋଇ ବିବାହ କରିଲେ ।

Spread the love

ପିତାଙ୍କୁ ତାଙ୍କର ଜନ୍ମଦିବସରେ ଯକୃତ ଦାନ କରି ପୁତ୍ରୀ ତାଙ୍କର ଜୀବନ ବଞ୍ଚାଇଲେ ।

ଗୁଜୁରାଟର ବାସିନ୍ଦା “ଭାବି” ନାମ୍ନୀ ଜଣେ ଝିଅ ତିନି ବର୍ଷ ପୁର୍ବେ ନିଜ ପିତାଙ୍କୁ ଏକ ନୂଆ ଜୀବନ ଦେଇଥିଲେ ଏବଂ ନିଜ ପିତାଙ୍କର ଜନ୍ମ ଦିବସରେ ଯକୃତ ଦାନ କରି ଥିଲେ । “ଭାବି”ର ପିତା ବିଶ୍ଵଜୀତ ମେହତା ଏକ ହୀରା କମ୍ପାନୀରେ ମ୍ୟାନେଜର ପଦବୀରେ କାମ କରୁଥିଲେ ଏବଂ ସେହି ସମୟରେ ତାଙ୍କର ଦେହ ଅସୁସ୍ଥ ହୋଇଯାଇଥିଲା । ଦେହ ଅସୁସ୍ଥ ପରେ ଯେବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ, ସେତେବେଳେ ତାଙ୍କର ଯକୃତ ଖରାପ ହୋଇଥିବା ଜଣାପଡିଲା । ଯାହା ପରେ ଭାବି ନିଜ ଯକୃତର କିଛି ଅଂଶ ନିଜ ପିତାଙ୍କୁ ଦେଇ ତାଙ୍କୁ ଏକ ନୂଆ ଜୀବନ ଦେଇଥିଲେ ।

୨୦୧୪ ମସିହାରେ ଯକୃତ ଖରାପ ହୋଇଥିଲା :

ବିଶ୍ଵଜୀତ ମେହତାଙ୍କର ଯକୃତ ୨୦୧୪ ମସିହାରେ ଖରାପ ହୋଇଥିଲା । ଏହାପରେ ଡାକ୍ତର ତାଙ୍କୁ ଯକୃତ ପ୍ରତିରୋପଣ ପାଇଁ ଉପଦେଶ ଦେଲେ । ଡାକ୍ତରଙ୍କ ଉପଦେଶ ପରେ ବିଶ୍ଵଜୀତ ମେହତା ନିଜର ଯକୃତ ପ୍ରତିରୋପଣ ପାଇଁ ରାଜି ହୋଇ ଯାଇଥିଲେ । ଏପରିକି ଅନେକ ଲୋକ ତାଙ୍କୁ ନିଜର ଯକୃତ ଦେବା ପାଇଁ ପ୍ରସ୍ତାବ ଦେଲେ । କିନ୍ତୁ ଭାବି ନିଜର ଯକୃତ ଦେବା ପାଇଁ ସ୍ଥିର କଲେ ଏବଂ ୨୦୧୬ରେ ସେ ନିଜ ପିତାଙ୍କର ଜନ୍ମ ଦିବସରେ ଯକୃତ ଦାନ କରିଲେ । ପୁତ୍ରିର ଯକୃତ ଦାନ ପରେ ବିଶ୍ଵଜୀତ ମେହତା କୁହନ୍ତି “ଏହି ଦୁନିଆରେ ମୋର ଦୁଇଟି ମାଆ ଅଛନ୍ତି । ଜଣେ ଜନ୍ମ ଦେଇଥିବା ଏବଂ ଦ୍ବିତୀୟଟି ମୋର ପୁତ୍ରୀ ଅଟେ । ଯିଏ କି ଯକୃତ ଦେଇ ମୋତେ ଏକ ନୂଆ ଜୀବନ ଦେଲା ।” ୨୦୧୪ରେ ମୋର ଯକୃତ ଜନିତ ସମସ୍ୟା ଦେଖା ଦେଲା ଏବଂ ମୋର ଜନ୍ମ ଦିବସରେ ମୋର ଅସ୍ତ୍ରୋପଚାର ହେଲା । ମୋର ଜନ୍ମ ଦିବସରେ ମୋ ପୁତ୍ରୀ ନିଜର ଯକୃତ ମୋତେ ଉପହାର ରୂପରେ ଦେଲା । ମୋର ପୁତ୍ରୀକୁ ମୁଁ ବାରମ୍ବାର ବୁଝାଇଲି, ଏପରି ନ କରିବା ପାଇଁ କିନ୍ତୁ ସେ ମୋର ଗୋଟେ ମଧ୍ୟ କଥା ଶୁଣିଲା ନାହିଁ । ମୋ ବନ୍ଧୁମାନେ ମଧ୍ୟ ମୋତେ କହିଲେ ନିଜ ପୁତ୍ରିର ଜୀବନ କାହିଁକି ନଷ୍ଟ କରୁଛୁ । କିନ୍ତୁ ମୋ ପୁତ୍ରୀ ଜିଦି ଧରି ରହିଲା ।

