ବେରୋଜଗାରଙ୍କୁ ମିଳିବ ପ୍ରତିମାସରେ ୩୫୦୦/-

Spread the love

କେବଳ ଏହି କାଗଜପତ୍ର ଦେବା ଦ୍ୱାରା ବେରୋଜଗାର ଯୁବକ ମାସକୁ ପାଇପାରିବେ ୩୫୦୦ ଟଙ୍କା ।

ଶିକ୍ଷିତମାନଙ୍କୁ ବେରୋଜଗାର ଭତ୍ତା ଦେବାପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜସ୍ଥାନର ବିଶ୍ୱବିଦ୍ୟାଳୟରେ କହିଥିଲେ । ସେ କହିଥିଲେ କି ବେରୋଜଗାର ଯୁବକଙ୍କୁ ମାସକୁ ୩୦୦୦ ଟଙ୍କା ମିଳିବ ତଥା ମହିଳା ଓ ଦିବ୍ୟାଙ୍ଗ ବେରୋଜଗାରୀଙ୍କୁ ମାସକୁ ୩୫୦୦ ଟଙ୍କା ବେରୋଜଗାର ଭତ୍ତା ରୂପେ ମିଳିବ । ବର୍ତ୍ତମାନ ସମୟରେ ରାଜ୍ୟରେ ଅକ୍ଷତ ଯୋଜନାରେ ବେରୋଜଗାର ବତ୍ତା ରୂପେ ପୁରୁଷମାନଙ୍କୁ ମାସକୁ ୬୫୦ ଟଙ୍କା ଓ ସେହିଭଳି ମହିଳା ଏବଂ ଦିବ୍ୟାଙ୍ଗମାନଙ୍କୁ ବେରୋଜଗାର ଭତ୍ତା ବାବଦକୁ ମାସକୁ ୭୫୦ ଟଙ୍କା ଯୋଗାଇ ଦିଆଯାଉଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଘୋଷଣା ପତ୍ରରେ, ବେରୋଜଗାରମାନଙ୍କୁ ପ୍ରତ୍ୟେକ ମାସ ୩୫୦୦ ଟଙ୍କା ବେରୋଜଗାର ଭତ୍ତା ଦେବାପାଇଁ ପ୍ରତିଶୃତି ଦେଇଛି । ଏହି ବେକାରୀ ଭତ୍ତା ଫେବୃୟାରୀ ୧ରୁ ଲାଗୁ ହୋଇଯାଇଛି, କିନ୍ତୁ ଏହି ଭତ୍ତା ମାର୍ଚ୍ଚ ୧ରୁ ମିଳିବ ।

ଏମାନଙ୍କୁ ମିଳିବ ଏହି ଖାସ୍ ସୁବିଧା –

୧) ଗୋଟିଏ ପରିବାର ମଧ୍ୟରେ ଅଧିକତ୍ତମ ଦୁଇଟି ସଦସ୍ୟଙ୍କୁ ବେରୋଜଗାର ବତ୍ତା ମିଳିବ ।

୨) ରାଜ୍ୟ ସରକାରଙ୍କ ଠାରୁ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବେ ।

୩) ଏହି ସୁବିଧା କେବଳ ସେହି ପରିବାରମାନଙ୍କୁ ମିଳିପାରିବ ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ଦୁଇ ଲକ୍ଷ ବା ତାହାଠାରୁ କମ ହୋଇଥିବ ।

ବୟସ ସୀମା –

ବେରୋଜଗାର ବତ୍ତା ପାଇବା ପାଇଁ ନିର୍ଦ୍ଧାରିତ ବୟସ ସୀମା ଧାର୍ଯ୍ୟ କରାଯାଇଛି । ସାମାନ୍ୟ ବର୍ଗ ପାଇଁ ଅଧିକତ୍ତମ ୩୦ ବର୍ଷ ଓ st, scମାନଙ୍କୁ ୩୫ ବୟସ ପର୍ଯ୍ୟନ୍ତ ବତ୍ତା ମିଳିବ । ବୟସର ଗଣନା ଜନ୍ମ ସାର୍ଟିଫିକେଟ ଦେଖି କରାଯିବ ।

ଆବଶ୍ୟକ କାଗଜପତ୍ର –

ବେରୋଜଗାର ବତ୍ତା ପାଇବାପାଇଁ ଆପଣଙ୍କୁ ସରକାର ବା ବିଶ୍ୱବିଦ୍ୟାଳୟରେ ପାଇଥିବା ଡିଗ୍ରୀ, ଆଧାର କାର୍ଡ, ବ୍ୟାଙ୍କ ଖାତା, ତଥା ଗୋଟିଏ ଘୋଷଣା ପତ୍ର ଦେବାକୁ ପଡ଼ିବ । ଏତିକି ହିଁ ନୁହେଁ ଆପଣ ରାଜସ୍ଥାନର ନିବାସୀ ହେବା ସହ ସେହି ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟରେ ପଢିଥିବା ଆବଶ୍ୟକ । ଏଥିପାଇଁ ଆପଣଙ୍କୁ ଅକ୍ଷତ ଯୋଜନା ସ୍ୱରୂପେ ରୋଜଗାର ବିଭାଗ ର ୱେବ୍ସାଇଟ କୁ ଯାଇ online ରେ ଆବେଦନ କରିବାକୁ ପଡ଼ିବ ।