କଞ୍ଚା ପିଆଜ ଖାଇଲେ ଯେଉଁ ଫାଇଦା ମିଳେ ଆପଣ ଜାଣିଲେ, ତାହା ଖାଇବାକୁ ନିଜକୁ ଅଟକାଇ ପାରିବେ ନାହିଁ । ଆସନ୍ତୁ ଜାଣିବା

Spread the love

କେବଳ ୧୦ ଦିନ ଖାଲି ପେଟରେ କଞ୍ଚା ପିଆଜ ଖାଆନ୍ତୁ ଓ ଏହାର ପରିଣାମକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଏବେ ଭାବୁଥିବେ କି, ଖାଲି ପେଟରେ କଞ୍ଚା ପିଆଜକୁ କେମିତି ଖାଇବି ? କିନ୍ତୁ ଆପଣ ଯଦି ନିଜର ସ୍ୱାସ୍ଥ୍ୟକୁ ଭଲ ରଖିବାକୁ ଚାହୁଁଛନ୍ତି; ତେବେ ଏହା କରିବା ନିହାତି ଆବଶ୍ୟକ । ନଚେତ ଉଚ୍ଚ ରକ୍ତଚାପ, ହାର୍ଟ-ଆଟେକ, ମଧୁମେହ, ଥାଏରଡ଼ ଏଭଳି ଅନେକ ରୋଗର ଶିକାର ହୋଇପାରନ୍ତି । ଯଦି କେଉଁ ବ୍ୟକ୍ତି ଏହି ରୋଗର ଶିକାର ହୁଅନ୍ତି, ତେବେ ନିଜକୁ ପୁନଶ୍ଚ ସୁସ୍ଥ କରିବା ପାଇଁ ନିଜର ସର୍ବସ୍ଵ ହରାଇଦିଅନ୍ତି । କିନ୍ତୁ ଯେତେବେଳେ ଆମେ ସୁସ୍ଥରେ ଅଛୁ, ସେତେବେଳେ ହିଁ ଆମେ ଯଦି ଆମ ଶରୀର ପ୍ରତି ଧ୍ୟାନ ଦେବା; ତେବେ ଏଭଳି ମାରାତ୍ମକ ରୋଗ ଠାରୁ ନିଜକୁ ବଞ୍ଚାଇ ପାରିବା । ତେଣୁ ଆଜି ଆମେ ଆପଣଙ୍କୁ କିଛି ଏଭଳି କଥା କହିବାକୁ ଯାଉଛୁ, ଯାହାକି ଆପଣଙ୍କ ଶରୀରକୁ ଅନେକ ରୋଗ ଠାରୁ ଦୂରେଇ ରଖିବ । ତେବେ ଆସନ୍ତୁ ଜାଣିବା :

କଣ କରିବାର ଅଛି –

ଆପଣଙ୍କୁ କେବଳ ୧୦ ଦିନ ଖାଲି ପେଟରେ କଞ୍ଚା ପିଆଜ ସେବନ କରିବାର ଅଛି । ଯଦି ଆପଣ ଏଭଳି କରିବେ; ତେବେ ସ୍ୱାସ୍ଥ୍ୟ ପାଇଁ କେଉଁ ଫାଇଦା ମିଳିଥାଏ, ସେ ବିଷୟରେ ଆମେ ଆଜି ଆପଣଙ୍କୁ ସମ୍ପୁର୍ଣ ରୂପେ କହିବାକୁ ଯାଉଛୁ । ଆପଣ ବର୍ତ୍ତମାନ ଭାବୁଥିବେ କି ଆମେ ତ’ ପ୍ରତ୍ୟେକ ଦିନ ପିଆଜ ସେବନ କରୁଛୁ; ତଥାପି ଆମକୁ କାହିଁକି ରୋଗ ହେଉଛି ? ଆପଣ ଠିକ୍ କହିଲେ, କିନ୍ତୁ ଆପଣଙ୍କୁ ଏହା ବୁଝିବାର ଅଛି ଯେ, ଆପଣ ଯେଉଁ ପିଆଜ ସେବନ କରୁଛନ୍ତି; ତାହା ରନ୍ଧା ହୋଇଥିବା ପିଆଜ ଅଟେ । ଆମେ ତେଲରେ ଯଦି ଭାଜିଥାଉ, ତେବେ ପିଆଜର ସବୁ ଗୁଣ ନଷ୍ଟ ହୋଇଯାଇଥାଏ । ତେଣୁ ଆମେ ଆପଣଙ୍କୁ କହୁଛି କି କଞ୍ଚା ପିଆଜକୁ ସକାଳେ ଖାଲି ପେଟରେ ସେବନ କରିବାର ଅଛି । ଯଦି ଆପଣ ସକାଳେ ଖାଲି ପେଟରେ କଞ୍ଚା ପିଆକ ସେବନ କରିବେ, ତେବେ ହିଁ ଆପଣଙ୍କୁ ଏହି ସବୁ ଫାଇଦା ମିଳିପାରିବ । ତେବେ ଆସନ୍ତୁ ଜାଣିବା କଞ୍ଚା ପିଆଜ ଖାଇବା ଦ୍ଵାରା କଣ ସବୁ ଲାଭ ମିଳିଥାଏ ।