ଯେବେ ଭାବି ନିଜ ପିତାଙ୍କୁ ୨୦୧୬ରେ ଯକୃତ ଦାନ କଲେ । ଏହି ଖବର କନ୍ନଡାରେ ରହୁଥିବା ଏକ ଯୁବକ କେମିତି ଜାଣି ପାରିଲା ଏବଂ ସେ ଭାବିଙ୍କୁ ବିବାହ କରିବାକୁ ନିଷ୍ପତି ନେଲେ । ପ୍ରକୃତରେ ଯେଉଁ ସମୟରେ ଭାବି ନିଜ ଯକୃତ ନିଜ ପିତାଙ୍କୁ ଦେଇଥିଲେ, ସେହି ସମୟରେ ତେଜସ ତ୍ରିବେଦୀ କାନାଡାରୁ ଗୁଜୁରାଟ ଆସିଥିଲେ ଏବଂ ବିବାହ ପାଇଁ ଏକ କନ୍ୟା ଖୋଜୁ ଥିଲେ । ଏହିପରି ସ୍ଥଳରେ ତେଜସ, ଭାବିଙ୍କ ବିଷୟରେ ଜାଣିବାକୁ ପାଇଲେ ଏବଂ ତେଜସ ଭାବିଙ୍କୁ ସାକ୍ଷାତ କରିବା ପାଇଁ ନିଷ୍ପତି ନେଲେ । ତେଜସକୁ ତାଙ୍କ ପରିବାରର ଲୋକେ ବହୁତ ବୁଝାଇଲେ କିନ୍ତୁ ସେ ନିଜ ଜିଦରେ ଅଟଳ ରହିଲେ ଏବଂ ଭାବିକୁ ଯାଇ ମିଶିଥିଲେ । ଭାବିଙ୍କୁ ମିଶିବା ପରେ ତେଜସ ତାଙ୍କ ଠାରୁ ବିବାହ କରିବାର ନିଷ୍ପତି ନେଇଗଲେ । ଏହାପରେ ସେମାନଙ୍କ ପରିବାର ଲୋକେ ସେମାନଙ୍କର ବିବାହ କରାଇ ଦେଲେ । ଭାବି ଏବଂ ତେଜସ ବର୍ତ୍ତମାନ କନ୍ନଡାରେ ରହୁଛନ୍ତି ଏବଂ ସେମାନଙ୍କର ଏକ ୧୧ମାସର ଶିଶୁ ମଧ୍ୟ ଅଛି ।

ଯକୃତ ପ୍ରତିରୋପଣ କଣ ହୋଇଥାଏ ?

ଯକୃତ ପ୍ରତିରୋପଣରେ ଯକୃତ ଦାତାର ଯକୃତର କିଛି ଅଂଶ ରୋଗୀକୁ ଦିଆଯାଇଥାଏ ଏବଂ ଯକୃତର ଅଳ୍ପ କିଛି ଅଂଶରେ ଯକୃତ ଦାତା ଏବଂ ରୋଗୀ ଜୀବନ ଅତିବାହିତ କରିଥାନ୍ତି । ସମ୍ପୂର୍ଣ୍ଣ ଭାବରେ ଯକୃତ ଖରାପ ହେଲେ ଯକୃତ ପ୍ରତିରୋପଣ କରାଯାଇଥାଏ ।