ରାତ୍ରରେ ଶୋଇବା ପୂର୍ବରୁ ପାଣି ପିଇବାର ଫାଇଦା ! ଜାଣିବା ପରେ, ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ପ୍ରାତଃ ଖାଲି ପେଟରେ ପାଣି ପିଇଲେ ଫାଇଦା ମିଳିବା ବିଷୟରେ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ । କିନ୍ତୁ ରାତ୍ରରେ ପାଣି ପିଇବା ପରେ ଶୋଇଲେ କଣ ସବୁ ଫାଇଦା ମିଳିଥାଏ ଜାଣିଛନ୍ତି କି ?

ରାତ୍ରରେ ଶୋଇବା ବେଳେ ଗୋଟିଏ ଗ୍ଲାସ ପାଣି ପିଇକରି ଶୋଇଲେ ଯେଉଁ ଫାଇଦା ମିଳିଥାଏ, ତାହା ଜାଣିଲେ ଆପଣ ଚକିତ ହୋଇ ରହିଯିବେ । ପ୍ରତ୍ୟେକ ଜିନିଷର ବ୍ୟବହାର କରିବାର କିଛି ନିର୍ଦ୍ଧିଷ୍ଟ ସମୟ ଥାଏ । ସଠିକ୍ ସମୟରେ ସଠିକ୍ ଜିନିଷ ସେବନ କରିଲେ ବହୁତ ଫାଇଦା ମିଳିଥାଏ । ଠିକ୍ ସେହିଭଳି ଯେତେବେଳେ ଆମେ ଠିକ୍ ସମୟରେ ପାଣି ପିଇ ଥାଉ, ତେବେ ତାହା ଅମୃତ ସଦୃଶ ହୋଇଥାଏ ।

ଅୟୁର୍ବେଦରେ ପାଣି ପିଇବାର ଠିକ୍ ପରିମାଣ ଓ କେଉଁ ଢଙ୍ଗରେ ପିଇବା ଉଚିତ ସେ ବିଷୟରେ କୁହାଯାଇଛି । ଆସନ୍ତୁ ପାଣି ପିଇବାର ସେହି ଖାସ୍ ନିୟମ ବିଷୟରେ ଜାଣିବା ।

ଯେତେବେଳେ ଆପଣ କୌଣସି ଜାଗାରୁ ଦୌଡିକରି ଆସିଥାନ୍ତି ଆପଣଙ୍କୁ ଶୋଷ ଲାଗିଥାଏ । ଏଭଳି ସ୍ଥିତିରେ ଯଦି ଆପଣ ପାଣି ପିଅନ୍ତି ବା ଛିଡ଼ାହୋଇ ପାଣି ପିଇବେ; ତେବେ ଏହା ଆପଣଙ୍କ ପାଇଁ ବିଷତୁଲ୍ୟ ହୋଇଥାଏ । ଏହା ସହ ଏହା ଜୀବନ ପ୍ରତି ବହୁତ ହାନିକାରକ ହୋଇଥାଏ । ସକାଳେ ଆମେ ଦୁଇ ଗ୍ଲାସ ପାଣି ପିଇଲେ ଆମ ଶରୀରର ସବୁ ମଇଳା ସଫା ହୋଇଥାଏ । ପରେ ଏହି ମଇଳା ମୂତ୍ରର ମାର୍ଗ ଦେଇ ବାହାରକୁ ବାହାରି ଯାଏ । ଏହା ଆମ ଶରୀରର ମଇଳା ବାହାର କରିବା ସହ ଶରୀରକୁ ସ୍ପୁର୍ତି ମଧ୍ୟ ରଖିଥାଏ । ଆମ ଶରୀରର ରକ୍ତ ମଧ୍ୟ ସଫା ହୋଇଥାଏ ଓ ମୁହଁ ଚମକିବାକୁ ଲାଗିଥାଏ ।