ଏହି ଫାଇଦା ଗୁଡିକ ମିଳିଥାଏ –

● କଞ୍ଚା ପିଆଜ ସେବନ କରିବା ଦ୍ୱାରା କ୍ୟାନ୍ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇ ପାରିବେ । ଆଜିକାଲି କ୍ୟାନ୍ସର ଅଧିକାଂଶ ଲୋକମାନଙ୍କୁ ହେଉଅଛି । ଯଦି ଏହି ରୋଗ କାହାକୁ ହୋଇଥାଏ, ତେବେ କଣ ପରିଣତି ହୋଇଥାଏ ତାହା ଆମେ ଜାଣିଛନ୍ତି । ଯଦି ଆପଣ କ୍ୟାନ୍ସର ଠାରୁ ନିଜକୁ ସୁରକ୍ଷିତ ରହିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତିଦିନ ସକାଳୁ ଖାଲି ପେଟରେ କଞ୍ଚା ପିଆଜ ସେବନ କରିବାର ଅଛି । କାରଣ ଏହା ଆପଣଙ୍କ ଶରୀରରେ ଯେଉଁ କ୍ୟାନ୍ସରର ସେଲ୍ ଗୁଡ଼ିକ ଥାଏ, ତାହାକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ।

● ଯଦି କେହି ବ୍ୟକ୍ତି ମଧୁମେହର ସମସ୍ୟା ପୀଡିତ ଅଛନ୍ତି, ତେବେ ସେମାନେ ମଧ୍ୟ ସକାଳୁ କଞ୍ଚା ପିଆଜ ସେବନ କରିବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କାରଣ ଏହା ଦ୍ୱାରା ଶରୀରରେ ସୁଗାରର ପରିମାଣ ନିୟନ୍ତ୍ରଣରେ ରହିଥାଏ । ଆପଣଙ୍କୁ ମଧୁମେହକୁ ଠିକ୍ କରିବାକୁ ଆଉ ଔଷଧର ପ୍ରୟୋଗ କରିବାକୁ ପଡ଼ିବ ନାହିଁ । ପିଆଜରେ ଅଧିକ ମାତ୍ରାରେ ସଳଫର ରହିଥାଏ, ଯାହାକି ଆମ କେଶ ପାଇଁ ବହୁତ ଲାଭଦାୟକ ଅଟେ ।

● ଏହି ବିଷୟରେ ତ’ ଆମେ ସମସ୍ତେ ଜାଣିଛେ କି, ଆଜିକାଲି ମହିଳାମାନଙ୍କୁ ଅନେକ ପ୍ରକାରର କେଶ ଜଡିତ ସମସ୍ୟା ଦେଖିବାକୁ ମିଳୁଛି । ତାହାର କାରଣ ହେଉଛି ଆମର ଭୁଲ୍ ଖାଦ୍ୟପେୟ ସେବନ କରିବା । ଯଦି ଆପଣ କଞ୍ଚା ପିଆଜ ସେବନ କରିବେ; ତେବେ କେଶ ଝଡ଼ିବା ବା ଧଳା ହେବା ବନ୍ଦ ହୋଇଯାଇପାରେ । ଏହାଛଡା ଆପଣ ପିଆଜର ଜୁସ୍ ବାହାର କରି କେଶରେ ଲଗାଇ ପାରିବେ । ଏହାଦ୍ଵାରା କେଶ ଜନିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।

● ଏହାଛଡା ପିଆଜରେ ଭରପୁର ମାତ୍ରାରେ ଭିଟାମିନ-ସି ଓ କ୍ୟାଲସିୟମ ଥାଏ, ଯାହାକି ହାଡକୁ ଶକ୍ତ କରିଥାଏ ଓ ଦାନ୍ତର ବ୍ୟଥାରୁ ମଧ୍ୟ ମୁକ୍ତି ମିଳିଥାଏ ।

● କଞ୍ଚା ପିଆଜ ଖାଇବା ଦ୍ୱାରା ଶରୀରର ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଏବଂ ବନ୍ଦ ହୋଇଯାଇଥବା ଧମନୀଗୁଡିକ ମଧ୍ୟ ଦେଇ ରକ୍ତ ଚଳପ୍ରଚଳ କରେ, ଯାହାଫଳରେ ହୃଦରୋଗଅ ଆଶଙ୍କା ବହୁ ମାତ୍ରରେ କମିଯାଏ ।

● ସକାଳେ ଖାଲି ପେଟରେ ପିଆଜ ସେବନ କରିଲେ ଶରୀରରେ ରୋଗପ୍ରତିରୋଧ ଶକ୍ତି ବଢ଼ିଥାଏ । ଯାହାଦ୍ୱାରା, ଆମେ ଅନେକ ରୋଗ ସହ ଲଢ଼ିପାରିବା ।

ଏହି ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ । !!ଜୟ ଜଗନ୍ନାଥ!!