ଅଦା ପାଣି ପିଇବା ଦ୍ୱାରା ଓଜନ କମାଇବା ଠାରୁ ଆରମ୍ଭ କରି କେଶ ସୁନ୍ଦର ପର୍ଯ୍ୟନ୍ତ ଫାଇଦା ମିଳିଥାଏ ।

Spread the love

ଆମେମାନେ ଅଦାକୁ ଚାହାରେ ପକାଇ ପିଇଥାଉ । କିନ୍ତୁ ଅଦାର ଫାଇଦା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଦା ବ୍ୟବହାର କରିବା ଦ୍ୱାରା ରୋଗ ଦୁରେଇ ଯାଇଥାଏ ।

ଅଦାର ସେବନ ସ୍ୱାସ୍ଥ୍ୟ ପାଇଁ ହିତକରକ ଅଟେ । ଏହା ଏପରି ଏକ ଜିନିଷ; ଯାହାକୁ ଆମେ ଉଭୟ ଖାଦ୍ୟ ଓ ପାନୀୟରେ ବ୍ୟବହାର କରିଥାଉ । ଅଦାରେ ଟି-ଇଂଫ୍ଲେମେଟ୍ରି, ଏନ୍ଟି-ବେକ୍ଟ୍ରିଆଲ, ଏନ୍ଟ-ଅକ୍ସୀଡେଣ୍ଟ ସହ ଅନେକ ପୋଷାକ ତତ୍ତ୍ୱ ରହିଛି ।

Google

ଅଦା ଥଣ୍ଡା ଜ୍ୱର ସମୟରେ ଵ୍ୟଵହାର କରାଯାଇଥାଏ । ଯଦି ଆପଣ ସକାଳେ ଖାଲି ପେଟରେ ଅଦା ଖାଇନ୍ତି, ତେବେ ପୁରା ଦିନ ଶକ୍ତି ଭରା ରହିବ । ବର୍ତ୍ତମାନ କହିବୁ ଅଦା ପାଣି ଆପଣଙ୍କୁ କିପରି ଫାଇଦା ଦେଵ ।

ପାଚନ ଶକ୍ତି ବଢ଼ାଇଥାଏ :

Google

ଅଦାରେ ଥିବା ପୋଷାକ ତତ୍ତ୍ଵ ପାଚନ ଶକ୍ତି ବଢ଼ାଇଥାଏ । ଅଦାକୁ ରାତିରେ ପାଣିରେ ଭିଜାଇ ସକାଳେ ସେହି ପାଣିକୁ ପିଆନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ପାଚନତନ୍ତ୍ର ଠିକ ହୋଇଯିବ । ଯଦି ଆପଣ ଅଜୀର୍ଣ୍ଣର ଶିକାର ହୋଇଛନ୍ତି; ତେବେ ଅଦା ପାଣି ପିଇବା ଲାଭଦାୟକ ଅଟେ । ଯଦି ଆପଣ ସକାଳୁ ସକାଳୁ ରୁଗଣ କିମ୍ବା ଦୁର୍ବଳ ଜନିତ ସମସ୍ୟା ରହିଛି; ତେବେ ଅଦା ପାଣି ପିଇବା ଲାଭଦାୟକ ଅଟେ ।

ଓଜନ କମାଇବା :

Google

ବିଭିନ୍ନ ପ୍ରକାରର ଉପାୟ ସତ୍ତ୍ୱେ ଓଜନ ଯଦି ଆପଣଙ୍କ କମ ହେଉନଥାଏ, ତେବେ ଆପଣ ନିଶ୍ଚିତ ରୂପେ ଅଦା ପାଣି ପିଅନ୍ତୁ । ଅଦା ପାଣି ପିଇବା ଦ୍ୱାରା ଆପଣଙ୍କ ଖାଇବା ଇଛାଶକ୍ତି କମ ହୋଇଥାଏ ଓ ଏହାଫଳରେ ଆପଣଙ୍କୁ ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୋଇନଥାଏ । ଏହା ସହ ଆପଣଙ୍କ ଶରୀରରେ ଥିବା ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ, ଅଦା ପାଣି । ରକ୍ତରେ ଥିବା ବ୍ଲଡ଼-ସୁଗରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

କେଶ ଓ ଚର୍ମ ପାଇଁ ହିତକାରକ :

Google

ଅଦାରେ ଥିବା ଆଣ୍ଟି-ଆକ୍ସିଡେଣ୍ଟ ତତ୍ତ୍ଵ କେଶ ଓ ଚର୍ମ ପାଇଁ ହିତକାରକ ଅଟେ । ଅଦାରେ ପ୍ରଚୁର ପରିମାଣରେ ଭିଟାମିନ୍-ଏ ଏବଂ ଭିଟାମିନ୍-ସି ରହିଛି; ଯାହା କେଶ ପାଇଁ ଜରୁରୀ ଅଟେ । ଏହା ସହ ଅଦା ପାଣି ଆପଣଙ୍କ ଚର୍ମ ପାଇଁ ମଧ୍ୟ ଉପକାରୀ ଅଟେ ।

ମାଂସପେଶୀକୁ ଆରାମ ଦେଇଥାଏ :

Google

ଯେଉଁମାନେ କସରତ, ବ୍ୟାୟମ କରିଥାନ୍ତି; ସେମାନଙ୍କୁ ମାଂସପେଶୀ ଜନିତ ସମସ୍ୟା ଦେଖା ଯାଇଥାଏ । ଅତ୍ୟଧିକ ଓଜନ ଉଠାଇବା ଫଳରେ ମାଂସପେଶୀ ଟାଣି ହୋଇ ଯାଇଥାଏ । ଏହି ସମୟରେ ଯଦି ଆପଣ ଅଦା ପାଣି ପିଅନ୍ତି ତେବେ ଆରାମ ମିଳିବ ।

ଥଣ୍ଡାରୁ ମୁକ୍ତି :

Google

ଆପଣଙ୍କୁ ଥଣ୍ଡା ହୋଇଥିଲେ ଅଦାର ବ୍ୟବହାର ଫଳରେ ଆପଣଙ୍କ ନାକ ଖୋଲି ଯାଇଥାଏ । ଏହା ସହ ଗଳା ଦର୍ଦରୁ ମଧ୍ୟ ମୁକ୍ତି ମିଳିଥାଏ । ମୁଣ୍ଡ ପୀଡ଼ା ହେଉଥିଲେ, ଅଦା ପାଣି ପିଇଲେ ଆରାମ ମିଳିଥାଏ । ପ୍ରତ୍ୟେକ ଦିନ ଏହି ପାଣି ପିଇବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଠିକ ହୋଇଥାଏ ।

କ୍ୟାନ୍ସରରୁ ମୁକ୍ତି ମିଳିଥାଏ :

Google

ଅଦା ପାଣି ଶରୀରର ଡିଜେଷ୍ଟିଭ ପ୍ରକ୍ରିୟାକୁ ବଢ଼ାଇଥାଏ । ଏଥିରେ କ୍ୟାନ୍ସର ସହ ଲଢ଼ିବାର ତତ୍ତ୍ଵ ରହିଛି । ଏହି ପାଣି ପ୍ରତିଦିନ ପିଇବା ଦ୍ୱାରା ଲଙ୍ଗ, ପ୍ରୋଟେଷ୍ଟ, ଅବେରୀୟନ କୋଲୋନ, ସ୍ତନ ଓ ପେନକ୍ରିଏଟିକ କ୍ୟାନ୍ସରରୁ ରକ୍ଷା କରିଥାଏ ।