ରାତ୍ରରେ ପଣି ପିଇ ଶୋଇଲେ ଏହା ଶରୀରର ସମସ୍ତ ସ୍ନାୟୁ (ସୂକ୍ଷ୍ମ ଶିରା) ମାନଙ୍କୁ ସଫା କରିଥାଏ । ଯେଉଁ କାରଣରୁ ଆପଣଙ୍କୁ ସକାଳେ ଶୌଚ ଭଲ ରୁପେ ହୋଇଥାଏ । ଏହା ସହ ପେଟର ଏସିଡିଟି ସମସ୍ୟା ମଧ୍ୟ ଦୁରେଇ ଥାଏ । ରାତ୍ରରେ ପାଣି ପିଇକରି ଶୋଇଲେ, ସମସ୍ତ ଚିନ୍ତା ଦୁରେଇ ଯାଇଥାଏ ଓ ଭଲ ନିଦ ହୋଇଥାଏ । ଏହା ମଧ୍ୟ ଧ୍ୟାନ ରଖନ୍ତୁ କି ଅଧିକ ପାଣି ପିଇବେ ନାହିଁ । ରାତ୍ରରେ ଶୋଇବା ବେଳେ ଗୋଟିଏ ଗ୍ଲାସ ପାଣି ପିଇଲେ ତାହା ହୃଦୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ରାତ୍ରରେ ପାଣି ପିଇ ଶୋଇଲେ ହୃଦୟ ସମ୍ବନ୍ଧୀୟ ରୋଗଗୁଡିକରୁ ବିପଦ କମିଯାଇଥାଏ । ଏହା ଏଥିପାଇଁ ହୋଇଥାଏ; କାରଣ ରାତ୍ରରେ ପାଣି ପିଇ ଶୋଇଲେ ରକ୍ତ ସଞ୍ଚାଳନ ଠିକ୍ ରୂପେ ହୋଇଥାଏ । ଯାହାଫଳରେ ଆମ ହୃଦୟ ଠିକ୍ ରୂପେ କାର୍ଯ୍ୟ କରିଥାଏ ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି, ଯେତେବେଳେ ରକ୍ତ ସଞ୍ଚାଳନ ଠିକ ରୂପେ ହୋଇଥାଏ, ତେବେ ହାର୍ଟ-ଆଟାକ୍କ ଭଳି ସମସ୍ୟା ସୃଷ୍ଟି ହୋଇନଥାଏ । ରାତ୍ରରେ ପାଣି ପିଇ ଶୋଇଲେ ହାର୍ଟ-ଆଟାକ୍କ ହେବାର ସମ୍ଭାବନା ବହୁତ କମିଯାଇ ଥାଏ । ଏହା ସହ ଶରୀରରେ ନୂଆ କୋଶିକା ଗୁଡ଼ିକ ନିର୍ମାଣ ହୋଇଥାଏ ଓ ମାଂସପେଶୀ ମଧ୍ୟ ଶକ୍ତ ହୋଇଥାଏ । ରାତ୍ରରେ ପାଣି ପିଇଲେ ପେଟ ସଫା ରହିଥାଏ । ଯାହାଦ୍ୱାରା କି ଆମ ପାଚନତନ୍ତ୍ର ଠିକ ରୁପେ କାର୍ଯ୍ୟ କରିଥାଏ । ଏହା ଯୋଗୁଁ ଆମକୁ ପେଟ ସମ୍ବନ୍ଧୀୟ ଅନେକ ବେମାର ଠାରୁ ମୁକ୍ତି ମିଳିଥାଏ ।

କହିବାକୁ ଗଲେ ପାଣି ପିଇଲେ ଶରୀରର ଥକ୍କାପଣ ଦୁରେଇ ଯାଏ । ଯେତେବେଳେ ଆପଣ ଅଧିକ ଚିନ୍ତାରେ ଥିବେ, ସେତେବେଳେ ଗୋଟିଏ ଗ୍ଲାସ ପାଣି ଧୀରେ-ଧୀରେ କରି ପିଇବା ଉଚିତ । ଏଭଳି ପିଇଲେ ଆପଣଙ୍କ ମସ୍ତିଷ୍କ ଶାନ୍ତ ହୋଇ ରହିଥାଏ । ଯଦି କୌଣସି ଲୋକ କ୍ରୋଧରେ ଆପଣଙ୍କ ପାଖକୁ ଅସୁଥିବେ, ତେବେ ଗୋଟିଏ ଗ୍ଲାସ ପାଣି ପିଇବାକୁ ଦେଲେ ସେ ପାଣି ପିଇବା ପରେ ସେ ଚାହିଁଲେ ମଧ୍ୟ କ୍ରୋଧ ହୋଇପାରି ନ ଥାଏ । ଆପଣ ମଧ୍ୟ ଆଜି ଠାରୁ ରାତ୍ରରେ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ ଓ ଏହାର ପ୍ରଭାବ ସ୍ୱୟଂ ଅନୁଭବ କରିବେ ।